ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଖୋର୍ଦ୍ଧାରୋଡ ରେଳ ମଣ୍ଡଳରେ କାର୍ଯ୍ୟରତ ଲୋକୋ ପାଇଲଟ ଶ୍ରୀ କେ ଜୟ ରାମେୟା ୫୧ ବର୍ଷ ପ୍ରତ୍ୟେକ ଦିନ ଭଳି ଗତକାଲି ଗାଡି ସଂଖ୍ୟା ୧୨୫୦୭ ବାଙ୍ଗାଲୋର ଗୌହାଟି ସୁପରଫାଷ୍ଟ ଏକ୍ସପ୍ରେସରେ ଭୋର ୫ ଟାରେ ଟ୍ରେନ ଚାଳନା କରି ଦିନ ସାଡେ ବାରଟାରେ ଖଡ଼ଗପୁର ପହଞ୍ଚିଥିଲେ । ରନିଙ୍ଗ ରୁମରେ ଖାଇ,ପିଇ ସାରି ଦିନ ଦୁଇଟା ସୁଧା ଶୋଇପଡ଼ିଥିଲେ । ସଂଧ୍ୟା ପାଞ୍ଚଟା ବେଳେ ସହକର୍ମୀ ମାନେ ଚାହା ପିଇବାକୁ ଡାକିବାରୁ ସେ ଆଉ ଉଠିନଥିଲେ । ତୁରନ୍ତ ତାଙ୍କୁ ଖଡ଼ଗପୁର ରେଳ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ ହେଁ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।















