• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶା ଏଏମ୍/ଏନ୍‌ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ଆଥଲେଟମାନଙ୍କ ସିବିଏସ୍‌ଇ ଜାତୀୟ ଜିମ୍ନାଷ୍ଟିକ୍ସ ଚାମ୍ପିୟନସିପ୍ ୨୦୨୬ରେ ଚମତ୍କାର ପ୍ରଦର୍ଶନ

Proprietor Abhimanyu Maharana by Proprietor Abhimanyu Maharana
November 12, 2026
in ଓଡ଼ିଶା, ଖେଳ, ଖୋର୍ଦ୍ଧା, ମହାନଗର, ହୋମ୍
0
ଓଡ଼ିଶା ଏଏମ୍/ଏନ୍‌ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ଆଥଲେଟମାନଙ୍କ ସିବିଏସ୍‌ଇ ଜାତୀୟ ଜିମ୍ନାଷ୍ଟିକ୍ସ ଚାମ୍ପିୟନସିପ୍ ୨୦୨୬ରେ ଚମତ୍କାର ପ୍ରଦର୍ଶନ
Share on FacebookShare on TwitterWhatsapp

– ବିଭିନ୍ନ ବର୍ଗରେ ୪ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ହାସଲ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :-  ଭୁବନେଶ୍ୱରସ୍ଥିତ ଓଡ଼ିଶା ଏଏମ୍/ଏନ୍‌ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଓଡ଼ିଶା ଏଏମ୍/ଏନ୍‌ଏସ୍ ଇଣ୍ଡିଆ ଜିଏଚ୍‌ପିସି) ଏବଂ ରାଉରକେଲାସ୍ଥିତ ଓଡ଼ିଶା ଏଏମ୍/ଏନ୍‌ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ଗ୍ରାସରୁଟ୍‌ସ ସେଣ୍ଟରର ଆଥଲେଟମାନେ ମହାରାଷ୍ଟ୍ରର ପୁଣେଠାରେ ଆୟୋଜିତ ସିବିଏସ୍‌ଇ ଜାତୀୟ ଜିମ୍ନାଷ୍ଟିକ୍ସ ଚାମ୍ପିୟନସିପ୍ ୨୦୨୬ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଓଡ଼ିଶା ଏଏମ୍/ଏନ୍‌ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସରୁ ମୋଟ ୧୩ ଜଣ ଖେଳାଳି ବିଭିନ୍ନ ବିଦ୍ୟାଳୟର ପ୍ରତିନିଧିତ୍ୱ କରି ଏହି ଚାମ୍ପିୟନସିପ୍‌ରେ ଅଂଶଗ୍ରହଣ କରିଥିଲେ । ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସମଗ୍ର ଦେଶରୁ ୩୫୦ରୁ ଅଧିକ ଯୁବ ଜିମ୍ନାଷ୍ଟ ଭାଗ ନେଇଥିଲେ ।

ଓଡ଼ିଶା ଏଏମ୍/ଏନ୍‌ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟରର ଆଥଲେଟମାନେ ନିଜ ନିଜ ବିଦ୍ୟାଳୟର ପ୍ରତିନିଧିତ୍ୱ କରି ଚାମ୍ପିୟନସିପ୍‌ର ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିଲେ । ଏହି ଦଳରେ ଅଣ୍ଡର-୧୭ ବାଳିକା ବର୍ଗରେ ପ୍ରୀତି ଝଙ୍କାର, ଅଣ୍ଡର-୧୪ ବାଳିକା ବର୍ଗରେ ସୁବିଦିତା ବାଗ, ଶୌମ୍ୟଶ୍ରୀ ପ୍ରିୟଦର୍ଶିନୀ ଓ ଜସ୍ମିନ ପ୍ରହରାଜ ଏବଂ ଅଣ୍ଡର-୧୧ ବାଳିକା ବର୍ଗରେ ରୋଜ୍ ମିଞ୍ଜି ସାମିଲ ଥିଲେ। ଏହି ଚାମ୍ପିୟନସିପ୍‌ ରାଉରକେଲାସ୍ଥିତ ଓଡ଼ିଶା ଏଏମ୍/ଏନ୍‌ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ଗ୍ରାସରୁଟ୍‌ସ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିବା ଆଥଲେଟମାନଙ୍କ ପାଇଁ ଜାତୀୟସ୍ତରରେ ପଦାର୍ପଣର ଅବସର ମଧ୍ୟ ଥିଲା। ଏହି ଆଥଲେଟମାନଙ୍କ ମଧ୍ୟରେ ଅଣ୍ଡର-୧୧ ବାଳକ ବର୍ଗରେ ଆଦଭିନ ନାଗ ଓ ପ୍ରଣବଜୈନ ମହଲା, ଅଣ୍ଡର-୧୪ ବାଳିକା ବର୍ଗରେ ଅଦ୍ରିଶା କୋଠାରୀ ଏବଂ ଅଣ୍ଡର-୧୧ ବାଳିକା ବର୍ଗରେ ପିର୍ୟା ବଡ଼ାଇକ, ରିମଝିମ ସିଲ୍, ପଙ୍କୁରୀ ସିଲ୍, ଅଦ୍ୟାଶା ପାତ୍ର ଓ ବିଦ୍ୟାଙ୍କା ବେହେରା ସାମିଲ ଥିଲେ ।

ଅଣ୍ଡର-୧୭ ବର୍ଗରେ ପ୍ରୀତି ଝଙ୍କାର ଅଲ୍‌ରାଉଣ୍ଡ ଓ ବାଲାନ୍ସ ବିମ୍ ଇଭେଣ୍ଟରେ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି, ଅଣ୍ଡର-୧୧ ବର୍ଗରେ ରୋଜ୍ ମିଞ୍ଜ ଅଲ୍‌ରାଉଣ୍ଡ ଓ ବାଲାନ୍ସ ବିମ୍ ଇଭେଣ୍ଟରେ ଦୁଇଟି ସ୍ୱର୍ଣ୍ଣ ପଦକ ସହ ଫ୍ଲୋର୍ ଏକ୍ସରସାଇଜ୍‌ରେ ଗୋଟିଏ ରୌପ୍ୟ ପଦକ ଜିତିଥିଲେ। ଅଣ୍ଡର-୧୪ ବର୍ଗରେ ଶୌମ୍ୟଶ୍ରୀ ପ୍ରିୟଦର୍ଶିନୀ ବାଲାନ୍ସ ବିମ୍‌ରେ ଗୋଟିଏ ରୌପ୍ୟ ଓ ଭଲ୍ଟ ଇଭେଣ୍ଟରେ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଥିବାବେଳେ ସୁବିଦିତା ବାଗ ଅନଇଭେନ୍ ବାର୍ସ ଓ ଭଲ୍ଟ ଇଭେଣ୍ଟରେ ଦୁଇଟି ରୌପ୍ୟ ପଦକ ହାତେଇଥିଲେ। ଜିମ୍ନାଷ୍ଟିକ୍ସ ଗ୍ରାସରୁଟ୍‌ସ ସେଣ୍ଟରର ଖେଳାଳିମାନଙ୍କ ମଧ୍ୟରୁ ଅଣ୍ଡର-୧୧ ବାଳକ ବର୍ଗରେ ପ୍ରଣବଜୈନ ମହଲା ପାରାଲେଲ୍ ବାର୍ସ ଇଭେଣ୍ଟରେ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଏହା ଗ୍ରାସରୁଟ୍‌ସ କାର୍ଯ୍ୟକ୍ରମ ପାଇଁ ଏକ ଉଲ୍ଲେଖନୀୟ ସଫଳତା ।

ଆଥଲେଟମାନଙ୍କୁ ଅଭିନନ୍ଦନ ଜଣାଇ ଏଏମ୍/ଏନ୍‌ଏସ୍ ଇଣ୍ଡିଆ ମାନବ ସମ୍ବଳ ଓ ପ୍ରଶାସନ ବିଭାଗ ନିର୍ଦ୍ଦେଶକ ତଥା ଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ଆଶୁତୋଷ ତେଲାଙ୍ଗ କହିଛନ୍ତି “ସିବିଏସ୍‌ଇ ଜାତୀୟ ଜିମ୍ନାଷ୍ଟିକ୍ସ ଚାମ୍ପିୟନସିପ୍ ୨୦୨୬ରେ ଆମର ଯୁବ ଜିମ୍ନାଷ୍ଟମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଆମେ ଅତ୍ୟନ୍ତ ଗର୍ବିତ। ଏହି ସଫଳତା ସେମାନଙ୍କର ନିରନ୍ତର କଠିନ ପରିଶ୍ରମ, ଶୃଙ୍ଖଳା ଓ ଦୃଢ଼ ସଂକଳ୍ପକୁ ପ୍ରତିଫଳିତ କରୁଛି। ବିଶେଷକରି ରାଉରକେଲାସ୍ଥିତ ଆମ ଗ୍ରାସରୁଟ୍‌ସ ସେଣ୍ଟରର ଆଥଲେଟମାନେ ପ୍ରଥମ ଥର ପାଇଁ ଜାତୀୟସ୍ତରୀୟ ଚାମ୍ପିୟନସିପ୍‌ରେ ଅଂଶଗ୍ରହଣ କରି ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ଆମେ ଆନନ୍ଦିତ। ଅନ୍ୟପକ୍ଷରେ ଆମ ହାଇ ପରଫର୍ମାନ୍ସ ସେଣ୍ଟରର ଆଥଲେଟମାନେ ପଦକ ବିଜୟୀ ପ୍ରଦର୍ଶନ ମାଧ୍ୟମରେ ନିଜର ଉତ୍କର୍ଷ ଜାରି ରଖିଛନ୍ତି ।

ଏଏମ୍/ଏନ୍‌ଏସ୍ ଇଣ୍ଡିଆରେ ଆମେ ଏକ ସୁଦୃଢ଼ ପ୍ରଶିକ୍ଷଣ ବ୍ୟବସ୍ଥା ଗଠନ ମାଧ୍ୟମରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ପ୍ରତିବଦ୍ଧ ରହିଛୁ ।  ଏହା ଆମ ପ୍ରଶିକ୍ଷାର୍ଥୀ ଜିମ୍ନାଷ୍ଟମାନଙ୍କୁ  ସେମାନଙ୍କ ଯାତ୍ରାର ପ୍ରତ୍ୟେକ ପର୍ଯ୍ୟାୟରେ ତୃଣମୂଳସ୍ତରରୁ ଆରମ୍ଭ କରି ଉଚ୍ଚସ୍ତରୀୟ ପ୍ରଦର୍ଶନ ପର୍ଯ୍ୟନ୍ତ ସହାୟତା ପ୍ରଦାନ କରିବ।” ଉଭୟ କେନ୍ଦ୍ରର ଖେଳାଳିମାନଙ୍କ ଦ୍ୱାରା ହାସଲ କରାଯାଇଥିବା ଏହି ଉଲ୍ଲେଖନୀୟ ସଫଳତା ଯୁବ ପ୍ରତିଭାମାନଙ୍କୁ ବିକଶିତ କରିବା ଏବଂ ସେମାନଙ୍କୁ ଉଚ୍ଚସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସୁଯୋଗ ପ୍ରଦାନ କରିବା ଦିଗରେ ଓଡ଼ିଶା ଏଏମ୍/ଏନ୍‌ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ କାର୍ଯ୍ୟକ୍ରମର ସଫଳତାକୁ ପ୍ରତିଫଳିତ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କଣ୍ଟାବାଞ୍ଜିରେ ମନସୁର ଟ୍ରେଡର୍ସ ଦୋକାନରେ ଅଗ୍ନିକାଣ୍ଡ

କଣ୍ଟାବାଞ୍ଜିରେ ମନସୁର ଟ୍ରେଡର୍ସ ଦୋକାନରେ ଅଗ୍ନିକାଣ୍ଡ

November 12, 2026
ଜୟ ଶ୍ରୀରାମ-ବାବାଙ୍କ କୁଟିଆରେ ଅନ୍ନକୂଟ ମହାପ୍ରସାଦରେ ଉମଡ଼ିଲା ହଜାର ହଜାର ଶ୍ରଦ୍ଧାଳୁ

ଜୟ ଶ୍ରୀରାମ-ବାବାଙ୍କ କୁଟିଆରେ ଅନ୍ନକୂଟ ମହାପ୍ରସାଦରେ ଉମଡ଼ିଲା ହଜାର ହଜାର ଶ୍ରଦ୍ଧାଳୁ

November 12, 2026
ବୁରୋମାଲରେ ବିଜ୍ଞାନର ମେଳା – ଛୋଟ ପିଲାଙ୍କ ବଡ଼ ଆବିଷ୍କାର ଦେଖି ଚକିତ ହେଲେ ସମସ୍ତେ

ବୁରୋମାଲରେ ବିଜ୍ଞାନର ମେଳା – ଛୋଟ ପିଲାଙ୍କ ବଡ଼ ଆବିଷ୍କାର ଦେଖି ଚକିତ ହେଲେ ସମସ୍ତେ

November 12, 2026
ଜୟ ବାବା ଶ୍ୟାମ! କଣ୍ଟାବାଞ୍ଜିରେ ୨୩ତମ ଅନ୍ନକୂଟ ମହୋତ୍ସବରେ ଉମଡ଼ିଲା ଶ୍ରଦ୍ଧାଳୁଙ୍କ ଭିଡ଼

ଜୟ ବାବା ଶ୍ୟାମ! କଣ୍ଟାବାଞ୍ଜିରେ ୨୩ତମ ଅନ୍ନକୂଟ ମହୋତ୍ସବରେ ଉମଡ଼ିଲା ଶ୍ରଦ୍ଧାଳୁଙ୍କ ଭିଡ଼

November 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କଣ୍ଟାବାଞ୍ଜିରେ ମନସୁର ଟ୍ରେଡର୍ସ ଦୋକାନରେ ଅଗ୍ନିକାଣ୍ଡ

କଣ୍ଟାବାଞ୍ଜିରେ ମନସୁର ଟ୍ରେଡର୍ସ ଦୋକାନରେ ଅଗ୍ନିକାଣ୍ଡ

November 12, 2026
ଜୟ ଶ୍ରୀରାମ-ବାବାଙ୍କ କୁଟିଆରେ ଅନ୍ନକୂଟ ମହାପ୍ରସାଦରେ ଉମଡ଼ିଲା ହଜାର ହଜାର ଶ୍ରଦ୍ଧାଳୁ

ଜୟ ଶ୍ରୀରାମ-ବାବାଙ୍କ କୁଟିଆରେ ଅନ୍ନକୂଟ ମହାପ୍ରସାଦରେ ଉମଡ଼ିଲା ହଜାର ହଜାର ଶ୍ରଦ୍ଧାଳୁ

November 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version