No Result
View All Result
୦୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :- ରାଜ୍ୟରେ ୧୮ ରୁ ପାଖାପାଖି ୬୦ ବର୍ଷ ବୟସର ମହିଳାଙ୍କୁ ଆର୍ଥିକ ସ୍ବାବଲମ୍ବୀ ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା । ରାଜ୍ୟରେ ଜଣେ ବି ଯୋଗ୍ୟ ମହିଳା ଯେଭଳି ଯୋଜନାରୁ ବାଦ୍ ନ ପଡନ୍ତି ସେଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ଏହାର ସଫଳ ରୂପାୟନ ପାଇଁ ରାଲୀ ଓ ପଥପ୍ରାନ୍ତ ସଭା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଚଳିତ ମାସ ୮ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହେବ।
ଏହି ଦିବସରେ ସୁଭଦ୍ରା ଯୋଜନାର ୨ୟ କିସ୍ତି ପ୍ରଦାନ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଗାଙ୍ଗୀ ସୁବୁଦ୍ଧିଙ୍କ ସଂଯୋଜନାରେ ଗୁରୁବାର ହିଞ୍ଜିଳିକାଟୁ ବ୍ଳକର ରାଳବ, ସାହାପୁର ଓ କଞ୍ଚୁରୁ ପଞ୍ଚାୟତରେ ସୁଭଦ୍ରା ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ରାଳବ ପଞ୍ଚାୟତ ସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ରଶ୍ମିତା ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ର,
ସୁପର ଭାଇଜର ସାରଦା ଶତପଥୀ, ଇ କ୍ରୀଷ୍ଣା ଦେବି ପ୍ରମୁଖ ମଞ୍ଚସିନ ଥିଲେ। ଏହି ଅବସରରେ ସମାଜରୁ କନ୍ୟାଭ୍ରୂଣ ହତ୍ୟା, ବାଲ୍ୟ ବିବାହ ଓ ଲିଙ୍ଗଗତ ସମାନତା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସିଡିପିଓ ଶ୍ରୀମତୀ ସୁବୁଦ୍ଧି ଉପସ୍ଥାପନା କରିଥିଲେ। କାର୍ଯ୍ୟକ୍ରମରେ ଆଲପୁର ଗ୍ରାମର କୁନି କଳାକାର ମାନେ ସୁଭଦ୍ରା ଜନିତ ଗୀତରେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ। ଅତିଥି ମାନେ କଳାକାରଙ୍କୁ ପୁରସ୍କୃତ କରି ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ, ସିଆରପି,ଏମବିକେ ଓ ବହୁ ସୁଭଦ୍ରା ହିତାଧିକାରୀ ଉପସ୍ଥିତ ଥିଲେ।
No Result
View All Result