No Result
View All Result
ପୁରୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ପୁରୀ ଜିଲ୍ଲା ସ୍ତରୀୟ ୮୦ ତମ ସ୍ବାଧୀନତା ଦିବସ ଅବସରରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହାକୁ ସ୍ବାଧୀନତା ଦିବସ ର ମୁଖ୍ୟ ଅତିଥି ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିବା ସହ ସ୍ବାଧୀନତା ଦିବସ ପରି ଏକ ମହାନ ଦିନରେ ରକ୍ତଦାନ ପରି ଏକ ମହତ ଦାନ କରିଥିବାରୁ ସେମାନଙ୍କୁ ସାଧୁବାଦ ଜଣାଇଥିଲେ ।

ପରେ ମନ୍ତ୍ରୀ ସମସ୍ତ ରକ୍ତ ଦାତା ଙ୍କ ନିକଟକୁ ଯାଇ ସେମାନ ଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା, ଏସପି ପ୍ରତୀକ ସିଂ,ଡିଏଫଓ ଧନଜୀ ମଗର ରାକସୋ,ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ , ଡେପୁଟି କଲେକ୍ଟର ତଥା ଜିଲ୍ଲା ରେଡକ୍ରସ ଶାଖା ର ସଂପାଦକ ଅନୁଶ୍ରବ ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ ।

ଏଥିରେ ୩୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଜିଲ୍ଲା ରେଡକ୍ରସ ଶାଖା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ଲଡ ବ୍ୟାଙ୍କ, ଭାରତ ବିକାଶ ପରିଷଦ, ବଡଶଙ୍ଖ ଯୁବ ସାଂସ୍କୃତିକ ପରିଷଦ, ସମ୍ପର୍କ ଓ ସମର୍ପଣ ଅନୁଷ୍ଠାନ ଏହି ରକ୍ତ ଦାନ ଶିବିର ରେ ସାମିଲ ଥିଲେ।ପୂର୍ବରୁ ମନ୍ତ୍ରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରର ରୋଗୀ ମାନଙ୍କୁ ଫଳ ବଣ୍ଟନ ସହ ଚାରା ରୋପଣ କରିଥିଲେ ।

No Result
View All Result