No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଜୁଲାଇ ମଙ୍ଗଳବାର ) ନୟାଗଡ଼ :- କେନ୍ଦ୍ରାପଡ଼ାର ଜନୈକ ସାମ୍ବାଦିକଙ୍କୁ ଆକ୍ରମଣର ପ୍ରତିବାଦରେ ତୁରନ୍ତ ଆକ୍ରମଣକାରୀଙ୍କୁ ଗିରଫ ସହ ଅସୁରକ୍ଷିତ ସାମ୍ବାଦିକଙ୍କୁ ସୁରକ୍ଷା ଦାବିରେ ଆଜି ପୂର୍ବାହ୍ନ ରେ ନୟାଗଡ଼ ଜିଲ୍ଲା ଡିଜିଟାଲ ମେଡ଼ିଆ ସାମ୍ବାଦିକ ସଙ୍ଘ ଏକ ଦାବିପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏଠାକାର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି | ଏହି ପରିପ୍ରେକ୍ଷୀରେ କୋଭିଡ ଆଇନ ଅନୁଯାୟୀ ସଙ୍ଘର ଏକ ରାଲି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲା |
ନୟାଗଡ଼ ଜିଲ୍ଲା ଡିଜିଟାଲ ମେଡ଼ିଆ ସାମ୍ବାଦିକ ସଙ୍ଘ ସହ ଉତ୍କଳ ସାମ୍ବାଦିକ ସଙ୍ଘ, ଜିଲ୍ଲା ଶାଖା ତରଫରୁ ମଧ୍ୟ ସାମ୍ବାଦିକ ସୁରକ୍ଷା ସମ୍ପର୍କିତ ଦାବିପତ୍ର ପ୍ରଦାନ କରାଯାଇଥିବାବେଳେ ଓୟୁଜେ ନୟାଗଡ଼ ଶାଖାର ଗୋପାଳ ବିଶ୍ୱାଳ ମଧ୍ୟ ସମର୍ଥନ ଜଣାଇ କାର୍ଯକ୍ରମରେ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟ, ରାମକୃଷ୍ଣ ରଥ,ସାମ୍ବାଦିକ ଭବନ ସଭାପତି ବୈଦ୍ୟ ଭୂଷଣ ମହାପାତ୍ର, ଜିଲ୍ଲା ଶାଖା ସାମ୍ବାଦିକ ସଙ୍ଘ ସଭାପତି (ଉତ୍କଳ) ଶ୍ରୀକାନ୍ତ ଖଟେଇ ସାମ୍ବାଦିକ ଆକ୍ରମଣ ଘଟଣାର ଦୃଢ ନିନ୍ଦା କରିଥିଲେ |
ଜିଲ୍ଲାର ସମସ୍ତ ବ୍ଲକ,ମୁନିସିପାଲିଟିରୁ ସାମ୍ବାଦିକ ମାନେ ଏଥିରେ ଅଂଶ ଗ୍ରହଣ କରିଥିବା ବେଳେ ଏ ସମସ୍ତ କାର୍ଯ୍ୟକ୍ରମ କୋଭିଡ ଆଇନ ଅନୁଯାୟୀ ଜିଲ୍ଲା ଡିଜିଟାଲ ମେଡ଼ିଆ ସାମ୍ବାଦିକର ସଭାପତି ଅନୱାର ଅଲ୍ଲୀ, ଉପସଭାପତି ଯଯାତି କେଶରୀ ମହାପାତ୍ର, ସମ୍ପାଦକ କିଶୋର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା (ରିପୋର୍ଟ -ରାମକୃଷ୍ଣ ରଥ )
No Result
View All Result