ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଲା ବଡ଼ ସଫଳତା । ୫ ଡକାୟତ ଙ୍କୁ ବାନ୍ଧିଲା ବାଲିଗୁଡ଼ା ପୋଲିସ୍ ।ବାଲିଗୁଡ଼ା-ଖମଣଖୋଲ ରାସ୍ତା ଡାବୁଡାକା ଘାଟିରେ ହୋଇଥିଲା ଡ଼କାୟତି । ଜଣେ ବ୍ୟକ୍ତିଙ୍କୁ ମାଡମାରି ୨୦ ହଜାର ଟଙ୍କା, ବାଇକ୍ ଓ ମୋବାଇଲ୍ ଲୁଟି ନେଇଥିଲେ ଦୁର୍ବୃତ୍ତ ଚୋରି ସାମଗ୍ରୀ ଉଦ୍ଧାର ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ । ଅଭିଯୁକ୍ତଙ୍କ ନିକଟରୁ ୩ଟି ବାଇକ୍,୪ଟି ମୋବାଇଲ୍ ଫୋନ୍ ସମେତ ୨୦ ହଜାର ଟଙ୍କା ଜବତ ହୋଇଛି ।















