ବାଲିଅନ୍ତା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଭୁବନେଶ୍ୱର ବ୍ଲକର ଗାଡ଼କଣ ଭୋଇ ସାହିର ୱାର୍ଡ ନମ୍ବର ୯ର ସଦିନା ଭୋଇଙ୍କ ଅଭାବ ଅନାଟନରେ ଚଳୁଥିବାର ଖବର ପାଇ ଜୟଦେବ ନିର୍ବାଚନ ମଣ୍ଡଳୀର ସମାଜସେବୀ ନିରୀହ ଦଳିତ ମହିଳାମାନଙ୍କୁ ଆଜି ଜୟଦେବ ନ୍ୟୁଜ୍ ଆଣ୍ଡ ମିଡିଆ ଫାଉଣ୍ଡେସନ ଚେୟାର୍ ମ୍ୟାନ୍ ତଥା ଜୟଦେବ ନ୍ୟୁଜ୍ ସମ୍ପାଦକ ଗଗନ ଭୋଇ ଓ ଜୟଦେବ ନିର୍ବାଚନ ମଣ୍ଡଳୀର ଦଳିତ ନେତା ବାସୁଦେବ ଭୋଇ, ଦଳିତ ନେତା ବେଣୁଧର ଭୋଇ,

ଦଳିତ ନେତା ଶୁଭକାନ୍ତ ବେହେରା, ଦଳିତ ନେତା ପପୁ ଭୋଇ ( ଦିଗା),ଗାଡ଼କଣ ଭୋଇ ସାହିର ଦଳିତ ନେତା ଅମୂଲ୍ୟ ଭୋଇଙ୍କ ସହ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଏକ ମାସର ରାସନ୍ ସାମଗ୍ରୀ ସହ ଶୀତ ବସ୍ତ୍ର ପ୍ରଦାନ କରାଯାଇଛି । ଏହି ଭଳି କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣ ଭୂୟସୀ ପ୍ରଶଂସା କରିଛନ୍ତି । ଆମାଗୀ ଦିନରେ ଜୟଦେବ ନିର୍ବାଚନ ମଣ୍ଡଳୀରେ ଅନେକ ସମାଜସେବା କାର୍ଯ୍ୟ କରିବା ପାଇଁ ସମସ୍ତ ଦଳିତ ନେତା ସ୍ଥିର କରିଛନ୍ତି । ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି ।














