• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଐତିହାସିକ, ଗବେଷକଙ୍କ ଐତିହାସିକ କ୍ଷେତ୍ର ପରିଦର୍ଶନ

Proprietor Abhimanyu Maharana by Proprietor Abhimanyu Maharana
April 27, 2022
in ଓଡ଼ିଶା, କଳାହାଣ୍ଡି, ହୋମ୍
0
ଐତିହାସିକ, ଗବେଷକଙ୍କ ଐତିହାସିକ କ୍ଷେତ୍ର ପରିଦର୍ଶନ
Share on FacebookShare on TwitterWhatsapp

(ଶିଳାଲେଖର ଫଟୋ ପାଠୋଦ୍ଧାର ପାଇଁ ମହୀଶୂର ଯିବ) କଳାହାଣ୍ଡି ଇତିହାସର ନୂତନ ତଥ୍ୟ ଆଗକୁ ଆସିବ ।

ଓଡ଼ିଶା ତାଜା ନ୍ୟୁଜ୍ / ୨୭ ଏପ୍ରିଲ ବୁଧବାର/ କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲାର ସର୍ବପ୍ରାଚୀନ ନର୍ଲା ସ୍ଥିତ ଶୈବ ମନ୍ଦିରର ଶିଳାଲେଖ ଓ ଭୀମକେଲା ଗ୍ରାମରୁ ପ୍ରାପ୍ତ ଭାରତ ବର୍ଷର ପ୍ରାଚୀନତମ ବିଷ୍ଣୁ ପ୍ରତିମାର ନୀରିକ୍ଷଣ କାର୍ଯ୍ୟ କରି କ୍ଷେତ୍ର ପରିଦର୍ଶନ କରିଛନ୍ତି ବିଶିଷ୍ଟ ଐତିହାସିକ ଗବେଷକ ଶଶାଙ୍କ ଶେଖର ପଣ୍ଡା । ନର୍ଲା ଶିବ ମନ୍ଦିର କାନ୍ଥରେ ଲାଗି ଥିବା ଶିଳାଲେଖାଟିର ପାଠୋଦ୍ଧାର ପାଇଁ ଭାରତ ସରକାରଙ୍କ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ବିଭାଗ ଅଧିନ ଶିଳାଲେଖ ପାଠୋଦ୍ଧାର ଶାଖା, ମହିଶୂରକୁ ଏହାର ଫଟୋ ପଠାଯିବ ବୋଲି ଗବେଷକ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଏହା ଦ୍ଵାରା କଳାହାଣ୍ଡି  ଜିଲ୍ଲାର ଅତି ପ୍ରାଚୀନ ଇତିହାସର ନୂତନ ତଥ୍ୟ ଆମେ ପାଇ ପାରିବା ବୋଲି ଆଶା ବ୍ୟକ୍ତ କରିଥିଲେ ।

ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଇତିହାସକୁ ନେଇ ସର୍ବ ଭାରତୀୟ ସ୍ତରରେ ଓ ସାରା ପୃଥିବୀରେ ଆମର ଗୈାରବ ପହଞ୍ଚାଇବାରେ କାର୍ଯ୍ୟ କରିଆସୁଥିବା ଗବେଷକ ଶଶାଙ୍କ ଶେଖର ପଣ୍ଡା ପଶ୍ଚିମ ଓଡ଼ିଶାର ପ୍ରାଚୀନ ମନ୍ଦିର ସ୍ଥାପତ୍ୟ କଳାକୁ ବିଶ୍ଵ ଦରବାରରେ ପରିଚିତ କରିବାରେ ସକ୍ଷମ ହୋଇଛନ୍ତି । ୧୯୪୬ ମସିହାରେ ରାଜୁଡା ଅମଳରେ ନର୍ଲା ଶିବ ମନ୍ଦିର ଶିଳାଲେଖର ପଠନ କାର୍ଯ୍ୟ ହୋଇଥିବା ବେଳେ ଏହା ସଂପୂର୍ଣ୍ଣ ହୋଇ ନଥିବାରୁ କେବଳ ଏହି ଅଞ୍ଚଳଟି କମଳମଣ୍ଡଳ ଓ ରାଜା ମଦନ ମହାଦେବଙ୍କ ରାଜତ୍ଵ ସମୟର ଯଥା ଦ୍ଵାଦଶ ଶତାବ୍ଦୀ କାଳର ବୋଲି ଅଭିହିତ କରାଯାଇଛି । ରାମବଣି ସମ୍ବତ୍ସର ଦ୍ଵାଦଶ ‌ଶତାଦ୍ଧୀ ଉକ୍ତ ଶିଳାଲେଖରେ ସାତଟି ଲାଇନରେ ଲିଖିତ ରହିଥିବା ଶିଳାଲେଖର ସପ୍ତମ ଧାଡ଼ି ଅସ୍ପଷ୍ଟ ହୋଇ ରହିଛି ।

ଏହାର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ କାନ୍ଥରେ ଚୂନ ମରାଯିବା ପରେ ଏହାର କ୍ଷତି ଘଟିଥିବା ଗବେଷକ ଅନୁମାନ କରିଛନ୍ତି । ସେହିପରି ଭୀମକେଲା ଗ୍ରାମର  ସାନ୍ଦୁଲ ନଦୀ କୂଳରୁ ଜୈନିକ ବ୍ୟକ୍ତି ଦ୍ଵାରା ଉଦ୍ଧାର କରାଯାଇଥିବା ଅତି ପୁରାତନ ପଥରରେ ଖୋଦିତ ବିଷ୍ଣୁଙ୍କ ମୂର୍ତ୍ତିକୁ ନିରୀକ୍ଷଣ କରି ଗବେଷକ ଏହା ଭାରତ ବର୍ଷରେ ପ୍ରଥମ ଥର ପାଇଁ ଦେଖାଯାଉଥିବା ପ୍ରାଚୀନତମ ବିଷ୍ଣୁ ପ୍ରତିମା ଯାହାକି ମୂର୍ତ୍ତି ତତ୍ବ ଉପରେ ଅଧିକ ଗବେଷଣା ପାଇଁ ତଥ୍ୟ ପ୍ରଦାନ କରୁଥିବା ଜଣାଇଛନ୍ତି । ହୁଏତ ଗୃହ ଦେବତା ରୂପେ ପୂଜା ପାଇ ଆସୁଥିବା ୪ ଇଞ୍ଚ ଲମ୍ବର ଓ ୩ ଇଞ୍ଚର ଖଣ୍ଡିତ ପଥର ଖୋଦେଇ ବିରଳ ବିଷ୍ଣୁ ପ୍ରତିମାର ଦୁଇ ଗୋଟି ହସ୍ତରେ ଶ୍ରୀ ଫଳ ଧରିବା ଗୁପ୍ତ ପରବର୍ତ୍ତୀ ସମୟର ବୋଲି ଅନୁମାନ କରିଛନ୍ତି । ଏହି ଗ୍ରାମର ଦକ୍ଷିଣ ପାଶ୍ୱର୍ରେ ସାଢେ଼ ୪ ଫୁଟ କଳା ମୁଗୁନି ପଥରରେ ତିଆରି ଚତୁର୍ଦ୍ଧା ମୂର୍ତ୍ତିକୁ ଗୁପ୍ତମାନଙ୍କର ପରବର୍ତ୍ତୀ  ଷଷ୍ଠ ଓ ସପ୍ତମ ଶତାବ୍ଦୀର ବୋଲି ମତପ୍ରକାଶ କରିଥିଲେ ।

ଏହି କ୍ଷେତ୍ର ପରିଦର୍ଶନ ସମୟରେ ଗବେଷକ, ଲେଖକ କୁମାର ମିହିରେନ୍ଦ୍ର ପ୍ରତାପ ସିଂଦେଓ ମଧ୍ୟ ଉପସ୍ଥିତ ରହି କଳାହାଣ୍ଡି ପ୍ରାଚୀନ ଇତିହାସରେ ନର୍ଲା, ଅସୁରଗଡ, ମଦନପୁର ରାମପୁର, ମୋହନ ଗିରି,ବେଳଖଣ୍ଡି, ଭୀମକେଲା, ବୁଢୀପଦରର ପୁରାତନ ଇତିହାସ ଉପରେ ତଥ୍ୟ ପ୍ରଦାନ କରିଥିଲେ । ଅସୁରଗଡ ଦୁର୍ଗର ଖନନ ପରେ ବୈଜ୍ଞାନିକ ପରୀକ୍ଷା ତଥ୍ୟକୁ ଆଧାର କରି ଅସୁରଗଡ ଦୁର୍ଗ ନବମ ଶତାବ୍ଦୀରେ ଏକ ସହର ସଭ୍ୟତା ବିକାଶର ସୂଚନା ମିଳେ ବୋଲି ଗବେଷକ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜିଲ୍ଲାସ୍ତରୀୟ କର୍ମଶାଳା ରେ ଗଣତନ୍ତ୍ରର ସୁରକ୍ଷା ଓ ଅରାଜକତା ବିରୋଧରେ ବିଜେପିର ରଣହୁଙ୍କାର

ଜିଲ୍ଲାସ୍ତରୀୟ କର୍ମଶାଳା ରେ ଗଣତନ୍ତ୍ରର ସୁରକ୍ଷା ଓ ଅରାଜକତା ବିରୋଧରେ ବିଜେପିର ରଣହୁଙ୍କାର

October 31, 2026
କନ୍ଧମାଳରେ ବର୍ଷା ବିପର୍ଯ୍ୟୟ : ଦମ୍ପତିଙ୍କ ସହ ଶିଶୁର ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ – ୩ ମୃତକଙ୍କ ପରିବାରକୁ ୧୨ ଲକ୍ଷ ଟଙ୍କାର ସହାୟତା ଘୋଷଣା

କନ୍ଧମାଳରେ ବର୍ଷା ବିପର୍ଯ୍ୟୟ : ଦମ୍ପତିଙ୍କ ସହ ଶିଶୁର ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ – ୩ ମୃତକଙ୍କ ପରିବାରକୁ ୧୨ ଲକ୍ଷ ଟଙ୍କାର ସହାୟତା ଘୋଷଣା

October 31, 2026
ବ୍ରହ୍ମଗିରି କାଳିକାବାଡି ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ : ଗିରଫଦାରୀ ସଂଖ୍ୟା ୮କୁ ବୃଦ୍ଧି

ବ୍ରହ୍ମଗିରି କାଳିକାବାଡି ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ : ଗିରଫଦାରୀ ସଂଖ୍ୟା ୮କୁ ବୃଦ୍ଧି

October 31, 2026
ପିଏମ୍-କିଷାନର ୨୪ତମ କିସ୍ତି ପ୍ରଦାନ ଅବସରରେ ନୟାଗଡ଼ରେ ଜିଲ୍ଲାସ୍ତରୀୟ ଉତ୍ସବ ପାଳିତ

ପିଏମ୍-କିଷାନର ୨୪ତମ କିସ୍ତି ପ୍ରଦାନ ଅବସରରେ ନୟାଗଡ଼ରେ ଜିଲ୍ଲାସ୍ତରୀୟ ଉତ୍ସବ ପାଳିତ

October 31, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜିଲ୍ଲାସ୍ତରୀୟ କର୍ମଶାଳା ରେ ଗଣତନ୍ତ୍ରର ସୁରକ୍ଷା ଓ ଅରାଜକତା ବିରୋଧରେ ବିଜେପିର ରଣହୁଙ୍କାର

ଜିଲ୍ଲାସ୍ତରୀୟ କର୍ମଶାଳା ରେ ଗଣତନ୍ତ୍ରର ସୁରକ୍ଷା ଓ ଅରାଜକତା ବିରୋଧରେ ବିଜେପିର ରଣହୁଙ୍କାର

October 31, 2026
କନ୍ଧମାଳରେ ବର୍ଷା ବିପର୍ଯ୍ୟୟ : ଦମ୍ପତିଙ୍କ ସହ ଶିଶୁର ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ – ୩ ମୃତକଙ୍କ ପରିବାରକୁ ୧୨ ଲକ୍ଷ ଟଙ୍କାର ସହାୟତା ଘୋଷଣା

କନ୍ଧମାଳରେ ବର୍ଷା ବିପର୍ଯ୍ୟୟ : ଦମ୍ପତିଙ୍କ ସହ ଶିଶୁର ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ – ୩ ମୃତକଙ୍କ ପରିବାରକୁ ୧୨ ଲକ୍ଷ ଟଙ୍କାର ସହାୟତା ଘୋଷଣା

October 31, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version