No Result
View All Result
ଜାକେଡ଼ା ପଞ୍ଚାୟତର ୨ ଗ୍ରାମରେ ମଙ୍ଗଳବାର ବାଘ ଆକ୍ରମଣ ରେ ୨ଜଣ ବ୍ୟକ୍ତି ଗୁରୁତର ଆହତ
୧୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୂଆଗାଁ :-> ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ଗୁମି ସେକ୍ସନ ଅନ୍ତର୍ଗତ ଜାକେଡ଼ା ପଞ୍ଚାୟତର ୨ ଗ୍ରାମରେ ମଙ୍ଗଳବାର ବାଘ ଆକ୍ରମଣ ରେ ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲ ରେ ଚିକିତ୍ସା ହେଉଛନ୍ତି । କରଚୁଲି ଏବଂ ସୁଡ଼ୁଙ୍ଗୀ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଏପରି ଘଟଣା ଘଟିଛି ।
ସୂଚନା ଅନୁସାରେ, କରଚୁଲି ଗ୍ରାମର ପ୍ରମୋଦ ଗୁରୁ ସବୁଦିନ ଭଳି ମଙ୍ଗଳବାର ଜଙ୍ଗଲକୁ ଗାଈ ଚଚାଇବାକୁ ଯାଇଥିଲେ । ଅପରାହ୍ନରେ ଗାଈ ନେଇ ଫେରିବା ବାଟରେ ଗ୍ରାମ ନିକଟରେ ଏକ ବାଘ ତାଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଭାବେ ଆହତ ହୋଇଥିବା ପ୍ରମୋଦଙ୍କୁ ପରିବାର ଲୋକ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।
ସେହିପରି ସୁଡ଼ୁଙ୍ଗି ଗ୍ରାମରେ ରାତି ପ୍ରାୟ ସାଢ଼େ ୮ଟା ସମୟରେ ସାଜୁ ନାୟକ ଘର ଆଗରେ ନିଆଁ ଜାଳି ବସିଥିବା ବେଳେ ତାଙ୍କୁ ଏକ ବାଘ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସରେ ମେଡିକାଲକୁ ନିଆଯାଉଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଗୁମି ଫରେଷ୍ଟର ପବିତ୍ର କୁମାର ପରିଡ଼ାଙ୍କୁ ପଚାରିବାରେ ଆମେ ଖବର ପାଇ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛୁ । ପ୍ରାଥମିକ ତଦନ୍ତରୁ ଏହା କଲରାପତାରିଆ ବାଘ ବୋଲି ଅନୁମାନ କରାଯାଉଛି ବୋଲି ସେ କହିଛନ୍ତି ।

No Result
View All Result