No Result
View All Result
୦୭ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ୩୨୨ ଜଣ ଛାତ୍ର ଛାତ୍ରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଦେଇଛନ୍ତି । ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ମହିପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୭୦ ଜଣ ପରୀକ୍ଷା ଦେବାକୁ ନାମ ପଞ୍ଜୀକୃତ କରିଥିବା ବେଳେ ୧୫୯ ଜଣ ପରୀକ୍ଷା ଦେଇଥିଲେ ।
ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିଲେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା କୁମାରୀ ଦାଶ,ପ୍ରଧାନ ଶିକ୍ଷକ ଭୀମସେନ ଦାସ ।ସେହିପରି ମହିପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୧୬୬ ଜଣ ପରୀକ୍ଷା ଦେବାକୁ ନାମ ପଞ୍ଜୀକୃତ କରିଥିବା ବେଳେ ୧୬୩ ଜଣ ପରୀକ୍ଷା ଦେଉଥିଲେ । ପରୀକ୍ଷା ଦାୟିତ୍ବରେ ଥିଲେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ନିରଞ୍ଜନ ଦାଶ ଏବଂ ଦୟାନିଧି ମହାପାତ୍ର।ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦଶପଲ୍ଲା ବିଧାୟକ ।

No Result
View All Result