କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବରିଷ୍ଠ ନାଗରିକ ସଙ୍ଗଠନ ସଂକଳ୍ପର ସ୍ଥାୟୀ ସଭାପତି ବିଧି ସେନାପତିଙ୍କ ଅଧ୍ୟକ୍ଷତାରେ ଏକ ବନ୍ଧୁ ମିଳନ ଉତ୍ସବ ସ୍ଥାନୀୟ ଆଠଗଡ ବ୍ଲକ ଅନ୍ତର୍ଗତ ଗୁରୁଡ଼ି ଝାଟିଆ ଅରନ୍ୟ ନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପବିତ୍ର ବନ୍ଧୁ ମିଳନ ଉତ୍ସବରେ ବରିଷ୍ଠ ସାମ୍ୱାଦିକ ନାରାୟଣ ଚନ୍ଦ୍ର ବେହେରା,

ସଂକଳ୍ପର ଉପସଭାପତି ବିଜୟ କୁମାର ସାହୁ, ଇଂଜିନିୟର ଦିଲ୍ଲୀପ କୁମାର ସାହୁ, ଜୟନ୍ତ କୁମାର ରଥ, କୃଷ୍ଣ ଚନ୍ଦ୍ର ମହାପାତ୍ର, ରବୀନ୍ଦ୍ର ନାଥ ସେନାପତି, ଉଷା ପ୍ରସାଦ ଷଡଙ୍ଗୀ, ଏଵଂ ପ୍ରଫେସର ଶରତ ଚନ୍ଦ୍ର ବାରିକ୍, ପ୍ରମୁଖ ଉପସ୍ଥିତ ରହି ସାଧାରଣ ମଣିଷମାନଙ୍କ ସେବାରେ ସଂକଳ୍ପ ସଙ୍ଗଠନ ଯେପରି ଭାବରେ ଉଲ୍ଲେଖନୀୟ ସେବା ଯୋଗାଇ ଆସୁଛନ୍ତି ସେ ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ ।

ପରବର୍ତ୍ତୀ ସମୟରେ ସାଧାରଣ ମଣିଷମାନଙ୍କର ଶିକ୍ଷା ଓ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ସଂକଳ୍ପ ସଙ୍ଗଠନ ଗୁରୂତ୍ ଦେବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରିଥିଲେ। ବନ୍ଧୁ ମିଳନ କାର୍ଯ୍ୟକ୍ରମ ପରେ ବିଶିଷ୍ଟ ସଙ୍ଗୀତ ଶିଳ୍ପୀ ଅକ୍ଷୟ କୁମାର ନାୟକ ଏଵଂ ସାଥୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା । ଶେଷରେ ରାଜୀବ କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।














