• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅବରୋଧ କରୁଥିବା ପୁରୁଣା ଯାନବାହନ ବିରୋଧରେ ଅଭିଯାନ

Proprietor Abhimanyu Maharana by Proprietor Abhimanyu Maharana
January 31, 2026
in ଓଡ଼ିଶା, ପୁରୀ, ହୋମ୍
0
ଅବରୋଧ କରୁଥିବା ପୁରୁଣା ଯାନବାହନ ବିରୋଧରେ ଅଭିଯାନ
Share on FacebookShare on TwitterWhatsapp

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୁରୀ ଏସ ପି ପ୍ରତୀକ ସିଂ ଙ୍କ ନିର୍ଦେଶ କ୍ରମେ ପୁରୀ ସହରରେ ଟ୍ରାଫିକ ସୁବିଧା ବୃଦ୍ଧି ଏବଂ ସାଧାରଣ ଲୋକଙ୍କ ଯାତାୟାତକୁ ସୁବିଧାଜନକ କରିବା ପାଇଁ ଟ୍ରାଫିକ ଥାନା ଓ ସିଟି ଡିଏସପିଙ୍କ ମିଳିତ ପ୍ରୟାସରେ ଏକ ବିଶେଷ ଅଭିଯାନ ଆରମ୍ଭ କରାଯାଇଛି। ପୁରୀ ସହର ଏକ ଧାର୍ମିକ ଓ ପର୍ଯ୍ୟଟନ ନଗରୀ ହେବାରୁ ପ୍ରତିଦିନ ବହୁ ସଂଖ୍ୟକ ଭକ୍ତ, ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଯାତାୟାତ ହୋଇଥାଏ।

ସହରର ବିଭିନ୍ନ ସ୍ଥାନରେ, ବିଶେଷ କରି ଛୋଟଗଳିମାନଙ୍କରେ, ବର୍ଷରୁ ବର୍ଷ ପର୍ଯ୍ୟନ୍ତ ପୁରୁଣା ୩ ଚକିଆ ଓ ୪ ଚକିଆ ଯାନବାହନ ଅଚଳ ଅବସ୍ଥାରେ ପଡି ରହିଛି । ଏହି ପରିତ୍ୟକ୍ତ ଯାନବାହନମାନେ ରାସ୍ତା ଅବରୋଧ ସୃଷ୍ଟି କରିବା ସହିତ ଆଗ୍ନିଶମ ବାହିନୀ,

ଆମ୍ବୁଲାନ୍ସ ଓ ଜରୁରୀ ସେବା ଯାନଙ୍କ ଯାତାୟାତରେ ବାଧା ସୃଷ୍ଟି କରୁଛି। ଏହା ଟ୍ରାଫିକ ଜାମ, ଦୁର୍ଘଟଣାର ସମ୍ଭାବନା ଓ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର ପ୍ରମୁଖ କାରଣ ହୋଇପଡ଼ିଛି। ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ପୁରୀ ପୋଲିସ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ସହରର ପ୍ରାୟ ୧୬ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଚିହ୍ନଟ କରାଯାଇଛି |

ଯେଉଁଠାରେ ଏମିତି ପୁରୁଣା ଓ ପରିତ୍ୟକ୍ତ ଯାନବାହନ ରାସ୍ତା ଉପରେ ବର୍ଷରୁ ବର୍ଷ ପଡି ରହିଛି। ସେହି ସ୍ଥାନମାନଙ୍କ ମଧ୍ୟରେ ବାନାମ୍ବର ଛକ ନିକଟରେ ଥିବା ଓଲା ସ୍ୱରୂମ, ରିଲାୟାନ୍ସ ଟ୍ରେଣ୍ଡସ୍ ସାମ୍ନା, ଭିଆଇପି ରୋଡରେ ଥିବା ରୁଟ୍ ଡେଣ୍ଟାଲ୍ କ୍ଲିନିକ ଆଖ ପାଖ, କାଠି ଜଙ୍କସନ, ଡାଲେମା ହୋଟେଲ ଆଖ ପାଖ, କଲେରା ହସ୍ପିଟାଲ ଆଖପାଖ, ଓସସସସସ ମେନ୍‌ସ କଲେଜ ନିକଟବର୍ତ୍ତୀ ଅଞ୍ଚଳ ସହ ଅନ୍ୟାନ୍ୟ ଗଳି ଓ ସଡକ ଅନ୍ତର୍ଭୁକ୍ତ ଅଟେ।

ଏହି ସମସ୍ତ ସ୍ଥାନରେ ରାସ୍ତା ଉପରେ ଅବରୋଧ ସୃଷ୍ଟି କରି ଯାନବାହନ ରଖିଥିବା ମାଲିକମାନଙ୍କୁ ପୁରୀ ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଛି। ନୋଟିସ ମାଧ୍ୟମରେ ସେମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତାଙ୍କର ଯାନବାହନ ସ୍ୱଇଚ୍ଛାରେ ସ୍ଥାନାନ୍ତର କରିବାକୁ ଅନୁରୋଧ କରାଯାଇଛି। ପୁରୀ ପୋଲିସ ସ୍ପଷ୍ଟ କରିଛି ଯେ, ଯଦି ନୋଟିସ ପାଇବା ପରେ ମଧ୍ୟ ଯାନବାହନ ମାଲିକମାନେ ତାଙ୍କର ଗାଡି ହଟାଇବେ ନାହିଁ, ତେବେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ଏଥିରେ ଯାନବାହନ ଜବତ, ଜରିମାନା ଓ ଅନ୍ୟାନ୍ୟ ବୈଧ ପଦକ୍ଷେପ ସମ୍ମିଳିତ ହେବ। ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ କାହାକୁ ଅସୁବିଧା ଦେବା ନୁହେଁ, ବରଂ ସହରର ଟ୍ରାଫିକ ବ୍ୟବସ୍ଥାକୁ ସୁଚାରୁ ଓ ସୁରକ୍ଷିତ କରିବା। ରାସ୍ତା ଉପରେ ପରିତ୍ୟକ୍ତ ଯାନବାହନ ରହିଲେ ସେଗୁଡ଼ିକ ଅପରାଧୀମାନଙ୍କ ଲୁଚିବା ସ୍ଥାନ ହୋଇପାରେ, ରାତିରେ ଦୁର୍ଘଟଣାର ବୃଦ୍ଧି କରେ। ଏହା ସହ ଆଗ୍ନିକାଣ୍ଡ ଘଟିଲେ ଆଗ୍ନିଶମ ବାହିନୀଙ୍କ ପହଞ୍ଚିବାରେ ମଧ୍ୟ ବିଳମ୍ବ ହେବାର ସମ୍ଭାବନା ରହେ।

ପୁରୀ ପୋଲିସ ସମସ୍ତ ଯାନବାହନ ମାଲିକଙ୍କୁ ଅନୁରୋଧ କରୁଛି ଯେ, ସେମାନେ ସ୍ୱଇଚ୍ଛାରେ ଆଗକୁ ଆସି ତାଙ୍କର ପୁରୁଣା ଓ ଅଚଳ ଯାନବାହନକୁ ସାର୍ବଜନିକ ସଡକ ଓ ଗଳିରୁ ହଟାଇ ସହଯୋଗ କରନ୍ତୁ। ସାଧାରଣ ଲୋକଙ୍କ ସୁବିଧା ଓ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଥିବାରୁ ସମସ୍ତଙ୍କ ସହଯୋଗ ଅତ୍ୟାବଶ୍ୟକ। ସେଥିପାଇଁ ସହରବାସୀଙ୍କୁ ମଧ୍ୟ ଅନୁରୋଧ, ଯଦି କୌଣସି ସ୍ଥାନରେ ଦୀର୍ଘଦିନ ଧରି ପଡି ରହିଥିବା ଏବଂ ରାସ୍ତା ଅବରୋଧ କରୁଥିବା ଯାନବାହନ ଦେଖିବେ,

ତେବେ ସେଥିର ସଠିକ ତଥ୍ୟ (ସ୍ଥାନ, ଯାନ ନମ୍ବର ଥିଲେ, ଫଟୋ ଇତ୍ୟାଦି) ପୁରୀ ପୋଲିସକୁ ଜଣାଇବେ। ଏହା ସମ୍ବନ୍ଧରେ ତଥ୍ୟ ଦେବା ପାଇଁ ନିମ୍ନଲିଖିତ ନମ୍ବରରେ ଯୋଗାଯୋଗ କରିପାରିବେ ୧୧୨ କିମ୍ବା ଟ୍ରାଫିକ ଥାନା ପୁରୀ 9438916388 ସାଧାରଣ ଲୋକଙ୍କ ସହଯୋଗ ଓ ସଚେତନତା ଦ୍ୱାରା ମାତ୍ର ପୁରୀ ସହରକୁ ଏକ ସୁଚାରୁ, ନିରାପଦ ଓ ଯାତାୟାତ ସୁବିଧାପୂର୍ଣ୍ଣ ସହରରେ ପରିଣତ କରାଯାଇପାରିବ। ପୁରୀ ପୋଲିସ ଆଗାମୀ ଦିନରେ ମଧ୍ୟ ଏପରି ଅଭିଯାନ ଜାରି ରଖିବ ଓ ଆବଶ୍ୟକ ହେଲେ ଅଧିକ ସ୍ଥାନରେ କାର୍ଯ୍ୟାନୁଷ୍ଠାନ ନେବ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

April 29, 2026
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

April 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

April 29, 2026
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version