No Result
View All Result
୨୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଜପତି.ରାୟଗଡ଼ :-> ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ସ୍ଥିତ ହାଇସ୍କୁଲ ଠାରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଗତ ତିନଦିନ ଧରି ଚାଲି ଥିବା କାର୍ଯ୍ୟକ୍ରମରେ ବିଭିନ୍ନ ଦୂରତା ଦୌଡ, ଉଚ୍ଚ ଡିଆଁ, ଲମ୍ବା ଡିଆଁ, ସଟଫୁଟ, ମ୍ୟୁଜିକଲ ଚେୟାର, ଆଦି ବିଭିନ୍ନ ପ୍ରକାର କ୍ରୀଡା ଗୁଡ଼ିକ ବରିଷ୍ଟ ଓ କନିଷ୍ଠ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବ ସକାଶେ ରାୟଗଡ଼ ଜଗନ୍ନାଥ ମନ୍ଦିର ଠାରୁ ମଶାଲ ଜ୍ୟୋତି ଅଣାଯାଇ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା ।
ମୁଖ୍ୟ ଅତିଥି ଭାବରେ ଏବିଇଓ ଏସ୍. ପାପା ରାଓ ଯୋଗ ଦେଇ ଉଦଘାଟନ କରିଥିଲେ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ କୁମାର ବେହେରାଙ୍କ ସଭାପତିତ୍ବ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଏବିଇଓ ଏସ୍. ପାପା ରାଓ, ମୋ ସ୍କୁଲ ସଭା ପତି ବି, କୃଷ୍ଣ ଚନ୍ଦ୍ର ପାତ୍ର ବିଦ୍ୟାଳୟ ଶିକ୍ଷା କମିଟି ସଭାପତି ରାମ ପାଇକ ଓ କମିଟି ସଭ୍ୟ ପ୍ରଶାନ୍ତ କୁମାର ପାଇକ,
ଅକ୍ଷୟ ପାଇକ ଓ କ୍ରୀଡା ଶିକ୍ଷକ ପ୍ରମୁଖ ମଞ୍ଚାଷିନ ଥିଲେ । କ୍ରୀଡା ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ କ୍ରୀଡା ପତାକା ଅବତରଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ ।

No Result
View All Result