ତେଣୁ ସମୁହ ବିଭାଗର ଏକତ୍ର କରାଗଲେ ବହୁ ଜଟିଳ ପରିସ୍ଥିତି ସୃଷ୍ଟି ହେବ । ଫଳରେ ଏହା ଜନସାଧାରଣ ଲୋକ ବା ରୋଗୀମାନଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ । ଅର୍ଥାତ ମଣିଷର ଶରୀର ଉପରେ ଢେର୍ କ୍ଷତି ଘଟାଇବ । ବିଶେଷ କରି ଗ୍ରାମାଞ୍ଚଳରେ ରହୁଥିବା ଲୋକମାନଙ୍କର ଅଧିକ ସମସ୍ୟା ସୃଷ୍ଟି ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ତେଣୁ କେନ୍ଦ୍ର ସରକାର ଏବଂ ନୀତି ଆୟୋଗ ନିଜର ନିଷ୍ପତ୍ତି ବଦଳାଇ ପ୍ରତ୍ୟାହାର କରିବାକୁ ଦାବିରେ ଗତ ଦୁଇ ତାରିଖରୁ ଆନ୍ଦୋଳନ ଚାଲି ଆସୁଥିଲା ବେଳେ ଆସନ୍ତା ୮ ତାରିଖ ଦିନ ଏସିବି କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ । ୧୨ତାରିଖ ଦିନ ସମସ୍ତ ବେସରକାରୀ ହସ୍ପିଟାଲ୍ କୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଭାରତୀୟ ମେଡିକାଲ୍ ସଂଘ । ଏହି ଆନ୍ଦୋଳନରେ ଜୁନିୟର ଡାକ୍ତର ସଂଘ ଶିଶୁ ଓ ମହିଳା ବିଭାଗ, ରଶ୍ମିରଞ୍ଜନ ବିଭାଗ , ଚକ୍ଷୁ ବିଭାଗ ଆଦି ସଂଘ ର କର୍ମକର୍ତ୍ତା ମାନେ ସାମିଲ୍ ହେବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ( ରିପୋର୍ଟ – ଅମୂଲ୍ୟ କୁମାର ବାରିକ )© 2023 Odisha Taza News.