କଟକ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଏକ ସବୁଜ ଏବଂ ସ୍ଥାୟୀ ଭବିଷ୍ୟତ ଗଠନ ପ୍ରତି ନିଜର ଦୃଢ଼ ପ୍ରତିବଦ୍ଧତାକୁ ପୁନଃବ୍ୟକ୍ତ କରି, ଭାରତର ଅନ୍ୟତମ ଅଗ୍ରଣୀ ସିମେଣ୍ଟ ଉତ୍ପାଦନକାରୀ ସଂସ୍ଥା ଡାଲମିଆ ଭାରତ ଲିମିଟେଡ୍ ପକ୍ଷରୁ କଟକରେ ବିଶ୍ୱ ପରିବେଶ ସପ୍ତାହ–୨୦୨୬ ପାଳନ ହୋଇଛି। ପରିବେଶ ସୁରକ୍ଷା, ସ୍ଥାୟୀ ତଥା ନିରନ୍ତର ଜୀବନ ଶୈଳୀ ଏବଂ ଜଳବାୟୁ ପ୍ରତି ଦାୟିତ୍ୱବୋଧତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କମ୍ପାନୀ କର୍ମଚାରୀ ଓ ସ୍ଥାନୀୟ ସଦସ୍ୟଙ୍କ ସହିତ ମୋଟ ୭୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ।
















