No Result
View All Result
ନନ୍ଦିଘୋର ଯଜ୍ଞକମିଟି ପୁନର୍ଗଠିତ; କୈଳାଶ ସଭାପତି, ଗଜେନ୍ଦ୍ର ସମ୍ପାଦକ
ବିଶ୍ୱଶାନ୍ତି ଯଜ୍ଞର ପ୍ରସ୍ତୁତି ବୈଠକ : ନନ୍ଦିଘୋର ପିଏନ ଏସ, ନୟାଗଡ଼
ଉକ୍ତ ୟଜ୍ଞ କମିଟିକୁ ମହାନ ବଦାନ୍ୟ ବ୍ୟକ୍ତି ଭାଗିରଥୀ ତ୍ରିପାଠୀ ୫୦୦୦୦୦/-(ପାଞ୍ଚ ଲକ୍ଷ) ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି ।
ନୟାଗଡ଼ :- ଓଡଗାଁ ବ୍ଳକ ଅନ୍ତର୍ଗତ ନନ୍ଦିଘୋର ଗ୍ରାମର ସାମୁହିକ ଯଜ୍ଞ କମିଟିକୁ ଆଗାମୀ ୫ ବର୍ଷ ପାଇଁ ପୁନର୍ଗଠିତ କରାଯାଇଛି । ମୁଖ୍ୟ ପୁରୋଧା ଭାଗିରଥୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ସାଧାରଣ ବୈଠକରେ ୧୧ ଜଣିଆ ସଭ୍ୟଙ୍କୁ ନେଇ ଏକ ପରିଚାଳନା ବୈଠକ ଗଠନ କରାଯାଇଛି । ସଭାପତି -କୈଳାସ ଚନ୍ଦ୍ର ଚୌଧୁରୀ, ଉପ ସଭାପତି – ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ପରିଡା ,ସାଧାରଣ ସମ୍ପାଦକ -ଗଜେନ୍ଦ୍ର ମହାରଣା, ଓ କୋଷାଧ୍ୟକ୍ଷ ଭାବେ ବିଜୟ କୁମାର ମଣ୍ଡଳ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି ।
ତେବେ ବିଶ୍ୱଶାନ୍ତି ଯଜ୍ଞ ଜୁନ୍ ମାସ ୧୦ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହି ୧୩ ତାରିଖ ଦିନ ପୂର୍ଣ୍ଣାହୁତି ହେବ ବୋଲି ନୂତନ କମିଟି ତରଫରୁ ସୂଚନା ଦିଆଯାଇଛି । ଉକ୍ତ ୟଜ୍ଞ କମିଟିକୁ ମହାନ ବଦାନ୍ୟ ବ୍ୟକ୍ତି ଭାଗିରଥୀ ତ୍ରିପାଠୀ ୫୦୦୦୦୦/-(ପାଞ୍ଚ ଲକ୍ଷ) ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି । ନୂତନ କମିଟି ର ଅନ୍ୟ ମାନଙ୍କ ମଧ୍ୟରେ ଉମେଶ ଚନ୍ଦ୍ର ପରିଡା, ଭଗବାନ ରାଉତ, ତପନ କୁମାର ଷଡଙ୍ଗୀ, ସତ୍ୟନାରାୟଣ ଚୌଧୁରୀ, ପ୍ରଶାନ୍ତ ନାୟକ, ରମେଶ ଚନ୍ଦ୍ର ଷଡ଼ଙ୍ଗୀ ,
ବିନୋଦ ସ୍ୱାଇଁ ,ବାବୁଲା ରାଉତ ଓ ଅନନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ଏହି ୩୧ ତମ ବିଶ୍ୱଶାନ୍ତି ଯଜ୍ଞ ଉତ୍ସବକୁ କିପରି ଶୃଙ୍ଖଳିତ କରାଯାଇପାରିବ ସେଥିପାଇଁ ସମସ୍ତେ ନିଜ ନିଜର ମତ ପ୍ରକାଶ କରିଥିଲେ । ଶେଷରେ କମିଟି ତଥା ଗ୍ରାମବାସୀଙ୍କ ତରଫରୁ ଭାଗିରଥୀ ତ୍ରିପାଠୀଙ୍କୁ ବିଶେଷ ଭାବରେ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ହରେକୃଷ୍ଣ ଦୋରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result