No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଜୁନ୍ , ଶନିବାର )କୋରାଇ :- କରୋନା ମହାମାରୀ ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ଉଜାଡି ବେଉଷା; କେଢିନେଇ ଜୀବିକା । ଫଳରେ ଘରେ ରହିବାକୁ ବାଧ୍ୟ ହୋଇଥିବା ଲୋକେ ଚାଷକୁ ଆପଣେଇ ନେଇଛନ୍ତି । ତେଣୁ ପୂର୍ବ ବର୍ଷତୁଳନାରେ ଅଧିକ ଜମିରେ ଚାଷ ହୋଇଛି । ଏହି କ୍ରମରେ ଚଳିତ ରବି ଋତୁରେ କୋରାଇ ବ୍ଳକର ୧୭ଟି ପଂଚାୟତରେ ୩୯୦୦ଏକର ଜମିରେ ଡାଳୁଅ ଧାନ ଚାଷ କରାଯାଇଥିଲା । ଅମଳ ସମୟରେ ‘ୟସ’ବାତ୍ୟା ଯୋଗୁ ବିଚରା ଚାଷୀକୁ ବହୁ ଅସୁବିଧାର ସ୧ୁଖୀନ ହେବାକୁ ପଡିଥିଲା । କଷ୍ଟେ ମଷ୍ଟେ ଅମଳ କରି ନେଲା ସତ; କିନ୍ତୁ ବଳକା ଧାନକୁ ଏବେ ସରକାରୀ ମଣ୍ଡିରେ ଦେବାକୁ ନିୟମ ମାଧକ ସାଜିଛି । ଫଳରେ ଚାଷୀ ଧାନମଣ୍ଡିରେ ଦେଇନପାରୀ ଅଗଣାରେ ଭାଡିକରି ରଖିଛି । ଏବେ ବର୍ଷା ଲାଗିରହୁଥିବାରୁ ଜଳରେ ଭିଜିଯିବା ଆଶଙ୍କା ଉପୁଜିଛି ।
ବିକିବା ଓ ନଷ୍ଟ ହେବା ଆଶଙ୍କାରେ ଚାଷୀ ଦୋଛକିରେ ପଡିଛି । ସୂଚନାରଅନୁଯାୟୀ ଯେଉଁ ଚାଷୀ ଧାନ ଦେବାକୁ ପୂର୍ବରୁ ଅନ୍ଲାଇନ୍ରେ ନାମ ପଞ୍ଜିକୃତ କରିଥିବା ଚାଷୀଙ୍କ ଜମିମୁତାବକ ଧନା ଦେବାକୁବା ଲାଗି ମୋବାଇଲିରେ ବାର୍ତା ଆସିଛି । କିନ୍ତୁ ଜିଲା ପ୍ରଶାସନ ପ୍ରତିଦଫାରେ ଜଣେ ଚାଷୀ ସର୍ବାଧିକ ୪୦କ୍ୱିଂଟାଲ ଧାନଦେବାକୁ ନିଷ୍ପତି ହୋଇଛି । ପଂଜିକୃତ ଜମି ମୁତାବକ ଚାଷୀର ୪୦କ୍ୱାଂଟାଲରୁ ଅଧିକ ଧାନଦେବାକୁ ବାର୍ତା ଆସିଥିଲାହେଁ ମଣ୍ଡି ତତ୍ୱାବଧାରକ ୪୦କ୍ୱିଂଟାଲରୁ ଅଧିକ ଧାନ ନେଉନାହଁନ୍ତି । ଫଳରେ ବିଚରା ଚାଷୀ ଧାନ ଦେବାକୁ ନେଇ ଦ୍ୱନ୍ଦରେ ପଡିଯାଇଛି । ଏଭଳି ସ୍ଥିତ ଚାଷୀଙ୍କ ଲାଗି ଧନେଶ୍ୱର ସମବାୟ ସମିତିରେ ଉପୁଯିଛି । କୃଷିବିଭାଗ ସୂଚନା ଅନୁଯାୟୀ ଚଳିତ ରବି ଋତୁରେ ଧନେଶ୍ୱର ପଂଚାୟତରେ ୫୦ରୁ ଅଧିକ ଚାଷୀ ୫୭୫ଏକର ଜମିରେ ଡାଳୁଅ ଧାନ ଚାଷ କରିଥିଲେ ।
ବଳକାଧାନ ବିକ୍ରିପାଇଁ ମଧ୍ୟ ଅନଲାଇନରେ ପଂଜିକୃତ କରିଥିଲେ । ଧନେଶ୍ୱର କୃଷି ସମବାୟ ସମିତିରେେ ସେମାନଙ୍କ ଧାନ ବିକ୍ରିପାଇଁ ମୋବାଇଲିରେ ବାର୍ତା ଆସିଛି । ସମିତିକୁ ପ୍ରଥମ ପର୍ଯ୍ୟାୟରେ ମାତ୍ର ୨ଶହ କ୍ୱିଂଟାଲ ଧାନ କିଣା ଯିବାକୁ ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କରାଯାଇଥିଲା । ଏଠାରେ ୫୦ଜଣ ଚାଷୀ କିପରି ଧାନ ଦେବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ଧାର୍ଯ୍ୟ ଅନୁଯାଇ ଜଣେ ଚାଷୀ ସର୍ବାଧିକ ୪୦କ୍ୱିଂଟାଲ ଧାନ ଦେଇ ପାରିବାକୁ ଥିଲା ବେଳେ ଯେଉଁ ଚାଷୀ ଜମିପଂଜିକୃତ ଅନୁଯାଇ ୪୦କ୍ୱିଂଟାଲରୁ ଅଧିକ ଧାନ ଦେବାକୁ ବାର୍ତା ଆସିଛି; ସମିତି ନିୟମଅନୁଯାୟୀ ୪୦କ୍ୱିଂଟାଲ ଧାନଦେବାପରେ ଅବଶିଷ୍ଟ ଧାନ କେମିତି ବିକିବ ସେନେଇ ଦ୍ୱନ୍ଦରେ ପଡ଼ିଛି । ଅବଶିଷ୍ଟ ଧାନ କଣକରାଯିବ ସେନେଇ ସମିତି କର୍ତୃପକ୍ଷ ସଠିକଭାବେ କହିପାରୁନାହଁନ୍ତି ।
ଏହି ସମବାୟ ସମିତି ପକ୍ଷରୁ ଆଜି ପ୍ରଥମ ପର୍ଯ୍ୟାୟରେ ଧାନ କିଣା ଆରମ୍ଭ ହୋଇଥିଲା ବେଳେ ମାତ୍ର ୫ଜଣ ଚାଷୀଙ୍କ ଠାରୁ ୨ଶହ କ୍ୱିଂଟାଲ ଧାନ କିଣା ହେବା ପରେ ସମିତିର ଧାର୍ଯ୍ୟହୋଇଥିବା କୋଟା ଶେଷ ହୋଇ ଯାଇଥିଲା । ଅବଶିଷ୍ଟ ଚାଷୀ ଧାନ ଦେଇ ପାରିନଥିବା ବେଳେ ଆଜି ଯେଉଁ ଚାଷୀ ଧାନ ଦେଇଛନ୍ତି; ତାଙ୍କ ଠାରୁ ମଧ୍ୟ ପଂଜିକୃତ ବାର୍ତା ଅନୁଯାଇ ସମ୍ପୂର୍ଣ୍ଣ ଧାନ କିଣା ହୋଇ ପାରି ନାହିଁ । ପ୍ରଶାସନର ଏଭଳି ପ୍ରଣିତ ନୀତିକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହା ଉପରେ ସରକାର ପୁନର୍ବିଚାର କରି ସମସ୍ତ ଚାଷୀଙ୍କ ଠାରୁ ପଂଜିକୃତ ଅନୁଯାଇ ସବୁ ଧାନ କିଣାଯିବା ପାଇଁ କୃଷକ ନେତା ବିଜୟକୁମାର ବୋଇତାଇ ଦାବି କରିଛନ୍ତି ।
ଏସମ୍ପର୍କରେ କୋରାଇ ବ୍ଲକ ସମବାୟ ସମ୍ପ୍ରସାଣ ଅଧିକାରୀ ପ୍ରଶାନ୍ତ କୁମାର କରକୁ ପଚାରିବାରୁ କୋରାଇ ବ୍ଲକ ୯ଟି ସମବାୟ ସମିତି ପାଇଁ ପ୍ରଥମ ପର୍ଯ୍ୟାୟରେ ଧାନ କିଣା ହେବା ପାଇଁ ୧୮୦୦କ୍ୱିଂଟାଲ ଧାର୍ଯ୍ୟକରା ଯାଇଥିଲା । ସେଥିରୁ ଧନେଶ୍ୱର ସମବାୟ ସମିତିରେ ଆଜି(ଶନିବାର) ପ୍ରଥମ ପର୍ଯ୍ୟାୟ ଧାନ କିଣା ଶେଷ ହୋଇ ଯାଇଛି । ପରବର୍ତି ଦ୍ୱିତୀୟ ପର୍ଯ୍ୟାୟ କିଣିବା ଲାଗି ଧାର୍ଯ୍ୟକରାଗଲେ; ପୁନର୍ବାର ଧାନ କିଣା ହେବ ବୋଲି ଶ୍ରୀ କର ପ୍ରତିକ୍ରିୟାରେ କହିଛନ୍ତି । ଜିଲା ଯୋଗାଣ ବିଭାଗ ଓ ଜିଲାପାଳ ଦୃଷ୍ଟି ଦେଇ ପଂଜିକୃତ ଅନୁଯାୟୀ ଚାଷୀଙ୍କ ଠାରୁ ସବୁ ଧାନ କ୍ରୟକରିବାକୁ ଚାଷୀଙ୍କ ପକ୍ଷରୁ ଦାବି ହେଉଛି । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ )
No Result
View All Result