No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୮ ମଇ ଶୁକ୍ରବାର ) ଭୁବନେଶ୍ୱର :- ୟାସ ବାତ୍ୟା କ୍ଷୟକ୍ଷତି ବାବଦକୁ ଓଡ଼ିଶାକୁ ମିଳିବ ୫ଶହ କୋଟିର କେନ୍ଦ୍ରୀୟ ସହାୟତା । ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିପରି କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରଣାଳୟ ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରିବ । ବାତ୍ୟା ସହ୍ୟ କରି ପାରୁଥିବା ବିଦ୍ୟୁତ ବ୍ୟବସ୍ଥା ଓ ସାମୁଦ୍ରିକ ଜୁଆରକୁ ରୋକିବା ଲାଗି ବନ୍ଧ ର୍ନିମାଣ ପାଇଁ ଦାବି ରଖିଛନ୍ତି ରାଜ୍ୟ ସରକାର। ସାମୁଦ୍ରିକ ଝଡ଼ ୟାସ୍ ଯିବାର ଦିନକ ପରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦି ଆକାଶ ମାର୍ଗରୁ ବେଶୀ ପ୍ରଭାବିତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ସ୍ଥିତି ଅନୁଧ୍ୟାନ ସହ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସମୀକ୍ଷା ବୈଠକ ଓ ରାଜ୍ୟ ପାଇଁ ୫ ଶହ କୋଟି ଟଙ୍କାର ସହାୟତା ଘୋଷଣା କଲେ ।

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀ । ତାପରେ ଅନୁଷ୍ଠିତ ହୋଇଥିଲା ବାତ୍ୟା ୟାସର ସମୀକ୍ଷା ବୈଠକ । ଘର ଭାଙ୍ଗିବାଠୁ ଆରମ୍ଭ କରି ଚାଷ, ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଓ ରାସ୍ତାଘାଟକୁ ହୋଇଥିବା କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ମୁଷଳଧାରାରେ ବର୍ଷା, ଏହାକୁ ନେଇ କିଛି ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବଂ ସମୁଦ୍ର ଜୁଆର ମାଡି ଯାଇ ଅନେକ ଗାଁ ଜଳମଗ୍ନ ହେବା ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିଲା । ଏ ସଂପର୍କିତ ୮ ମିନଟର ଭିଡ଼ିଓ ପ୍ରଧାନମନ୍ତ୍ରୀଙ୍କୁ ଦେଖା ଯାାଇଥିଲା । ତେବେ ବାତ୍ୟା କ୍ଷୟୟତି ବାବଦକୁ କେନ୍ଦ୍ରକୁ କୌଣସି ଅର୍ଥ ମଗାଯାଇନଥିବା ରାଜ୍ୟ ସରକାରଙ୍କ ପକ୍ଷର କୁହାଯାଇଛି ।

ଏବେ କ୍ଷୟକ୍ଷତିର ଆକଳନ ଚାଲିଛି। ରିପୋର୍ଟି ମିଳିବା ପରେ ୭ ଦିନ ମଧ୍ୟରେ କେନ୍ଦ୍ରକୁ ଜଣାଇ ଦିଆଯିବ । ତେବେ ବାତ୍ୟା ମୁକାବିଲା ଲାଗି ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖାଯାଇଛି । Disaster Resilience Power ସିଷ୍ଟମ ବା ବାତ୍ୟା ସହ୍ୟ କରିପାରୁଥିବା ବିଦ୍ୟୁତ ଭିତ୍ତିଭୂମୀ ନିର୍ମାଣ ଯେପରିକି ଅନଡରଗ୍ରାଉଣ୍ଡ କେବେଲିଂ କଥା ଉଠାଇଥିଲେ ରାଜ୍ୟ ସରକାର । ତାହା ସହ Coastal Storm Surge Protection ବା ସାମୁଦ୍ରିକ ଜୁଆର ପ୍ରତିରୋଧ ବନ୍ଧ ନିର୍ମାଣ ଲାଗି ବି ରାଜ୍ୟ ସରକାର ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରଧାନମନ୍ତ୍ରୀ ମୋଦି ବାତ୍ୟା ସହାୟତା ବାବଦକୁ ୫ଶହ କୋଟିର ସହାୟତା ଘୋଷଣା କରିଥିଲେ ମଧ୍ୟ କ୍ଷୟକ୍ଷତି ଅନୁଧ୍ୟାନ ଲାଗି ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍ । ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ବିପର୍ଯ୍ୟୟ ମୁକାବିଲା ଲାଗି ଓଡ଼ିଶାକୁ ପ୍ରସ୍ତୁତ ରଖିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିବେ। ଅନ୍ୟପକ୍ଷରେ ବାତ୍ୟା ମୁକାବିଲା ଲାଗି ସ୍ଥାୟୀ ବ୍ୟବସ୍ଥା କରାଯିବା ଦିଗରେ ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ବାତ୍ୟାର ସ୍ଥିତିର ଅନୁଧ୍ୟାନ କରିବା ପରେ ଓଡ଼ିଶାର ଜନସାଧାରଣଙ୍କ ସହିତ କେନ୍ଦ୍ର ସରକାର ଦୃଢ଼ତାର ସହିତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଜଣାଇଛନ୍ତି ।
No Result
View All Result