No Result
View All Result
ପୁରୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଦୀର୍ଘଦିନର ସଂଗ୍ରାମ, ଅସୀମ ତ୍ୟାଗ ଓ ଆତ୍ମ ବଳିଦାନର କଷ୍ଟଲବ୍ଧ ସାଧନା ହେଉଛି ସ୍ୱାଧୀନତା । ସ୍ୱାଧୀନ ଭାରତବର୍ଷ । ଜନନୀ ଓ ଜନ୍ମଭୂମି ସ୍ୱର୍ଗ ଠାରୁ ମଧ୍ୟ ଗରିୟଶୀ । ଏହି ପବିତ୍ର ବାଣୀ ହେଉଛି ଆମ ସଂସ୍କୃତିର ମୂଳମନ୍ତ୍ର । ଏହି ଭାବନାକୁ ନେଇ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କଂପ୍ଲେକ୍ସ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ପାଳନ ଅବସରରେ ‘ଘରଘର ତ୍ରୀରଙ୍ଗା’ କୁ ନେଇ ଚିତ୍ତାକର୍ଷକ ସାଂସ୍କୃତିକ ବିଚିତ୍ରା ‘ଭାରତୀୟମ’ ପରିବେଷଣ କରାଯାଇଥିଲା ।

ସ୍ବାଧୀନତା ଦିବସ ର ମୁଖ୍ୟ ଅତିଥି ରାଜ୍ୟ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ,ଶ୍ରମ ଓ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ବପ୍ନାରାଣୀ ସ୍ବାଇଁ, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଏସପି ପ୍ରତୀକ ସିଂ ଙ୍କ ସମେତ ବରିଷ୍ଠ ଅଧିକାରୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଓ ହଜାର ହଜାର ଜନତା ଏହାକୁ ଅବଲୋକନ କରିଥିଲେ।ଏହି ସାଂସ୍କୃତିକ ବିବିଧତା ରେ ଶ୍ରୀକ୍ଷେତ୍ରର ସାହିଯାତ ମେଢ଼, ରେବେଣା ନୂଆ ଗାଁ ର ପାଇକ ଆଖଡ଼ା,

ଐତିହ୍ୟଗ୍ରାମ ରଘୁରାଜପୁର ର ଗୋଟିପୁଅ ନୃତ୍ୟ ସ୍ଥାନ ପାଇଥିବା ବେଳେ ପୁରୀର ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ,ସମ୍ବଲପୁରୀ, ରାଜସ୍ଥାନୀ, ଘୋଡ଼ାନାଚ, ବଡ଼ିବିଲଡିଂ (ସୁନ୍ଦର ସ୍ୱାସ୍ଥ୍ୟ ), ମ୍ୟାଜିକ,ପାରା ଉଡ଼ା ଆଦି କରାଯାଇଥିଲା।ଯାହା ଉପସ୍ଥିତ ଜନସାଧାରଣ ଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ସଂଗୀତରେ ସୁନାମଧନ୍ୟ କଣ୍ଠଶିଳ୍ପୀ ମାନେ ଅଂଶଗ୍ରହଣ କରିଥିବାବେଳେ ଶିଶୁ କଳାକାର ମାନେ ଉତ୍କଳର ବରପୁତ୍ରଙ୍କୁ ନେଇ ବିଭିନ୍ନ ବେଶରେ ଉପସ୍ଥିତ ଥିଲେ ।

ପ୍ରାୟ ତିନିଶହ କଳାକାରଙ୍କୁ ନେଇ ଅନୁଷ୍ଠିତ ଏହି ଏକତାର ପ୍ରତୀକ ମନୋଜ୍ଞ କାର୍ଯ୍ୟକ୍ରମକୁ ସଂଗୀତ ନିର୍ଦ୍ଦେଶକ ଆଲୋକ ମହାପାତ୍ର ନିର୍ଦେଶନା ଦେଇଥିବା ବେଳେ ନୃତ୍ୟ ନିର୍ଦ୍ଦେଶକ ଅମିତ କୁମାର ଚାଟର୍ଜୀ କୋରିଓଗ୍ରାଫି କରିଥିଲେ । ସାଂସ୍କୃତିକ ସଂଗଠକ ଶ୍ୟାମ ପ୍ରକାଶ ସେନାପତି ଓ ପ୍ରଦ୍ୟୁମ୍ନ କୁମାର ମିଶ୍ର ଏହାକୁ ସଂଯୋଜନା କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ ଏହାକୁ ପରିଚାଳନା କରିଥିଲେ ।

No Result
View All Result