No Result
View All Result
ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- କଳିଯୁଗରେ ଭଗବାନ ଅବତାର ରୂପ ନେଇଥିବା ଶ୍ରୀ ସତ୍ୟସାଇ ବାବାଙ୍କର ଶତବାର୍ଷିକୀ ଜନ୍ମ ଉତ୍ସବ ବାଲିପାଟଣା ସମିତି ତରଫରୁ ମହାସମାରୋହରେ ପାଳିତ ହୋଇଛି । ଶିଶୁ ମଠ ଠାରେ ସମିତି କାର୍ଯ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ପ୍ରଭାତରେ ଓଁକାରମ୍,ଶ୍ରୀ ସାଇ ସୁପ୍ରଭାତମ୍,ନଗର ସଙ୍କୀର୍ତ୍ତନ,ଷୋଡଶ ଉପଚାର,ନାରାୟଣ ସେବା, ପୂଜ୍ୟପୂଜା, ବସ୍ତ୍ର ଦାନ,ପରେ ଦିବ୍ୟ ପତାକା ଉତ୍ତୋଳନ କରାଯାଇଥିଲା । ଜ୍ୟୋତି ଆବାହନ, ବେଦପାଠ ଓ ସାଇ ଭଜନ ଗାନ, ସମୁହ ଦୀପ ଦାନ, ପରେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ନବ କିଶୋର ମଲ୍ଲିକ ଯୋଗ ଦେଇ,
ସାଇବାବାଙ୍କ ଦ୍ଵାରା ପ୍ରଦର୍ଶିତ ମାର୍ଗରେ ମନୁଷ୍ୟ ଗଲେ ଏକ ସୁନ୍ଦର ସାମାଜିକ ବ୍ୟବସ୍ଥା ସ୍ଥାପିତ ହୋଇପାରିବ ବୋଲି ଦୃଢ଼ ଅସ୍ଥା ପ୍ରକଟ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ପ୍ରଦୀପ୍ତ ମିଶ୍ର ଯୋଗ ଦେଇ କହିଥିଲେ ଯେ ବାଲ ବିକାଶ ହେଉଛି ଉତ୍ତମ ନାଗରିକ ଗଢିବା ପାଇଁ ବାବାଙ୍କର ଏକ ସୁନ୍ଦର ପରିକଳ୍ପନା ଅଟେ । ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ କିଶୋର ଜେନା ମଧ୍ୟ ବାବାଙ୍କର ମହିମା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ହେମନ୍ତ କୁମାର ଦାଶ , ପୂର୍ଣ୍ଣ ଚନ୍ଦ୍ର ମହାନ୍ତି, ଶକ୍ତି ପ୍ରସାଦ ଦାଶ , ଶିବ ପ୍ରସାଦ ମୁଦୁଲି, ଭବାନୀ ଶଙ୍କର ଦାଶ ପ୍ରମୁଖ ପରିଚାଳନା କରିଥିଲାବେଳେ।ସରପଞ୍ଚ ବାହାନ ଭୋଇ,ଶିବ ମୁଦୁଲି,ବଦ୍ରିକା ନାଥ ମହାପାତ୍ର, ମିଲନ ରାଉତରାୟ, ଗୋପନ ପରିଡ଼ା,ଶତ୍ରୁଘ୍ନ ସେନାପତି,ପ୍ରକାଶ ସାହୁ,ନବ କିଶୋର ବେହେରା ପ୍ରମୁଖ ସହଯୋଗ କରିଥିଲେ । ସନ୍ଧ୍ୟାରେ ମା, ଖୋଜେ ମମତା ନାଟକ ବାଲବିକାଶ ପିଲାମାନଙ୍କ ଦ୍ଵାରା ଚିତ୍ତାକର୍ଷକ ନୃତ୍ୟ ଓ ଅଭିନୟ କରାଯାଇଥିଲାବେଳେ ସ୍ୱରସୁଧା ପକ୍ଷରୁ ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା । ବାବାଙ୍କର ଏହି ଜନ୍ମ ଉତ୍ସବର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶତାଧିକ ସାଇ ଭକ୍ତ ଯୋଗ ଦେଇଥିଲେ ।

No Result
View All Result