୧୬ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଦଶପଲ୍ଲା :- ଦଶପଲ୍ଲା ପଶ୍ଚିମାଞ୍ଚଳର ମହାନ ଗଣପର୍ବ ବାଣିଗୋଛା ମକରମେଳା ପବିତ୍ର ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଯାଇଛି । ପ୍ରଥମ ଦିବସରେ ବାବା ଯୋଗେଶ୍ରରକଂ ମନ୍ଦିରରେ ସ୍ବତ୍ରୀୟ ପଣ୍ଡିତ ବ୍ରାହ୍ମଣ ଓ ସେବାୟତ ମାନକଂ ଦ୍ବାରା ସ୍ବତନ୍ତ୍ର ନୀତିକାନ୍ତି ଓ ମହା ରୁଦ୍ରାଭିଷେକ ହେବାପରେ ଠାକୁରକଂ ମହୋତ୍ସବ ଆରମ୍ଭ ହୋଇଥିଲା । ଦଶପଲ୍ଲା ପଶ୍ଚିମାଞ୍ଚଳର ବାଣିଗୋଛା ରେ ଅନୁଷ୍ଠିତ ଏହି ମେଳାରେ ଦଶପଲ୍ଲା ପଶ୍ଚିମାଞ୍ଚଳ ସମେତ, ବଉଦ୍ , କନ୍ଧମାଳ ଅଂଚଳର ଲକ୍ଷାଧିକ ଶ୍ରଦ୍ଧାଳୁ କଂ ସମାଗମ ହୋଇଥାଏ ।

ଏହି ଭିଡକୁ ଦୃଷ୍ଟିରେ ରଖି ଭଲ ବ୍ୟବସାୟ ଆଶାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ବ୍ୟବସାୟୀ ଏହି ମେଳାରେ ଯୋଗଦେଇଥାଆନ୍ତି । ଆସୁଥିବା ଶ୍ରଦ୍ଧାଳୁ ଓ ଦର୍ଶକ କଂ ମନୋରଞ୍ଜନ ସକାଶେ ସାତପଲ୍ଲୀ ମକର ମହୋତ୍ସବ କମିଟି ତରଫରୁ ମାଗଣା ଅପେରା ସହିତ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ର ବ୍ୟବସ୍ଥା କରାଯାଇଛି । ଏହି ମେଳାରୁ ଜନସାଧାରଣ ବିଭିନ୍ନ ଘରକରଣା ସାମଗ୍ରୀ କିଣିବା ସହିତ ଚଟପଟା ଖାଦ୍ୟର ମଜାନେଉଥିବା ଦେଖିବାକୁ ମିଳୁଛି ।















