No Result
View All Result
୨୨ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରଣପୁର :- ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ କୁଳାସର ଗ୍ରାମରେ ଗତ ୨୦ ତାରିଖ ମଧ୍ୟ ରାତ୍ରରେ କୌଣସି କାରଣରୁ ନିଆଁ ଲାଗି ପାଞ୍ଚଟି ପରିବାରର ପ୍ରାୟ ଦଶ ବଖରା ଘର ଜଳି ଯାଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁସ ହୋଇ ଯାଇଛି । ୨୨ ତାରିଖ ପୂର୍ବାହ୍ନ ପ୍ରାୟ ବାରଟା ବେଳେ ନୟାଗଡ ଜିଲ୍ଲା ଯୁବ ବିଜେଡି ଉପ ସଭାପତି ତଥା ସମାଜ ସେବୀ ପ୍ରଫୁଲ୍ଲ କୁମାର ନାୟକ କୁଳାସର ଗ୍ରାମରେ ପହଞ୍ଚି ଗ୍ରାମର ପୁର୍ବତନ ସରପଞ୍ଚ ଶ୍ରୀନାଥ ଚରଣ ଦାସ,
ଅନ୍ୟାନ୍ୟ ବୟୋଜ୍ୟେଷ୍ଠ ବ୍ୟକ୍ତିତ୍ଵ ମାନେ ଦେବ ବାହିନୀପତି, ଗୌରାଙ୍ଗ ଖୁଣ୍ଟିଆ, ଅଭିନ ସାହୁଙ୍କ ଉପସ୍ଥିତି ତଥା ଅଯୋଧ୍ୟା ନାଥ ପ୍ରହରାଜଙ୍କ ସହଯୋଗର ସମସ୍ତ ଅଗ୍ନି ବିପନ୍ନ ପାଞ୍ଚଟି ପରିବାର ସଦସ୍ୟ ମାନଙ୍କୁ ଲୁଗା, କମ୍ବଳ, ଲୁଙ୍ଗି ଗାମୁଛା ସହ ନଗଦ ଅର୍ଥ ପ୍ରଦାନ କରିଥିଲେ ।

No Result
View All Result