• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆମୱେ ଇଣ୍ଡିଆ ବଲିଉଡ ମେଗାଷ୍ଟାର ଅମିତାଭ ବଚନଙ୍କୁ ଆମୱେ ଇଣ୍ଡିଆ ଏବଂ ନ୍ୟୁଟ୍ରିଲାଇଟ ପାଇଁ ବ୍ରାଣ୍ଡ୍‍ ଆମ୍ବାସାଡର ଭାବେ ଗର୍ବର ସହିତ ଘୋଷଣା କରୁଛି

Proprietor Abhimanyu Maharana by Proprietor Abhimanyu Maharana
October 29, 2021
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ଆମୱେ ଇଣ୍ଡିଆ ବଲିଉଡ ମେଗାଷ୍ଟାର ଅମିତାଭ ବଚନଙ୍କୁ ଆମୱେ ଇଣ୍ଡିଆ ଏବଂ ନ୍ୟୁଟ୍ରିଲାଇଟ ପାଇଁ ବ୍ରାଣ୍ଡ୍‍ ଆମ୍ବାସାଡର ଭାବେ ଗର୍ବର ସହିତ ଘୋଷଣା କରୁଛି
Share on FacebookShare on TwitterWhatsapp

ଚା ସାମଗ୍ରିକ ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ ଏବଂ ଯୁବବର୍ଗଙ୍କୁ ଉଦ୍ୟମିତା ଦିଗରେ ବାର୍ତ୍ତାକୁ ଅଧିକ ସ୍ପଷ୍ଟ କରୁଛି

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅକ୍ଟୋବର,ଶୁକ୍ରବାର ) ଭୁବନେଶ୍ୱର :- ଦେଶର ଅନ୍ୟତମ ଅଗ୍ରଣୀ ପ୍ରତ୍ୟକ୍ଷ ବିକ୍ରୟକାରୀ ଏଫଏମସିଜି କମ୍ପାନୀ ଆମୱେ ଇଣ୍ଡିଆ ବଲିଉଡ ମେଗାଷ୍ଟାର ଅମିତାଭ ବଚନଙ୍କୁ ଏହାର ବ୍ରାଣ୍ଡ୍‍ ଆମ୍ବାସାଡର ଭାବରେ ନିଯୁକ୍ତ କରିବା ବିଷୟ ଘୋଷଣା କରିଛି । ଏହା ଏକ ସଠିକ ମୁହୂର୍ତ୍ତ ହୋଇଛି, କାରଣ ଉଭୟ ପ୍ରତିଷ୍ଠିତ, ଭରସାଯୋଗ୍ୟ ଏବଂ ବିଶ୍ୱସନୀୟ ବ୍ରାଣ୍ଡ୍‍ ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ, ମହିଳା ସଶକ୍ତିକରଣର ଗୁରୁତ୍ୱ ସମ୍ପର୍କରେ ବାର୍ତ୍ତା ପ୍ରସାର କରିବା ଏବଂ ଏକ ପ୍ରଗତିଶୀଳ ଭାରତ ପାଇଁ ଉଦ୍ୟମିତା ଆଡକୁ ଯୁବବର୍ଗଙ୍କୁ ପ୍ରେରିତ କରିବା ଦିଗରେ ପରସ୍ପର ସହିତ ହାତ ମିଳାଇଛନ୍ତି । ଏହି ସ୍ମରଣୀୟ ମୁହୂର୍ତ୍ତର ଅଂଶସ୍ୱରୂପ କିମ୍ବଦନ୍ତୀ ଅଭିନେତା ଅମିତାଭ ବଚନ ବ୍ରାଣ୍ଡ୍‍ ଆମୱେ ଏବଂ ନ୍ୟୁଟ୍ରିଲାଇଟ ଉତ୍ପାଦ ବର୍ଗକୁ ସମସ୍ତ ପ୍ଲାଟଫର୍ମରେ ପୁଷ୍ଟି କରିବେ, ମାର୍ଗଦର୍ଶିତ ଔଦ୍ୟୋଗିକତା ଜରିଆରେ ମହିଳାମାନଙ୍କୁ ଉତ୍ସାହିତ କରିବା ତଥା ଯୁବବର୍ଗଙ୍କୁ ସଶକ୍ତ କରିବା କାର୍ଯ୍ୟ କରିବେ ଏବଂ ଏହିଭଳି ଭାବରେ ସୁସ୍ଥ ଏବଂ ଉନ୍ନତ ଜୀବନ ନିର୍ବାହ ନିମନ୍ତେ ଜନସାଧାରଣଙ୍କୁ ସହାୟତା କରିବାକୁ ଆମୱେର ଦୂରଦୃଷ୍ଟିକୁ ଅଧିକ ଦୃଢିଭୂତ କରିବେ ।

ଏହି ସଂପୃକ୍ତି ବିଷୟରେ ମତଦେଇ ଆମୱେ ଇଣ୍ଡିଆର ସିଇଓ ଶ୍ରୀ ଅଂଶୁ ବୁଧରାଜା କହିଛନ୍ତି, “ଅତ୍ୟନ୍ତ ଗର୍ବ ଓ ସମ୍ମାନର ସହିତ ମୁଁ ସହସ୍ରାବ୍ଦର ନାୟକ ଅମିତାଭ ବଚନଙ୍କୁ ଆମୱେ ପରିବାରକୁ ସ୍ୱାଗତ କରୁଛି । ସଦା ସବୁଜ ପ୍ରଭାବଶାଳୀ ଏହି ଅଭିନେତାଙ୍କ ଠାରେ ବିପୁଳ ସକାରାତ୍ମକ ପ୍ରତିବେଦନ ଲକ୍ଷ୍ୟ କରାଯାଏ ଯାହା ବୟସ ବର୍ଗ ଏବଂ ଶ୍ରେଣୀ ନିର୍ବିଶେଷରେ ସମସ୍ତଙ୍କୁ ପ୍ରଭାବିତ କରିଥାଏ । ବିଶ୍ୱବ୍ୟାପୀ ସୁଖ୍ୟାତି ହାସଲ କରିବା ସତ୍ତ୍ୱେ ତାଙ୍କର ବିନୟୀ ଭାବ ଏବଂ ପରମ୍ପରା ଓ ମୂଲ୍ୟବୋଧରେ ବିଶ୍ୱାସ ଆମୱେର ସଂସ୍କୃତିର ଏକ ସ୍ପଷ୍ଟ ପ୍ରତିଫଳନ । ବର୍ଷ ବର୍ଷ ଧରି ଆମୱେ ଏବଂ ନ୍ୟୁଟ୍ରିଲାଇଟର ସମୃଦ୍ଧ ପୃଷ୍ଠଭୂମି, ଭରସାଯୋଗ୍ୟତା ଏବଂ ବିଶ୍ୱାସ ଏକ ମଜଭୁତ ଶକ୍ତି ପାଲଟିଛି ଯାହା ପୋଷଣ ଏବଂ ସାମଗ୍ରିକ କଲ୍ୟାଣ ଜଗତରେ ବାରି ହୋଇପଡେ ।

କୋଟି କୋଟି ଲୋକଙ୍କ ହୃଦୟରେ ବାସ କରୁଥିବା ଜଣେ ପ୍ରଭାବଶାଳୀ ବ୍ରାଣ୍ଡ୍‍ ଅମିତାଭ ବଚନଙ୍କୁ ବ୍ରାଣ୍ଡ୍‍ ଆମ୍ବାସାଡର କରିବା ଜନସାଧାରଣଙ୍କୁ ଉତ୍ତମ ଏବଂ ସୁସ୍ଥ ଜୀବନ ବଞ୍ଚିବାରେ ସାହାଯ୍ୟ କରିବା ଦିଗରେ ଆମର ଲକ୍ଷ୍ୟକୁ ଦୃଢିଭୁତ କରିବା ଦିଗରେ ଏକ ବିଜୟୀ ମେଌକ୍ଷଗ୍ଧ; ଥିଲା । ଆସନ୍ତା ବର୍ଷ ଆମୱେ ଇଣ୍ଡିଆର ୨୫ତମ ବର୍ଷ ପୂର୍ତ୍ତି ପାଳନ ନିମନ୍ତେ ଆମେ ଅଗ୍ରସର ହେଉଥିବାବେଳେ ତାଙ୍କର କଠିନ ପରିଶ୍ରମ, ଏକାଗ୍ରତା, ଲକ୍ଷ୍ୟବଦ୍ଧ କାର୍ଯ୍ୟ ଏବଂ ଶୃଙ୍ଖଳା ଆଦି ମୁଖ୍ୟ ଗୁଣଗୁଡିକୁ ଆମର ଅତୁଲ୍ୟ ପ୍ରତ୍ୟକ୍ଷ ବିକ୍ରେତା/ ଖୁଚୁରା ବିକ୍ରେତାଙ୍କ ମଧ୍ୟରେ ଅନ୍ତର୍ନିବିଷ୍ଟ କରିବା ଆମର ଲକ୍ଷ୍ୟ । ବିଶେଷକରି ଔଦ୍ୟୋଗିକତା ପରିବ୍ୟବସ୍ଥା ମଧ୍ୟକୁ ଅଗ୍ରସର ହେଉଥିବା ମହିଳା ଏବଂ ଯୁବନେତୃତ୍ୱ ଉପରେ ଦୃଷ୍ଟିନିବଦ୍ଧ କରିବା ଆମର ଲକ୍ଷ୍ୟ ହୋଇଛି ।”

ତାଙ୍କର ସଂପୃକ୍ତି ବିଷୟରେ ପ୍ରକାଶ କରି ଶ୍ରୀ ଅମିତାଭ ବଚନ କହିଛନ୍ତି, “ଆମୱେ ସହିତ ସଂପୃକ୍ତ ହେବା ନେଇ ମୁଁ ଆନନ୍ଦ ଅନୁଭବ କରୁଛି । ଆମ ଦେଶର ମହିଳା ଓ ଯୁବବର୍ଗଙ୍କୁ ସଶକ୍ତ କରି ଔଦ୍ୟୋଗିକତାର ଶକ୍ତି ବାହାରକୁ ଆଣିବା ଉପରେ ବ୍ରାଣ୍ଡ୍‍ର ଲକ୍ଷ୍ୟବଦ୍ଧ ପ୍ରୟାସ ପ୍ରଶଂସନୀୟ ଏବଂ ପ୍ରେରଣାଦାୟୀ ହୋଇଛି । ବର୍ତ୍ତମାନ ସମୟରେ ପୋଷଣ ଏବଂ କଲ୍ୟଶଣ ଆମ ଜୀବନର ନିର୍ବିବାଦୀୟ ଅଂଶ ପାଲଟିଥିବାବେଳେ ଜନସାଧାରଣଙ୍କ ଜୀବନକୁ ସୁସ୍ଥ ରଖିବା ସକାଶେ ନିଜର ଗୁଣାତ୍ମକ ଉତ୍ପାଦକୁ ନେଇ ବ୍ରାଣ୍ଡ୍‍ର ପ୍ରତିବଦ୍ଧତା ଏହି ବ୍ରାଣ୍ଡ୍‍ ଉପରେ ବିଶ୍ୱାସଭାବକୁ ପ୍ରତିଭାତ କରୁଛି । ପ୍ରକୃତିର ସର୍ବୋତ୍ତମକୁ ବିଜ୍ଞାନର ସର୍ବୋତ୍ତମ ଏବଂ ପାରମ୍ପରିକ ଜ୍ଞାନ ସହିତ ସମ୍ମିଶ୍ରଣ କରିବା ଦିଗରେ ଆମୱେର ଆଭିମୁଖ୍ୟ କିଛି ଭିନ୍ନ ବୋଲି ମୋର ଦୃଢ ବିଶ୍ୱାସ । ଆମୱେ ପରିବାରର ଅବିଚ୍ଛେଦ୍ୟ ଅଂଗ ହେବାକୁ ମୁଁ ଆଶା ରଖୁଛି ।”

ନୂଆକରି ଚୁକ୍ତିବଦ୍ଧ ହୋଇଥିବା ବ୍ରାଣ୍ଡ୍‍ ଆମ୍ବାସାଡର ଅମିତାଭ ବଚନଙ୍କ ସମ୍ପର୍କରେ ପ୍ରକାଶ କରି ଆମୱେ ଇଣ୍ଡିଆର ଚିଫ୍‍ ମାର୍କେଟିଂ ଅଫିସର ଅଜୟ ଖାନ୍ନା କହିଛନ୍ତି, “ସମୁଦାୟ ପୋଷଣ ବର୍ଗରେ ନୂତନ ଉତ୍ପାଦ ସୃଷ୍ଟି ସହିତ ଆମୱେ ତାହାର ଚମତ୍କାର ଅଭିବୃଦ୍ଧି ଯାତ୍ରା ପଥରେ ଅଗ୍ରସର ହେଉଥିବାବେଳେ ଶ୍ରୀ ବଚନଙ୍କର ଭରସାଯୋଗ୍ୟତା ଏବଂ ବ୍ୟକ୍ତିତ୍ୱ ବ୍ରାଣ୍ଡ୍‍ ଆମୱେ ଏବଂ ନ୍ୟୁଟ୍ରିଲାଇଟର ଅନ୍ତର୍ନିିହିତ ମୂଲ୍ୟବୋଧ ସହିତ ସଂପୂର୍ଣ୍ଣ ସଠିକ ମେଳ ଖାଉଛି । ଆମ ସହିତ ତାଙ୍କୁ ବ୍ରାଣ୍ଡ୍‍ ଆମ୍ବାସାଡର ଭାବରେ ପାଇ ଆମେମାନେ ଅତ୍ୟନ୍ତ ଆନନ୍ଦିତ । ତାଙ୍କ ସହିତ ଆମର ସଂପୃକ୍ତି ବିବିଧ ବଜାରରେ ଉପଭୋକ୍ତାଙ୍କ ମନ ମଧ୍ୟରେ ଆମର ଗଭୀରତମ ପ୍ରବେଶରେ ସହାୟକ ହେବ ।

ଏହା ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ଦୈନନ୍ଦିନ ଖାଦ୍ୟରେ ରହୁଥିବା ପୋଷଣଗତ ପାର୍ଥକ୍ୟ ପୂରଣ କରିବାକୁ ପୋଷଣ ପରିପୂରକର ଗୁରୁତ୍ୱ ବିଷୟ ଉପରେ ଆମର ସ୍ଥିତିକୁ ଅଧିକ ପରିପୁଷ୍ଟ କରିବ ଏବଂ ଚଳିତ ତଥା ସମ୍ଭାବ୍ୟ ପ୍ରତ୍ୟକ୍ଷ ବିକ୍ରେତା/ ଖୁଚୁରା ବିକ୍ରେତାଙ୍କୁ ଏହି ବ୍ରାଣ୍ଡ୍‍ ସହିତ ଯୋଡିହେବା ବିଷୟକୁ ଉତ୍ସାହିତ କରିବ ।” ସ୍ୱାସ୍ଥ୍ୟ ଓ ପୋଷଣ ଉପରେ ଉଚ୍ଚତର ସଚେତନତା ଉପରେ ଦଣ୍ଡାୟମାନ ଏହି କମ୍ପାନୀ ନୂତନ ଏବଂ ଅଭିବୃଦ୍ଧିଶୀଳ ବଜାର ଚାହିଦା ପୂରଣ କରିବାକୁ ନୂତନ ସମାଧାନ ସମ୍ପର୍କରେ ଅଗ୍ରାଧିକାର ଭିତ୍ତିରେ ଅନୁଧ୍ୟାନ କରୁଛି । ଏଦିଗରେ ଆମୱେ ନିକଟରେ ନ୍ୟୁଟ୍ରିଲାଇଟ ଭିଟାମିନ ସି ଚେରି ପ୍ଲସ ଏବଂ ନ୍ୟୁଟିଲାଇଟ ଭିଟାମିନ ଡି ପ୍ଲସ ଭଳି ଶକ୍ତିଶାଳୀ ପୋଷର ଉତ୍ପାଦ ପ୍ରଚଳନ କରିଥିଲା, ଯାହା ଏହି ବର୍ଗରେ ସମ୍ପୂର୍ଣ୍ଣ ଭିନ୍ନତା ଆଣିଛନ୍ତି । ଏହି ବର୍ଗରେ ଉଲ୍ଲେଖନୀୟ ବୃଦ୍ଧି ପରିଲକ୍ଷିତ ହୋଇଛି ଏବଂ ସଂପ୍ରତି ଏହା ୬୦%ରୁ ଅଧିକ ବ୍ୟବସାୟିକ ରାଜସ୍ୱ ପ୍ରଦାନ କରୁଛି । ଉପଭୋକ୍ତାଙ୍କ ଚାହିଦା ଧାରା ଅନୁଯାୟୀ ୨୦୨୪ ସୁଦ୍ଧା ପୋଷଣ ବର୍ଗର ଅବଦାନ ୬୫%କୁ ବୃଦ୍ଧିପାଇବା ନେଇ କମ୍ପାନୀ ଆଶା ରଖିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 19, 2026
ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

March 19, 2026
ଶିକ୍ଷୟିତ୍ରୀ ରେଣୁବାଳା ମହାନ୍ତି ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

ଶିକ୍ଷୟିତ୍ରୀ ରେଣୁବାଳା ମହାନ୍ତି ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

March 19, 2026
ରଣପୁରରେ ପ୍ଲାଷ୍ଟିକ ବିକଳ୍ପ ଉପରେ କାପାସିଟି ବିଲ୍ଡିଂ ଟ୍ରେନିଙ୍ଗ ପ୍ରୋଗ୍ରାମ ଆୟୋଜିତ।

ରଣପୁରରେ ପ୍ଲାଷ୍ଟିକ ବିକଳ୍ପ ଉପରେ କାପାସିଟି ବିଲ୍ଡିଂ ଟ୍ରେନିଙ୍ଗ ପ୍ରୋଗ୍ରାମ ଆୟୋଜିତ।

March 19, 2026

Recent News

ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 19, 2026
ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

March 19, 2026
ଶିକ୍ଷୟିତ୍ରୀ ରେଣୁବାଳା ମହାନ୍ତି ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

ଶିକ୍ଷୟିତ୍ରୀ ରେଣୁବାଳା ମହାନ୍ତି ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

March 19, 2026
ରଣପୁରରେ ପ୍ଲାଷ୍ଟିକ ବିକଳ୍ପ ଉପରେ କାପାସିଟି ବିଲ୍ଡିଂ ଟ୍ରେନିଙ୍ଗ ପ୍ରୋଗ୍ରାମ ଆୟୋଜିତ।

ରଣପୁରରେ ପ୍ଲାଷ୍ଟିକ ବିକଳ୍ପ ଉପରେ କାପାସିଟି ବିଲ୍ଡିଂ ଟ୍ରେନିଙ୍ଗ ପ୍ରୋଗ୍ରାମ ଆୟୋଜିତ।

March 19, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 19, 2026
ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

March 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version