No Result
View All Result

ଓଡ଼ିଶା ତାଜା ନ୍ୟୁଜ (୩ ଅଗଷ୍ଟ ମଙ୍ଗଳବାର ) ଆଜି ପୁରୁଣା ଭୁବନେଶ୍ୱର ପୁନାମା ଗେଟ୍ :- କେଉଟ ସାହି (ମହତାବ ରୋଡ) ରାସ୍ତାର ନବୀକରଣ କାର୍ଯ୍ୟର ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ରାସ୍ତା ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାୟ ଏକ କିଲୋମିଟର ବ୍ୟବଧନ ପାଇଁ ୬୬ ଲକ୍ଷ୍ୟ ଟଙ୍କା ବେୟ ବରାଦ ହୋଇଛି।ଏହି ରାସ୍ତା ୱାର୍ଡ ନଂ ୬୦,୬୧, ଏବଂ ୫୪ ର ମୁଖ୍ୟ ରାସ୍ତା ହୋଇଥିବାରୁ ପେବର୍ ବ୍ଲକ ଦ୍ଵାରା ନିର୍ମାଣ କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ଜଗବନ୍ଧୁ ରାଓ କହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥା,ଅନିତା ରାଣୀ ମହାନ୍ତି, ପୂର୍ବତନ ପ୍ରଶାସକ କୃଷ୍ଣଚନ୍ଦ୍ର ବଡୁ, ସମାଜ ସେବୀ ଦାଶରଥି ଗରାବଡୁ,ଚନ୍ଦ୍ରଶେଖର ମଲ୍ଲିଆ, ଜିତେନ୍ଦ୍ର ନନ୍ଦ, ଦିବ୍ୟରଞ୍ଜନ ବେହେରା,ଶିବପ୍ରସାଦ ମହାପାତ୍ର, ପୂର୍ନେନ୍ଦୁ ପୂଜାପଣ୍ଡା,ବିରଞ୍ଚି ପତି,ରଶ୍ମି ସେନାପତି ,ଶିବ ରାୟ,ପ୍ରଭାସ ସୁନ୍ଦରାୟ ଅମରେନ୍ଦ୍ର ଗରାବଡୁ, ନରେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result