ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଶାର ସ୍ଥାପତ୍ୟ ଶିଳ୍ପୀ ଗୁରୁ ପଦ୍ମଶ୍ରୀ ପ୍ରଭାକର ମହାରଣା ସ୍ଥାପତ୍ୟରେ ୫୦ ବର୍ଷ ପୁରଣ ଉପଲକ୍ଷେ ଓ ନିକଟରେ ଜୀବନ ବ୍ୟାପି ସମର୍ପିତ କାର୍ଯ୍ୟ ପାଇଁ ତାଙ୍କୁ ଦିଲ୍ଲୀରେ ରାଷ୍ଟୀୟ ସମ୍ମାନ ଌକ୍ତଙ୍କକ୍ଟଗ୍ଧ;ଦେଶ ରତ୍ନ ସମ୍ମାନଌକ୍ତଙ୍କକ୍ଟଗ୍ଧ; ମିଳିଛି । ଏହି ଉପଲକ୍ଷେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶିଳ୍ପୀମାନେ ପଦ୍ମଶ୍ରୀ ପ୍ରଭାକରଙ୍କୁ ସମ୍ଭର୍ଦ୍ଧିତ କରିଥିଲେ । ଧଉଳି ଛକ କୋଣାର୍କ କଳା ଆର୍ଟ ଗ୍ୟାଲେରୀଠାରେ ଆୟୋଜିତ ଏହି ସମାରୋହରେ ପଦ୍ମଶ୍ରୀ ପ୍ରଭାକର ମହାରଣା କହିଥିଲେ ଯେ, ଓଡ଼ିଶା ସାରା ବିଶ୍ୱର କଳା ସଂସ୍କୃତିର ପ୍ରାଣକେନ୍ଦ୍ର । ଦେଶର ଭାବାବେଗ ସହ ଏହା ଜଡ଼ିତ ।















