• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କରୋନା କରିଛି ବାଟବଣା; ବଳକା ଧାନ ମଣ୍ଡିରେ ଦେବାକୁ ବାଧକ ସାଜୁଛି ନିୟମ ପ୍ରଶାସନର ଧାର୍ଯ୍ୟଲକ୍ଷକୁ ନେଇ ଚିନ୍ତାରେ ଚାଷୀ ; ଜିଲାପାଳଙ୍କ ପୁନଃବିଚାର ଦାବି

Proprietor Abhimanyu Maharana by Proprietor Abhimanyu Maharana
June 6, 2021
in ଓଡ଼ିଶା, କଟକ, ହୋମ୍
0
କରୋନା କରିଛି ବାଟବଣା; ବଳକା ଧାନ ମଣ୍ଡିରେ ଦେବାକୁ ବାଧକ ସାଜୁଛି ନିୟମ ପ୍ରଶାସନର ଧାର୍ଯ୍ୟଲକ୍ଷକୁ ନେଇ ଚିନ୍ତାରେ ଚାଷୀ ; ଜିଲାପାଳଙ୍କ ପୁନଃବିଚାର ଦାବି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଜୁନ୍ , ଶନିବାର )କୋରାଇ  :- କରୋନା ମହାମାରୀ ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ଉଜାଡି ବେଉଷା; କେଢିନେଇ ଜୀବିକା । ଫଳରେ ଘରେ ରହିବାକୁ ବାଧ୍ୟ ହୋଇଥିବା ଲୋକେ ଚାଷକୁ ଆପଣେଇ ନେଇଛନ୍ତି । ତେଣୁ ପୂର୍ବ ବର୍ଷତୁଳନାରେ ଅଧିକ ଜମିରେ ଚାଷ ହୋଇଛି । ଏହି କ୍ରମରେ ଚଳିତ ରବି ଋତୁରେ କୋରାଇ ବ୍ଳକର ୧୭ଟି ପଂଚାୟତରେ ୩୯୦୦ଏକର ଜମିରେ ଡାଳୁଅ ଧାନ ଚାଷ କରାଯାଇଥିଲା । ଅମଳ ସମୟରେ ‘ୟସ’ବାତ୍ୟା ଯୋଗୁ ବିଚରା ଚାଷୀକୁ ବହୁ ଅସୁବିଧାର ସ୧ୁଖୀନ ହେବାକୁ ପଡିଥିଲା । କଷ୍ଟେ ମଷ୍ଟେ ଅମଳ କରି ନେଲା ସତ; କିନ୍ତୁ ବଳକା ଧାନକୁ ଏବେ ସରକାରୀ ମଣ୍ଡିରେ ଦେବାକୁ ନିୟମ ମାଧକ ସାଜିଛି । ଫଳରେ ଚାଷୀ ଧାନମଣ୍ଡିରେ ଦେଇନପାରୀ ଅଗଣାରେ ଭାଡିକରି ରଖିଛି । ଏବେ ବର୍ଷା ଲାଗିରହୁଥିବାରୁ ଜଳରେ ଭିଜିଯିବା ଆଶଙ୍କା ଉପୁଜିଛି ।

ବିକିବା ଓ ନଷ୍ଟ ହେବା ଆଶଙ୍କାରେ ଚାଷୀ ଦୋଛକିରେ ପଡିଛି । ସୂଚନାରଅନୁଯାୟୀ ଯେଉଁ ଚାଷୀ ଧାନ ଦେବାକୁ ପୂର୍ବରୁ ଅନ୍‌ଲାଇନ୍‌ରେ ନାମ ପଞ୍ଜିକୃତ କରିଥିବା ଚାଷୀଙ୍କ ଜମିମୁତାବକ ଧନା ଦେବାକୁବା ଲାଗି ମୋବାଇଲିରେ ବାର୍ତା ଆସିଛି । କିନ୍ତୁ ଜିଲା ପ୍ରଶାସନ ପ୍ରତିଦଫାରେ ଜଣେ ଚାଷୀ ସର୍ବାଧିକ ୪୦କ୍ୱିଂଟାଲ ଧାନଦେବାକୁ ନିଷ୍ପତି ହୋଇଛି । ପଂଜିକୃତ ଜମି ମୁତାବକ ଚାଷୀର ୪୦କ୍ୱାଂଟାଲରୁ ଅଧିକ ଧାନଦେବାକୁ ବାର୍ତା ଆସିଥିଲାହେଁ ମଣ୍ଡି ତତ୍ୱାବଧାରକ ୪୦କ୍ୱିଂଟାଲରୁ ଅଧିକ ଧାନ ନେଉନାହଁନ୍ତି । ଫଳରେ ବିଚରା ଚାଷୀ ଧାନ ଦେବାକୁ ନେଇ ଦ୍ୱନ୍ଦରେ ପଡିଯାଇଛି । ଏଭଳି ସ୍ଥିତ ଚାଷୀଙ୍କ ଲାଗି ଧନେଶ୍ୱର ସମବାୟ ସମିତିରେ ଉପୁଯିଛି । କୃଷିବିଭାଗ ସୂଚନା ଅନୁଯାୟୀ ଚଳିତ ରବି ଋତୁରେ ଧନେଶ୍ୱର ପଂଚାୟତରେ ୫୦ରୁ ଅଧିକ ଚାଷୀ ୫୭୫ଏକର ଜମିରେ ଡାଳୁଅ ଧାନ ଚାଷ କରିଥିଲେ ।

ବଳକାଧାନ ବିକ୍ରିପାଇଁ ମଧ୍ୟ ଅନଲାଇନରେ ପଂଜିକୃତ କରିଥିଲେ । ଧନେଶ୍ୱର କୃଷି ସମବାୟ ସମିତିରେେ ସେମାନଙ୍କ ଧାନ ବିକ୍ରିପାଇଁ ମୋବାଇଲିରେ ବାର୍ତା ଆସିଛି । ସମିତିକୁ ପ୍ରଥମ ପର୍ଯ୍ୟାୟରେ ମାତ୍ର ୨ଶହ କ୍ୱିଂଟାଲ ଧାନ କିଣା ଯିବାକୁ ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କରାଯାଇଥିଲା । ଏଠାରେ ୫୦ଜଣ ଚାଷୀ କିପରି ଧାନ ଦେବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ଧାର୍ଯ୍ୟ ଅନୁଯାଇ ଜଣେ ଚାଷୀ ସର୍ବାଧିକ ୪୦କ୍ୱିଂଟାଲ ଧାନ ଦେଇ ପାରିବାକୁ ଥିଲା ବେଳେ ଯେଉଁ ଚାଷୀ ଜମିପଂଜିକୃତ ଅନୁଯାଇ ୪୦କ୍ୱିଂଟାଲରୁ ଅଧିକ ଧାନ ଦେବାକୁ ବାର୍ତା ଆସିଛି; ସମିତି ନିୟମଅନୁଯାୟୀ ୪୦କ୍ୱିଂଟାଲ ଧାନଦେବାପରେ ଅବଶିଷ୍ଟ ଧାନ କେମିତି ବିକିବ ସେନେଇ ଦ୍ୱନ୍ଦରେ ପଡ଼ିଛି । ଅବଶିଷ୍ଟ ଧାନ କଣକରାଯିବ ସେନେଇ ସମିତି କର୍ତୃପକ୍ଷ ସଠିକଭାବେ କହିପାରୁନାହଁନ୍ତି ।

ଏହି ସମବାୟ ସମିତି ପକ୍ଷରୁ ଆଜି ପ୍ରଥମ ପର୍ଯ୍ୟାୟରେ ଧାନ କିଣା ଆରମ୍ଭ ହୋଇଥିଲା ବେଳେ ମାତ୍ର ୫ଜଣ ଚାଷୀଙ୍କ ଠାରୁ ୨ଶହ କ୍ୱିଂଟାଲ ଧାନ କିଣା ହେବା ପରେ ସମିତିର ଧାର୍ଯ୍ୟହୋଇଥିବା କୋଟା ଶେଷ ହୋଇ ଯାଇଥିଲା । ଅବଶିଷ୍ଟ ଚାଷୀ ଧାନ ଦେଇ ପାରିନଥିବା ବେଳେ ଆଜି ଯେଉଁ ଚାଷୀ ଧାନ ଦେଇଛନ୍ତି; ତାଙ୍କ ଠାରୁ ମଧ୍ୟ ପଂଜିକୃତ ବାର୍ତା ଅନୁଯାଇ ସମ୍ପୂର୍ଣ୍ଣ ଧାନ କିଣା ହୋଇ ପାରି ନାହିଁ । ପ୍ରଶାସନର ଏଭଳି ପ୍ରଣିତ ନୀତିକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହା ଉପରେ ସରକାର ପୁନର୍ବିଚାର କରି ସମସ୍ତ ଚାଷୀଙ୍କ ଠାରୁ ପଂଜିକୃତ ଅନୁଯାଇ ସବୁ ଧାନ କିଣାଯିବା ପାଇଁ କୃଷକ ନେତା ବିଜୟକୁମାର ବୋଇତାଇ ଦାବି କରିଛନ୍ତି ।

ଏସମ୍ପର୍କରେ କୋରାଇ ବ୍ଲକ ସମବାୟ ସମ୍ପ୍ରସାଣ ଅଧିକାରୀ ପ୍ରଶାନ୍ତ କୁମାର କରକୁ ପଚାରିବାରୁ କୋରାଇ ବ୍ଲକ ୯ଟି ସମବାୟ ସମିତି ପାଇଁ ପ୍ରଥମ ପର୍ଯ୍ୟାୟରେ ଧାନ କିଣା ହେବା ପାଇଁ ୧୮୦୦କ୍ୱିଂଟାଲ ଧାର୍ଯ୍ୟକରା ଯାଇଥିଲା । ସେଥିରୁ ଧନେଶ୍ୱର ସମବାୟ ସମିତିରେ ଆଜି(ଶନିବାର) ପ୍ରଥମ ପର୍ଯ୍ୟାୟ ଧାନ କିଣା ଶେଷ ହୋଇ ଯାଇଛି । ପରବର୍ତି ଦ୍ୱିତୀୟ ପର୍ଯ୍ୟାୟ କିଣିବା ଲାଗି ଧାର୍ଯ୍ୟକରାଗଲେ; ପୁନର୍ବାର ଧାନ କିଣା ହେବ ବୋଲି ଶ୍ରୀ କର ପ୍ରତିକ୍ରିୟାରେ କହିଛନ୍ତି । ଜିଲା ଯୋଗାଣ ବିଭାଗ ଓ ଜିଲାପାଳ ଦୃଷ୍ଟି ଦେଇ ପଂଜିକୃତ ଅନୁଯାୟୀ ଚାଷୀଙ୍କ ଠାରୁ ସବୁ ଧାନ କ୍ରୟକରିବାକୁ ଚାଷୀଙ୍କ ପକ୍ଷରୁ ଦାବି ହେଉଛି । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

May 9, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

May 9, 2026
ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

May 9, 2026
ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

May 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

May 9, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

May 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version