No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଏପ୍ରିଲ ବୁଧବାର )ଆସିକା :- ଗାଙ୍ଗପୁର ଥାନା ପେଟ୍ରୋଲ ପମ୍ପ ନିକଟରେ ମିନି ଟ୍ରକ ସହ ବାଇକ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣକ ମୃତ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ ବେଲଗୁଣ୍ଠା ଥାନା ସୁରମଣି ଗ୍ରାମର ଦଣ୍ଡପାଣି ନାୟକ(୫୫) । ଆହତ ହେଲେ ପ୍ରିୟଦର୍ଶିନୀ ନାୟକ । ସୂଚନା ମୁତାବକ ଆଜି ସକାଳୁ ଦଣ୍ଡପାଣି ସୋରଡ଼ାରୁ ନାତୁଣୀ କୁ ସାଙ୍ଗରେ ଧରି ନିଜ ଗାଁ କୁ ଫେରୁଥିବା ବେଳେ ଗାଙ୍ଗପୁର ପେଟ୍ରୋଲ ପମ୍ପ ନିକଟରେ ଏକ ମିନିଟ୍ରକ ଭାରସାମ୍ୟ ହରାଇ ରାସ୍ତାରେ କଡ଼ରେ ଯାଉଥିବା ଦଣ୍ଡପାଣି ଙ୍କ ଉପରେ ଓଲଟିପଡିଥିଲା ଫଳରେ ବାଇକ ଚାଳକ ଜଣକ ଟ୍ରକ ତଳେ ଚାପି ହୋଇ ରହିଯାଇଥିଲେ ।
ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଶୋଭାଗ୍ୟ ବଶତଃ ନାତୁଣୀ ଅଳ୍ପକେ ବର୍ତ୍ତି ଯାଇ ସାମାନ୍ୟ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ଉଦ୍ୟମ କ୍ରମେ ନାତୁଣୀକୁ ଉଦ୍ଧାର କରାଯାଇ ନିକଟସ୍ଥ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଗାଙ୍ଗପୁର ପୋଲିସ ପହଂଚି ମୃତ ଦେହ କୁ ଜବତ କରି ଶବ ବ୍ୟବଚ୍ଛେଦ ଗୃହକୁ ପଠାଇ ଅଧିକ ତଦନ୍ତ କରୁଛି । ତେବେ ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଜଣଙ୍କ ଘଟଣା ଫେରାର ଥିବା ଜଣାପଡିଛି । ମୃତ ଦଣ୍ଡପାଣି ବନ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀ ହୋଇଥିବା ଜଣାପଡିଛି । ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result