No Result
View All Result

ଓଡ଼ିଶା ତାଜା ନ୍ୟୁଜ ( ୩୧ ଜୁଲାଇ ଶନିବାର) ଭୁବନେଶ୍ୱର :- ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ କୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶୁଭାରମ୍ଭ କରିଛନ୍ତି । ସେଥିମଧ୍ୟରୁ ରଥରୋଡ ବିବେକାନନ୍ଦ ରୋଡ ମଧ୍ୟରେ ସଂଯୋଗ କରୁଥିବା ରାସ୍ତା ର ଉଦ୍ଘାଟନ, ନାଗେଶ୍ଵର ଟାଙ୍ଗୀ ଅଞ୍ଚଳର ତିନୋଟି , ବଡଗଡ ବ୍ରିଟର ତିନୋଟି ରାସ୍ତା ଭିତ୍ତପ୍ରସ୍ତର କରିଥିଲେ।

ପରେ ତେଜସ୍ଵୀନୀ ମିଶନ ଶକ୍ତି ମହିଳା ମହାସଂଘର ପକ୍ଷରୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରି କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ ଏବଂ ଶେଷରେ ବି ଜେ ବି ନଗର ପିପୁଲ୍ସ ଆସୋସିଏସନ୍ ର ବରିଷ୍ଠ ନାଗରିକମାନଙ୍କୁ ମାସ୍କ, ହ୍ୟାଣ୍ଡ ସାନିଟାଇଜର, ଆଣ୍ଟି ସେପ୍ଟିକ୍ ୱାଇପସ୍ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଦେବବ୍ରତ ସାହୁ,ବିଡିଓ ରମେଶ ସେଠି, ସିଡ଼ିପିଓ ସନ୍ଧ୍ୟାରାଣୀ ଦେବୀ, ବିପିସି ଗଙ୍ଗୋତ୍ରି ପ୍ରିୟଦର୍ସନୀ, ତେଜସ୍ଵୀନି ମିଶନ ଶକ୍ତି ମହିଳା ମହାସଂଘର ସଭାପତି ମହାମାୟା ସ୍ୱାଇଁ, ସମ୍ପାଦିକା ସଂଯୁକ୍ତା ଭୁତିଆ, ପୁର୍ବତନ ଡେପୁଟି ମେୟର କେ ଶାନ୍ତି, ପୁର୍ବତନ କର୍ପୋରେଟର ସୀମା ନାୟକ, ବନ୍ଦନା ସାହୁ, ଅବନିକାନ୍ତ ପାଟ୍ଟସାଣି,ଅଶୋକ ସିଂ, ପୁଷ୍ପା ଦାସ,ରୁନୁ ଜେନା,ନୃପେଶ ନାୟକ ସମାଜସେବୀ ପ୍ରତାପ ଜେନା,ସନ୍ତୋଷ ସିଂ ପ୍ରମୁଖ ଉପସ୍ଥିତ ଥିଲେ।
No Result
View All Result