No Result
View All Result
୨୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :-> ଖୋର୍ଦ୍ଧା ଜିଲ୍ଲାର ୧୦ ଗୋଟି ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତ ସ୍ତରରେ ହୋଇଥିବା ମହିଳା ମହାସଙ୍ଘ ରେ କାର୍ଯ୍ୟରତ ୬ ଗୋଟି କମ୍ୟୁନିଟି ସପୋର୍ଟ ,କର୍ମଚାରୀଙ୍କ ଦୀର୍ଘ ୭ ମାସର ଦରମା ବା ପାରିଶ୍ରମିକ ମିଳି ନଥିବାରୁ ଆଜି ଖୋର୍ଦ୍ଧା ଜିଲ୍ଲା ଗ୍ରାମପଞ୍ଚାୟତ ସ୍ତରୀୟ କର୍ମୀ ସଙ୍ଘ ପକ୍ଷରୁ ଏକ ଦାବିପତ୍ର ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେଵ ଙ୍କୁ ପ୍ରଦାନ କରିଛନ୍ତି । ସଙ୍ଘ ପକ୍ଷରୁ ସଙ୍ଘ ପକ୍ଷରୁ ଆୟୋଜିତ ଟାଉନ ହଲ ଠାରେ ଏକ ଉତ୍ସଵ ରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେଵ ନିଜ ର ବକ୍ତବ୍ୟ ରେ କହିଥିଲେ ଏ ମାଟି ତ୍ୟାଗ ଓ ବଳିଦାନର ମାଟି ଯେଉଁ ମାଟିର ଅର୍ଥନୈତିକ,
ଓ ସାମାଜିକ ସ୍ତରର ବିକାଶ ପାଇଁ ମ”ମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ତେଣୁ ଆପଣ ମାନେ ଧୈର୍ଯ୍ୟ ଧରନ୍ତୁ ସରକାର ଆପଣଙ୍କ ପାଇଁ ନିଶ୍ଚିତ ବକେୟା ପାରିଶ୍ରମିକ ଓ ସ୍ଥାୟୀ ଚାକିରୀ ପାଇଁ ସହଯୋଗ ର ହାତ ବଢାଇବେ।ବିଧାୟକ ହିସାବରେ ମୁଁ ନିଶ୍ଚିତ ସହଯୋଗ କରିବି।ତେବେ ବର୍ତ୍ତମାନର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା କିଭଳି ପ୍ରତି ଗାଁ ଗହଳିରେ ପହଁଛି ପାରିବ,ସେଥିପାଇଁ ଆପଣ ମାନେ ଆଗେଇ ଆସନ୍ତୁ ବୋଲି କହିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ର ବରିଷ୍ଠ ନେତା ନିକୁଞ୍ଜ ବିହାରୀ ପଟ୍ଟନାୟକ, ଖୋର୍ଦ୍ଧା ପୌର ପରିଷଦ ସାଂସଦ ପ୍ରତିନିଧି ଦିଲ୍ଲୀପ କୁମାର ହୋତା,ବ୍ଲକ ପ୍ରତିନିଧି ବିଭୁ ପ୍ରସାଦ ବଳିଆରସିଂ,୧ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ ଦଳାଇ,ସଂଘର ଖୋର୍ଦ୍ଧା ଜିଲ୍ଲା ସଭାନେତ୍ରୀ ପ୍ରଣତି କୋଦାମସିଂହ,ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ ବ୍ଲକ ର ମୁଖ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।
No Result
View All Result