No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧ ଡିସେମ୍ବର ବୁଧବାର ) ନୟାଗଡ଼ :- ଯୁବରେଡ଼କ୍ରସ ,ରେଡ଼ରିବନକ୍ଲବ, ସମର ଶିକ୍ଷାର୍ଥୀ ବାହିନୀ ଓ ଜାତୀୟ ସେବା ଯୋଜନାର ମିଳିତ ସହଯୋଗରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଅଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହାୟତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ସୁରେଶ କୁମାର ପ୍ରଧାନ ଅଧକ୍ଷତା କରିବାସହ ଛାତ୍ର ଛାତ୍ରୀଙ୍କୁ ଏଡସର ନିରାକାରଣ ଓ ଶୃଙ୍ଖଳିତ ଜୀବନ ମନ୍ତ୍ର ପ୍ରଦାନ କରିଥିଲେ ।

ଆୟୋଜକ ତଥା ରେଡ଼କ୍ରସର ପରାମର୍ଶଦାତା ଶ୍ରୀ ସହଦେଵ ବେହେରା ସଭାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଯୁବରେଡ଼କ୍ରସର ଜିଲ୍ଲା ସଂଯୋଜକ ଡ଼ ଆଦିତ୍ୟ କୁମାର ମିଶ୍ର ଏଚ.ଆଇ.ଭି ଏଡସ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

ଜାତୀୟ ସମର ଶିକ୍ଷାର୍ଥୀ ଅଧିକାରୀ ଏଲ.ଟି ବିନ୍ଦୁଲତା ଷଣ୍ଢ ,ଜାତୀୟ ସେବା ଯୋଜନା ଅଧିକାରୀ ଅଶୋକ କୁମାର ସାହୁ , ସସ୍ମିତା ନାୟକ ଉପସ୍ଥିତ ରହି ଏଡସ୍ ସଚେତନ ବାର୍ତ୍ତା ଦେଇଥିଲେ। ସଭାରେ ସମର ଶିକ୍ଷାର୍ଥୀ, ଯୁବରେଡ଼କ୍ରସ ଓ ଜାତୀୟ ସେବା ଯୋଜନାର ୧୫୦ରୁ ଉର୍ଧ୍ଵ ଛାତ୍ର ଯୋଗ ଦେଇଥିଲେ। ଶେଷରେ ରେଡ଼କ୍ରସର ପରାମର୍ଶଦାତା ଶ୍ରୀମତୀ ଦୀପନିତା କର ଧନ୍ୟବାଦ ଅର୍ପଣ କରିଥିଲେ।

No Result
View All Result