• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଧାନ କିଣୁ ନାହିଁ କୋରାଇ ସମବାୟ ସମିତି ଆଗରେ ଧାନ ଗାଡ଼ି ରଖି ଧାରଣାରେ ବସିଲେ ଚାଷୀ

Proprietor Abhimanyu Maharana by Proprietor Abhimanyu Maharana
June 9, 2021
in ଓଡ଼ିଶା, କଟକ, ହୋମ୍
0
ଧାନ କିଣୁ ନାହିଁ କୋରାଇ ସମବାୟ ସମିତି ଆଗରେ ଧାନ ଗାଡ଼ି ରଖି ଧାରଣାରେ ବସିଲେ ଚାଷୀ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁନ୍,ମଙ୍ଗଳବାର )  କୋରାଇ :- କୋରାଇ କୃଷୀ ସମବାୟ ସମିତିରେ ସରକାରୀ ଟୋକନ୍ ପାଇବି ବହୁ ଚାଷୀ ଧାନ ବିକ୍ରି କରି ପାରୁ ନାହାନ୍ତି । ସରକାରଙ୍କ ନିର୍ଦ୍ଦେଶ ଆସିଛି ଯେ, ଯେଉଁମାନେ ଆଗାମୀ ୫ଦିନ ମଧ୍ୟରେ ଧାନ ବିକ୍ରି ନକରିବେ ସେମାନଙ୍କ ଟୋକ୍ ଅକାମୀ ହୋଇଯିବ । ଏହି ସୂଚନା ପାଇବା ପରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ତୁରନ୍ତ ସମବାୟ ସମିତି ପକ୍ଷରୁ ଧାନ କିଣିବା ଦାବିରେ ଧାନ ଗାଡ଼ି ଧରି ସମିମିରେ ପହଂଚିଥିଲେ ଚାଷୀ । ହେଲେ ଟାର୍ଗେଟ ନଥିବା ଦର୍ଶାଇ ସମିତି ଧାନ କିଣିବା ପାଇଁ ମନା କରି ଦେବାକୁ ଚାଷୀ ନିରୁପାୟ ହୋଇ ଧାନ ଗାଡ଼ି ରଖି ସମିତି ଆଗରେ ଧାରଣାରେ ବସିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ସୂଚନା ମୁତାବକ, ଚଳିତ ରବି ଋତୁରେ କୋରାଇ ବ୍ଲକରେ ୩୯୦୦ ଏକର ଜମିରେ ଡାଳୁଅ ଧାନ ଚାଷ କରିଥିଲେ ।

ଧାନ ଅମଳ ସମୟରେ ବହୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଚାଷୀ ଧାନ ଅମଳ କରିଥିଲେ । ହେଲେ ଏବେ ପ୍ରତିବନ୍ଧକ ସାଜିଛି ସରକାରୀ ମଣ୍ଡିରେ ଧାନ ଦେବା । ମଣ୍ଡିରେ ଧାନ ଦେବା ପାଇଁ କୋରେଇ ସମବାୟ ସମିତି ଅଧୀନରରେ ପାଖାପାଖି ୩ଶହରୁ ଅଧିକ ଚାଷୀ ଖରିଫ ଧାନ ଚାଷ କରିଥିଲେ । ସେମାନଙ୍କ ମଧ୍ୟରୁ ସରକାରୀ ମଣ୍ଡିରେ ଧାନ ଦେବାକୁ ୨୫୨ଜଣ ଅନ୍‌ଲାଇନ୍‌ରେ ନାମ ପଞ୍ଜୀକୃତ କରିଥିଲେ । ନାମ ପଞ୍ଜୀକୃତ କରିଥିବା ଚାଷୀଙ୍କ ମଧ୍ୟରୁ ସର୍ଭେ କରାଯାଇ ୨୧୫ ଜଣଙ୍କ ଚାଷୀ ଧାନ ଦେବାକୁ ସଫଳ ହୋଇଥିଲେ । ସେମାନଙ୍କ ପକ୍ଷରୁ ୧୧୦ଜଣ ଧାନ କିଣିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଆସିଥିଲା । ଯେଉଁ ସମିତିରେ ଧାନ ଦେବେକୁ ବିବେଚିତ ହେବେ ସେମାନଙ୍କ ଠାରୁ ସର୍ବାଧିକ ୪୦କ୍ୱିଂଟାଲ ଧାନ କିଣା ଦେବାକୁ ନିର୍ଦ୍ଦେଶ ଆସିଥିଲା । ସମବାୟ ସମିତି ଏହି ନିର୍ଦ୍ଦେଶ ପାଇବା ପରେ କୋରାଇ ସମବାୟ ସମିତି ପ୍ରଥମ ପର୍ଯ୍ୟାୟ ଧାନ କିଣା ଆରମ୍ଭ କରିଥିଲା । ଏହି ଆଧାରରେ ଚଳିତ ମାସ ୪ତାରିଖରେ ପ୍ରଥମ ପର୍ଯ୍ୟାୟରେ ମାତ୍ର ୧୨ଜଣ ଚାଷୀଙ୍କ ଠାରୁ ୪ଶହ କ୍ୱିଂଟାଲ ଧାନ କିଣିବା ପରେ ଟାର୍ଗେଟ ଶେଷ ହୋଇଯାଇଥିଲା ।

ସମିତି ଅଧୀନରେ ୧୧୦ଜଣ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ନିର୍ଦ୍ଦେଶ ଆସିଥିବା ବେଳେ ମାତ୍ର ୪ଶହ କ୍ୱିଂଟାଲ ଧାନ ୧୨ଜଣ ଚାଷୀଙ୍କ ଠାରୁ ଧାନ କିଣା ହୋଇଥିବା ଯୋଗୁ ଅନ୍ୟମାନେ ଧାନ ଦେବାରୁ ବଂଚିତ ହୋଇଥିଲେ । ବାତ୍ୟା ‘ୟସ’ ଯୋଗୁ ଚାଷୀ ଅମଳ ଧାନକୁ ସୁରକ୍ଷିତ ରଖିବା ପାଇଁ ନାହିଁ ନଥିବା ଅସୁବିଧାର ସ୧ୁଖୀନ ହୋଇଥିବା ବେଳେ ଏବେ ଧାନ କିଣା ଯାଉ ନଥିବାରୁ ଚାଷୀ ହତୋତ୍ସାହ ହୋଇପଡ଼ିଥିଲେ । ଅପରପକ୍ଷେ ମେ ମାସ ୨୯ତାରିଖରେ ଜିଲା ଯୋଗାଣ ବିଭାଗ ପକ୍ଷରୁ ଚାଷୀଙ୍କୁ ପ୍ରଦତ କରାଯାଇଥିବା ଟୋକନରେ ଦର୍ଶା ଯାଇଥିଲା ଯେ, ମେ ୩୧, ଜୁନ ୧ ଓ ୨ତାରିଖ ସୁଦ୍ଧା ଧାନ ଦେବାକୁ ସୂଚିତ କରାଯାଇଥିଲା । ଟାର୍ଗେଟ ନଥିବା ଦର୍ଶାଇ ସମିତି ଧାନ କିଣୁ ନଥିବା ବେଳେ ପୁନର୍ବାର ଚାଷୀଙ୍କ ମୋବାଇଲକୁ ଏକ ବାର୍ତା ଆସିଥିଲା ଯେ, ଯେଉଁ ଚାଷୀ ଟୋକନ୍ ହାତେଇଛନ୍ତି ସେମାନେ ଆଗାମୀ ୫ଦିନ ମଧ୍ୟରେ ସମବାୟ ସମିତିରେ ଧାନ ବିକ୍ରି ନକରିଲେ ସେମାନଙ୍କ ଟୋକନ୍ ବାଯ୍ୟାପ୍ତି ହୋଇଯିବ ।

ଚାଷୀ ଏହି ବାର୍ତା ପାଇବା ପରେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । ଆଜି ଚାଷୀ ପୁରସ୍ତମ ଦାସ, ଯୋଗେନ୍ଦ୍ର ସାହୁ, ଗଣେଶ୍ୱର ଦଳାଇ, କମଳାକାନ୍ତ ବିଶ୍ୱାଳ, ତରୁଣ କୁମାର ସ୍ୱାଇଁ, ପ୍ରଶାନ୍ତ ସାମଲ, ଗଦାଧର ସାହୁ, ମୀନହରି ସାହୁ, କହ୍ନେଇ ବିଶ୍ୱାଳ, ଅଜୟ କୁମାର ସ୍ୱାଇଁ, ବିଜୟକୁମର ସାହୁ, ହାଡ଼ିବନ୍ଧୁ ବିଶ୍ୱାଳ, ବିଜୟ କୁମାର ସ୍ୱାଇଁ, ମନୋରଞ୍ଜନ ଦାସ, ନୃସିଂହ ବିଶ୍ୱାଳଙ୍କ ସମେତ ଅନ୍ୟ କେତେକ ଚାଷୀ ଟ୍ରାକ୍ଟରେ ଧାନ ଧରି କୋରାଇ ସମବାୟ ସମିତି ନିକଟରେ ପହଂଚିଥିଲେ । ସମିତି ପକ୍ଷରୁ ଧାନ କିଣିବା ପାଇଁ ଟାର୍ଗେଟ ନଥିବା ଆଳ ଦେଖାଇ ଧାନ କିଣା ସମ୍ଭବ ହୋଇ ପାରିବ ନାହିଁ ବୋଲି କୁହାଯିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଧନେଶ୍ୱର-ବରୁଣ୍ଡାଇ ରାସ୍ତାରେ ଧାନ ଗାଡ଼ି ରଖି ସମିତି ସ୧ୁଖରେ ଧାରଣାରେ ବସିଥିଲେ । ଖବର ପାଇଁ ସମବାୟ ସମିତି ସମ୍ପ୍ରସାରଣ ଅଧିକାରୀ ପ୍ରଶାନ୍ତ କୁମାର କର ଚାଷୀଙ୍କ ସହିତ ଆଲୋଚନା କରି ଟାର୍ଗେଟ ଆସିଲେ ଧାନ କିଣିବାକୁ କହିଥିଲେ ବି ଚାଷୀଙ୍କର ଅଧିକାରୀଙ୍କ କଥାରେ ଭରସି ପରିନଥିଲେ । ଫଳରେ ଚାଷୀ ଧାନ ଗାଡ଼ିକୁ ରାସ୍ତାରେ ରଖି ପୂର୍ବାହ୍ଣ୍ନ ୯ଟା ଠାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ସମିତି ସ୧ୁଖରେ ବସିଥିଲେ ।

ଏହି ସମୟ ମଧ୍ୟ ସମବାୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀ କର ତାଙ୍କ ଉପରିସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରିବ ପରେ ସମବାୟ ସମିତି ପାଇଁ ପୁନର୍ବାର ୭ଶହ କ୍ୱିଂଟାଲ ଧାନ କିଣିବା ପାଇଁ ସୂଚନା ଦେଇଥିଲେ । ସମିତି ଏହି ସୂଚନା ପାଇବା ପରେ କ୍ରମିକଭାବେ ଚାଷୀଙ୍କର ଏକ ତାଲିକା ସମିତି ଆଗରେ ମାରାଯାଇଥିଲା । ଏଥିରେ ଚାଷୀ କ୍ରମିକଭାବେ ଧାନ ଦେବା ପାଇଁ ସୂଚିତ କରିଥିଲେ ହେଁ ଏଥିରେ ଚାଷୀଙ୍କ ମନ ବୁଝି ନଥିଲ । ଏହାକୁ ନେଇ ଚାଷୀଙ୍କ ପକ୍ଷରୁ କୋରାଇ ବିଡିଓ ଓ କୋରାଇ ଥାନା ଅଧିକାରୀଙ୍କୁ ଲିଖିତଭାବେ ଜଣା ଯାଇଥିଲା ଯେ, ଯେଉଁ ଚାଷୀ ଧାନ ଦେବାକୁ ଯୋଗ୍ୟ ସମସ୍ତ ଚାଷୀଙ୍କ ଠାରୁ ସମସ୍ତ ଧାନ କିଣା ଯାଉ । ଏଥିରେ ବ୍ୟତିକ୍ରମ ହେଲେ ଆସନ୍ତା କାଲି ଚାଷୀଙ୍କ ପକ୍ଷରୁ ଧନେଶ୍ୱର-ବରୁଣ୍ଡାଇ ପୂର୍ତ ବିଭାଗ ରାସ୍ତାରେ ଧାନଗାଡ଼ି ରଖି ରାସ୍ତା ରୋକ୍‌ କରାଯିବ ବୋଲି ଚେତାବନୀ ଦିଆଯାଇଛି । କୋରାଇରେ ଧାନ କିଣାରେ ବଡ଼ ବ୍ୟତିକ୍ରମ କରାଯାଇଥିବା ଯୋଗୁ ଏହାର ପ୍ରତିବାଦରେ ଧନେଶ୍ୱର ସମିତି ଅଧୀନ ଚାଷୀଙ୍କ ପକ୍ଷରୁ ମଧ୍ୟ ସବୁଚାଷୀଙ୍କ ଠାରୁ ସମସ୍ତ ଅମଳ ଧାନ କିଣିବା ପାଇଁ ଜିଲାପାଳଙ୍କୁ ମଧ୍ୟ ଅଭିଯୋଗ କରାଯାଇଥିବା ପ୍ରକାଶ କରାଯାଇଛି (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଅବକାରୀ ବିଭାଗର ଚଢ଼ାଉ ୨୪୮୫ ଲିଟର ଦେଶୀମଦ ସମେତ ୧୮୪୧୦ ଲିଟର ମଦ ସାମଗ୍ରୀ ଜବତ

ଅବକାରୀ ବିଭାଗର ଚଢ଼ାଉ ୨୪୮୫ ଲିଟର ଦେଶୀମଦ ସମେତ ୧୮୪୧୦ ଲିଟର ମଦ ସାମଗ୍ରୀ ଜବତ

May 10, 2026
ସୌମ୍ୟରଂଜନଙ୍କ ମୃତ୍ୟୁକୁ ନେଇ ନ୍ୟାୟ ଓ ଅପରାଧୀଙ୍କୁ ଗିରଫ ଦାବୀରେ ଉତ୍ତ୍ୟକ୍ତ ଜନତାଙ୍କ ରାସ୍ତାରୋକ

ସୌମ୍ୟରଂଜନଙ୍କ ମୃତ୍ୟୁକୁ ନେଇ ନ୍ୟାୟ ଓ ଅପରାଧୀଙ୍କୁ ଗିରଫ ଦାବୀରେ ଉତ୍ତ୍ୟକ୍ତ ଜନତାଙ୍କ ରାସ୍ତାରୋକ

May 10, 2026
ଆଇନ ସଚେତନତା ଶିବିର

ଆଇନ ସଚେତନତା ଶିବିର

May 10, 2026
ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’

ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’

May 10, 2026

Recent News

ଅବକାରୀ ବିଭାଗର ଚଢ଼ାଉ ୨୪୮୫ ଲିଟର ଦେଶୀମଦ ସମେତ ୧୮୪୧୦ ଲିଟର ମଦ ସାମଗ୍ରୀ ଜବତ

ଅବକାରୀ ବିଭାଗର ଚଢ଼ାଉ ୨୪୮୫ ଲିଟର ଦେଶୀମଦ ସମେତ ୧୮୪୧୦ ଲିଟର ମଦ ସାମଗ୍ରୀ ଜବତ

May 10, 2026
ସୌମ୍ୟରଂଜନଙ୍କ ମୃତ୍ୟୁକୁ ନେଇ ନ୍ୟାୟ ଓ ଅପରାଧୀଙ୍କୁ ଗିରଫ ଦାବୀରେ ଉତ୍ତ୍ୟକ୍ତ ଜନତାଙ୍କ ରାସ୍ତାରୋକ

ସୌମ୍ୟରଂଜନଙ୍କ ମୃତ୍ୟୁକୁ ନେଇ ନ୍ୟାୟ ଓ ଅପରାଧୀଙ୍କୁ ଗିରଫ ଦାବୀରେ ଉତ୍ତ୍ୟକ୍ତ ଜନତାଙ୍କ ରାସ୍ତାରୋକ

May 10, 2026
ଆଇନ ସଚେତନତା ଶିବିର

ଆଇନ ସଚେତନତା ଶିବିର

May 10, 2026
ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’

ମଞ୍ଚସ୍ଥ ହେଲା ନାଟକ ‘ଓଡ଼ଶ’

May 10, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଅବକାରୀ ବିଭାଗର ଚଢ଼ାଉ ୨୪୮୫ ଲିଟର ଦେଶୀମଦ ସମେତ ୧୮୪୧୦ ଲିଟର ମଦ ସାମଗ୍ରୀ ଜବତ

ଅବକାରୀ ବିଭାଗର ଚଢ଼ାଉ ୨୪୮୫ ଲିଟର ଦେଶୀମଦ ସମେତ ୧୮୪୧୦ ଲିଟର ମଦ ସାମଗ୍ରୀ ଜବତ

May 10, 2026
ସୌମ୍ୟରଂଜନଙ୍କ ମୃତ୍ୟୁକୁ ନେଇ ନ୍ୟାୟ ଓ ଅପରାଧୀଙ୍କୁ ଗିରଫ ଦାବୀରେ ଉତ୍ତ୍ୟକ୍ତ ଜନତାଙ୍କ ରାସ୍ତାରୋକ

ସୌମ୍ୟରଂଜନଙ୍କ ମୃତ୍ୟୁକୁ ନେଇ ନ୍ୟାୟ ଓ ଅପରାଧୀଙ୍କୁ ଗିରଫ ଦାବୀରେ ଉତ୍ତ୍ୟକ୍ତ ଜନତାଙ୍କ ରାସ୍ତାରୋକ

May 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version