୩୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରଣପୁର :- ନୟାଗଡ ଜିଲ୍ଲା, ରଣପୁର ବ୍ଲକ ସମୁଖ କାର୍ଯ୍ୟାଳୟ ଘେରିଲେ ଶତାଧିକ ମିଶନ ଶକ୍ତି ମହିଳା । ଇସି ମେମ୍ବର ମାନଙ୍କୁ ଉଚ୍ଛେଦ ନକରି ସ୍ଥାୟୀ ନିଯୁକ୍ତି ଦାବିରେ ବ୍ଲକ କାର୍ଯ୍ୟାଳୟକୁ ସମୁଖରେ ଘେରିବା ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ରଣପୁର ବିଡିଓ ମନୋଜ କୁମାର ନାୟକଙ୍କୁ ଏକ ଦାବି ପତ୍ର ଦେଇଥିବା ବେଳେ ମିଶନ ଶକ୍ତି ମହିଳା ମାନେ କହିଛନ୍ତି,

ସେମାନଙ୍କୁ ସ୍ଥାୟୀ ନିଯୁକ୍ତି କରନ୍ତୁ ସରକାର I ପୂର୍ବ ସରକାରରେ ମିଶନ ଶକ୍ତିକୁ ସର୍ବାଧିକ ଗୁରୁତ୍ଵ ଦେଉଥିବା ବେଳେ, ବିଜେପି ସରକାର ମିଶନ ଶକ୍ତି ସଂଗଠନକୁ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି । ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀରୁ ଉଦ୍ୟୋଗୀ ହୋଇଥିଲେ ମହିଳା ।















