No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ଅଗଷ୍ଟ ଶନିବାର ) ଭୁବନେଶ୍ୱର :- ଦେଶବ୍ୟାପି ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଏବଂ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ବନ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଅରଣ୍ୟ ଭବନ ପରିସରରେ ଆଜି ପୂର୍ବାହ୍ନରେ ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ପତାକା ସ୍ତମ୍ଭ ସ୍ଥାପନା ସହିତ ୩୬X୨୪ ଫୁଟ ଆକାରର ବିଶାଳ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ଓଡିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳ, ଏହି ବିଶାଳ ଜାତୀୟ ପତାକାକୁ ଉତ୍ତୋଳନ କରିବା ସହିତ ସାହସ ଓ ବୀରତ୍ୱ, ସୁଖ ଓ ଶାନ୍ତି, ତ୍ୟାଗ ଓ ବିଶ୍ୱାସର ପ୍ରତୀକ ଆମର ଜାତୀୟ ପତାକା ତି୍ରରଙ୍ଗା ଭିନ୍ନତା ମଧ୍ୟରେ ଏକତାକୁ ଦୃଢ଼ୀଭୂତ କରିପାରିଛି ବୋଲି ପ୍ରକାଶ କରିଛନ୍ତି ।
କାର୍ଯ୍ୟକ୍ରମରେ ବନ ବିଭାଗର ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଶ୍ରୀ ଶିଶିର କୁମାର ରଥ, କେନ୍ଦୁପତ୍ର ବିଭାଗର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ସୁଶୀଳ କୁମାର ପପୁଲିଙ୍କ ସହିତ ବନ ବିଭାଗର ବିଭିନ୍ନ ଅଧିକାରୀ ଓ ସଚେତନ ନାଗରିକ ଯୋଗଦେଇଥିଲେ । ମୁଖ୍ୟ ଦପ୍ତରର ବନ ସଂରକ୍ଷକ ଶ୍ରୀ ହର୍ଷ ବର୍ଦ୍ଧନ ଉଦଗାତା ଓ ଉପ ବନ ସଂରକ୍ଷକ ଶ୍ରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବିଶାଳ ଜାତୀୟ ପତାକା ସ୍ତମ୍ଭ ନିର୍ମାଣ କରାଯାଇଛି ।
ଏହି ଉତ୍ସବରେ ସମାନ୍ନିତ ଅତିଥି ଜୈବବିବିଧତା ବୋର୍ଡର ଅଧ୍ୟକ୍ଷ ଶ୍ରୀ ରାଜୀବ କୁମାର ଓ ଘାଟିକିଆ ସ୍ଥିତ ବନପାଳ ପ୍ରଶିକ୍ଷଣ ବିଦ୍ୟାଳୟର ଶିକ୍ଷା ନବିସମାନେ ସାମୁହିକ ସାଲ୍ୟìଟ ଦେବା ସହିତ ଜାତୀୟ ସଂଗୀତ ଗାନ କରିଥିଲେ । ଏହି ବିଶାଳ ରାଷ୍ଟ୍ରୀୟ ଧ୍ୱଜାଟି ବର୍ଷସାରା ଦିବାରାତ୍ରି ମୁଖ୍ୟ ଦପ୍ତର ପରିସରରେ ସ୍ଥାୟୀ ଭାବେ ଉଡିବ ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି ।

No Result
View All Result