ପୁରୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ପୁରୀ ବିଚ୍ ଫଟୋଗ୍ରାଫରସ ମହାସଂଘ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲା ସଦର ଚିକିତ୍ସାଳୟ ରକ୍ତ ଭଣ୍ଡାର ଠାରେ ଆୟୋଜିତ ଏ ଶିବିରକୁ ଡକ୍ଟର ବିମଳ କୁମାର ସାହୁ, ମହାସଂଘ ଉପଦେଷ୍ଟା ସିଦ୍ଧାର୍ଥ ରାୟ ଓ ଶ୍ରୀକାନ୍ତ ପରିଜା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ମହାସଂଘ ସଭାପତି ରଞ୍ଜନ କୁମାର ଦାସ, ଉପସଭାପତି ଶ୍ରୀଧର ପଣ୍ଡା, ସମ୍ପାଦକ ସିଙ୍ଗିଲି ଶିବା, ସହ ସମ୍ପାଦକ ବି ଲୋକନାଥ ବେହେରା, ଯୁଗ୍ମ ସମ୍ପାଦକ ମାର୍କଣ୍ଡ ମିଶ୍ର, କୋଷାଧକ୍ଷ ପ୍ରଭାତ ସେଠୀ ଓ କାର୍ଯ୍ୟନିରିକ୍ଷକ ଜି ମୋହନ ଏବଂ ମହାସଂଘ ସହିତ ଜଡିତ ବେଳାଭୂମିରେ ଫୋଟୋଗ୍ରାଫୀ କରୁଥିବା ନଅ ଗୋଟି ସଂଘର ସଦସ୍ୟ ମାନେ ରକ୍ତଦାନ କରିବା ସହିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଆସନ୍ତା ୧୯ ତାରିଖ ଦିନ ବିଶ୍ୱ ଫୋଟୋଗ୍ରାଫି ଦିବସ ଅବସରରେ ସମୁଦ୍ର ବେଳାଭୂମିଠାରେ ସକାଳେ ପର୍ଯ୍ୟଟକ, ଜନସାଧାରଣ ବିଭିନ୍ନ ଅନୁଷ୍ଠାନ ଓ ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ବେଳାଭୂମି ସୁରକ୍ଷା ସମ୍ପର୍କିତ ଏକ ସଚେତନତା ରାଲି କରାଯିବା ସହିତ ସନ୍ଧ୍ୟାରେ ସ୍ଥାନୀୟ ପୌରସଦନ ଠାରେ ବିଶ୍ୱ ଫୋଟୋଗ୍ରାଫି ଦିବସ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ।

ଏଥିରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେବେ ବୋଲି ମହାସଂଘର ସମ୍ପାଦକ ସିଙ୍ଗିଲି ଶିବ ସୂଚନା ଦେବା ସହିତ ବହୁ ସଂଖ୍ୟାରେ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅନୁରୋଧ ଜଣାଇଛନ୍ତି ।














