ବେଲଘର ବଜାରରୁ ଉଦ୍ଧାର କଲା ବନ ବିଭାଗ, ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଙ୍ଗଲରେ ଛଡ଼ାଯିବ
ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବଜାରରୁ ଏକ ହରିଣ ଛୁଆକୁ ଉଦ୍ଧାର କରିଛି ବନ ବିଭାଗ। ଜଙ୍ଗଲରୁ ଛେଳି ପଲ ସହ ଗାଁ ଭିତରକୁ ଚାଲିଆସିଥିବା ଏହି ହରିଣ ଛୁଆକୁ ଦେଖି ଅଞ୍ଚଳବାସୀ ବନ ବିଭାଗକୁ ଖବର ଦେଇଥିଲେ । ସୂଚନା ଅନୁଯାୟୀ, ନିକଟସ୍ଥ ଜଙ୍ଗଲକୁ ଛେଳି ପଲ ଚରିବାକୁ ଯାଇଥିଲା । ଗତକାଲି ଛେଳି ପଲ ଫେରିବା ସମୟରେ ଏକ ହରିଣ ଛୁଆ ମଧ୍ୟ ସେମାନଙ୍କ ସହ ବେଲଘର ଗାଁକୁ ଚାଲିଆସିଥିଲା ।















