No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୬ ଜୁଲାଇ ସୋମବାର ) ବାଙ୍କୀ :- ତାଳବସ୍ତ ପଞ୍ଚାୟତ ସାମନ୍ତରାପୁର ରେ ହୋଇଥିବା ଖେଳପଡିଆ ଉନ୍ନତି କରଣ ଓ ନିର୍ମାଣ, ପାର୍କ ନିର୍ମାଣ, ପୋଖରୀ ଉନ୍ନତିକରଣ ନାଁ ରେ ହୋଇଥିବା ହରିଲୁଟ ଅଭିଯୋଗ ସମ୍ପର୍କରେ ଗଣମାଧ୍ୟମ ରେ ପ୍ରକାଶ ପାଇବା ଓ ବିଜେପି ର ବିଧାୟକ ପାର୍ଥି ଉକ୍ତ ସ୍ଥାନକୁ ଯାଇ ସରର୍ଜମିନ ତଦନ୍ତ କରି ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଙ୍କୁ ଅବଗତ କରିଥିଲେ। ଆଜି ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଙ୍କ ନିର୍ଦେଶ ରେ ଏକ ତିନି ଜଣିଆ ଟିମ ଉକ୍ତ ସ୍ଥାନକୁ ଆସି ତନଖି କରିଥିଲେ।ବିଜେପିଓ ଗ୍ରାମବାସୀ ଏବଂ ଆରଟିଆଇ ତଥ୍ୟ ଅନୁଯାୟୀ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ମନରେଗା ଯୋଜନାରେ କାର୍ଯ୍ୟ ରେ ସରପଞ୍ଚ ଓ ବିଭାଗୀୟ ଯନ୍ତ୍ରୀ ଏବଂ ଗ୍ରାମ ସାଥି ର ପ୍ରବଚନା ରେ ଶ୍ରମିକ ମାନଙ୍କ ଜବ କାର୍ଡ କୁ ଚତୁରତା ସହ ନେଇ ସେମାନଙ୍କ ଅଜ୍ଞାତ ରେ ଶ୍ରମିକଦିବସ ରେ କାର୍ଯ୍ୟ ହୋଇଥିବା ଦର୍ଶାଯାଇ ବିନା କାର୍ଯ୍ୟ ରେ ଟଙ୍କା ଉଠାଣ ହୋଇଛି ଏହା ଏକ ଦୁର୍ଭାଗ୍ୟ ଜନିତ କଥା ବୋଲି ବିଜେପି ବାରମ୍ବାର ଦାବି କରିଥିଲା ।
ଆରଟିଆଇ ତଥ୍ୟ ଅନୁଯାୟୀ ପାର୍କ ଯେଉଁ ସ୍ଥାନରେ ହେବା କଥା ସେଠାରେ ହୋଇନାହିଁ।ଗ୍ରାମବାସୀ ଓ ବିଜେପି ର କହିବା ମୁତାବକ ଗ୍ରାମ ମଶାଣି ରେ ଦୁଇ ଟ୍ରକ ମାଟି ଓ କିଛି ଗଛ କାଟି ସେଠାରେ ହୋଇଛି ବୋଲି ଦର୍ଶାଇ ୧୦,୦୦୦୦୦ଟଙ୍କା ରୁ ୬୩୩୩୬୦ଟଙ୍କା ଶ୍ରମିକ ନାମରେ ହଡପ ହୋଇଛି।ଜିଓ ଟ୍ରାକିଂ କରି କିପରି ଜିଆରଏସ, ସହକାରୀଯନ୍ତ୍ରୀ ଟଙ୍କା ମଞ୍ଜୁର କରି ଠିକା ଦାର ଓ ସରପଞ୍ଚ ହରୁଲୁଟ କରିଛନ୍ତି ତାହା କୁ ନିନ୍ଦା କରିଥିଲା ବିଜେପି ।ସେହିପରି ଇନ୍ଦିରା ପ୍ରିୟଦର୍ଶୀନି ଖେଳ ପଡିଆ ଉନ୍ନତି କରଣ ଓ ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ଓ ମହାଦେବ ପୋଖରୀ ଉନ୍ନତି କରଣ ପାଇଁ ୧୦ଲକ୍ଷ ଟଙ୍କା ଚଳୁ କରାଯାଇଛି।ରୁବାନ ଯୋଜନା ରେ ମହାଦେବ ପୋଖରୀ ଉନ୍ନତି କରଣ ଖୋଦ କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର ନାଥ ସିଂ ନିଜ ନାମରେ କାର୍ଯ୍ୟଦେଶ ଆଣି ମିସିନ ସାହାଯ୍ୟ ରେ ଅଳ୍ପ କାର୍ଯ୍ୟ କରି ଅର୍ଥ ହଡପ କରିଥିଲେ ଗ୍ରାମ ବାସୀ ଓ ବିଜେପି ତାହାର ତଦନ୍ତ ପାଇଁ ବାରମ୍ବାର ଦାବି କରି ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅମ୍ବର କର ଙ୍କୁ ଅବଗତ କରିଥିଲେ।
ଏ ସମ୍ପର୍କରେ ମଧ୍ୟ ଗଣମାଧ୍ୟମ ରେ ବାରମ୍ବାର ଖବର ପ୍ରସାରଣ ପରେ ଆଜି ପ୍ରତିନିଧି ମଣ୍ଡଳୀ ସାମନ୍ତରାପୁର ର ତିନି ଗୋଟି ପ୍ରକଳ୍ପ କୁ ବୁଲି ଦେଖିବାକୁ ଆସିଲା ବେଳେ ହରିଲୁଟ ରେ ସମ୍ପୃକ୍ତ ବ୍ୟକ୍ତି ମାନେ ଅଭିଯୋଗ କାରୀ ଙ୍କ ସହ ବଚସା କରିଥିଲେ ପରିସ୍ଥିତି ନିୟନ୍ତ୍ରଣ ବାହାର କୁ ଯିବା ପରେ ବାଧ୍ଯ ହୋଇ ତଦନ୍ତ କାରୀ ଦଳ ଅଧାରୁ ବିନା ତଦନ୍ତ ରେ ଫେରି ଯାଇ ଥିଲେ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ପଞ୍ଚୟତ କାର୍ଯ୍ୟ ନିର୍ବାହି ଅଧିକାରୀ , ଗ୍ରାମ ସାଥି ଓ ଯେଉଁ ଅଫିସର ଙ୍କ ନାମରେ ଦୁର୍ନୀତି ଅଛିଏବଂ ସରପଞ୍ଚ ଉକ୍ତ ସ୍ଥାନରେ କାହିଁକି ଉପସ୍ଥିତ ଥିଲେ ଓ ତଦନ୍ତ କାରୀ ଦଳ ସହ କେଉଁ ମସୁଧା କରୁଥିଲେ ତାହା ବାସ୍ତବିକ ତଦନ୍ତ ସାପେକ୍ଷ ବୋଲି ଗ୍ରାମବାସୀ ବାସୀ ଓ ବିଜେପି ବିରୋଧୀ କରିଥିଲା ସେମାନଙ୍କ ଉପସ୍ଥିତି ରେ ତଦନ୍ତ ର ସ୍ୱଚ୍ଛତା ରେ ବାଧା ଆଶଙ୍କା ର ଯଥେଷ୍ଟ ସମ୍ଭାବନା ଅଛି ବୋଲି ବିଜେପି କର୍ମୀ ହେମନ୍ତ ଜେନା ପ୍ରକାଶ କରିଥିଲେ।ତଦନ୍ତ କାରୀଦଳ ଅଧାରୁ ଫେରିଯିବା ଓ ଯେଉଁ ମାନଙ୍କ ନାମ ରେ ଅଭିଯୋଗ ଅଛି ସେମାନେ ଉକ୍ତ ସ୍ଥାନରେ ଉପସ୍ଥିତ ରହିବା ତଦନ୍ତ ର ସାଧୁତା ଉପରେ ପ୍ରଶ୍ନ ଉଠୁଛି।ବିଜେପି ଏହାର ନିନ୍ଦା କରିଛି ବିଜେପିବିଧାୟକ ପାର୍ଥି ଶୁଭ୍ରାଂଶୁ ମୋହନ ପାଢ଼ୀ ପ୍ରକାଶ କରିଛନ୍ତି ସରକାରୀ ଦଳ ର ଛତ୍ର ଛାୟା ରେ ଥିବା
ଜିଲ୍ଲା ପ୍ରଶାସନ କେତେଦୂର ତଦନ୍ତ ରେ ସ୍ୱଚ୍ଛତା ଆଣିବ ତାହା ଚିନ୍ତା ର ବିଷୟ ତେଣୁ ଏହି ମହା ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ପାଇଁ ବିଜେପି ବିଧାୟକ ପାର୍ଥି ଶ୍ରୀ ପାଢ଼ୀ ରାଜ୍ୟ ସରକାର ଅନୁରୋଧ କରିଛନ୍ତି।ଡମପଡା ବିଜେପି ମଣ୍ଡଳ ସଭାପତି ବିନୋଦ ଦାସ ପ୍ରକାଶ କରିଛନ୍ତି ବ୍ଳକ ପ୍ରଶାସନ , ଜିଲ୍ଲାପ୍ରକଳ୍ପ ଅଧିକାରୀ ଓ ଡମପଡା ବ୍ଳକ ସହକାରୀ ଯନ୍ତ୍ରୀ ପ୍ରଭାତ ରାଉତ ଏକ ଗୁପ୍ତ ବୈଠକ କରି ଏହି ମହା ଦୁର୍ନୀତି କୁ କିପରି ଜିଲ୍ଲା ପ୍ରକଳ୍ପ ଅଧିକାରୀ କ୍ଲିନଚିଟ ଦେବେ ସେଥିପାଇଁ ମସୁଧା ଚାଲିଛି ଓ ଅଭିଯୋଗକାରି ଓକିଲ ମାନଙ୍କ ସହ ମସୁଧା କରୁଛନ୍ତି କିପରି ଏହି ଦୁର୍ନୀତି କୁ ରଫା ଦଫା କରିବାକୁ ଚେଷ୍ଟା କରିବା ସହ କିଛି ଗଣମାଧ୍ୟମ କୁ ମଧ୍ୟ ଏହି ଦୁର୍ନୀତି କୁ ସ୍ୱଚ୍ଛ କିପରି ପ୍ରସାରଣ କରିହେବ ସେଥିପାଇଁ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି ତେଣୁ ଏହି ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ନିତ୍ୟାନ୍ତ ଆବଶ୍ୟକ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି।ବାଙ୍କୀ ବିଜେପି ରାଜ୍ୟ ସରକାର ଓ ୫ଟି କୁ ଏ ଦୁର୍ନୀତି ସମ୍ପର୍କରେ ବିଶେଷ ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଛନ୍ତି।
No Result
View All Result