No Result
View All Result

କଣ୍ଟାବାଞ୍ଜି (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ବେଲପଡ଼ା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିଛୁବାହାଲି ଠାରେ ଦ୍ୱିତୀୟ ଅଭିଭାବକ-ଶିକ୍ଷକ ଓ ଏସଏମସି ବୈଠକ ଅନୁଷ୍ଠିତ ହୋଇଯାଇଛି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟର ଶୈକ୍ଷିକ ଉନ୍ନତି, ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ମଧ୍ୟାହ୍ନ ଭୋଜନ, ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା, ବାଲ୍ୟବିବାହ ରୋକିବା ଓ ନିଶାମୁକ୍ତ ସଚେତନତା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ବୈଠକରେ ପ୍ରଧାନ ଶିକ୍ଷକ ଘନଶ୍ୟାମ ବେହେରା ଆଭିମୁଖ୍ୟ ରଖିଥିବା ବେଳେ ସହକାରୀ ଶିକ୍ଷକ ଜ୍ୟୋତିର୍ମୟ ନାଗ ଓ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଏସଏମସି ସଭାପତି ପଦ୍ମନୀ ବାଗଙ୍କ ସମେତ ସଦସ୍ୟ ହେମନ୍ତ ମାଝୀ, ଗୀତାଞ୍ଜଳି ଚନ୍ଦନ, ନରେନ୍ଦ୍ର ପୁଟେଲ, ଜୈବଲ ନାଗ, ଭୁଜରାମ ମାଝୀ, ପ୍ରେମିଶିଲା ପୁଟେଲ, ପୁତନା ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ଉପସ୍ଥିତ ଅଭିଭାବକମାନେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ ଏବଂ ଶିକ୍ଷକ ଓ ଏସଏମସି ପକ୍ଷରୁ ସମାଧାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା।

No Result
View All Result