ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର କଲୋନୀ ସାହି ନିକଟରେ ବାଘର ଗର୍ଜନ ଶୁଣିବା ସହିତ ସକାଳେ ପାଦ ଚି଼ହ୍ନ ପଡ଼ିଥିବା ଲୋକେ ଦେଖିବାକୁ ପାଇଛନ୍ତି l ନିକଟରେ ଥିବା ନବଜ୍ୟୋତି ହଷ୍ଟେଲରେ ରହୁଥିବା ଛାତ୍ର ମାନେ ମଧ୍ୟ ମଙ୍ଗଳବାର ରାତ୍ର ସମୟରେ ବାଘର ଗର୍ଜନ ଶବ୍ଦ ଶୁଣି ଭୟଭିତ ହୋଇଥିବା ଜଣାପଡିଛି। ବାଘ ଟି ହଷ୍ଟେଲ ଆଡୁ ଆସି ପାଚେରୀ ଉପରେ ଲମ୍ଫ ଦେଇ ଭିତରକୁ ଯାଇଛି ବୋଲି ଛାତ୍ର ଏବଂ ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି।















