No Result
View All Result
୧୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଫୁଲବାଣୀ ମଣ୍ଡଳ କାରାଗାର ପରିସର ମଧ୍ୟରେ କାରାଗାର ଅନ୍ତେବାସୀଙ୍କ ପାଇଁ ଏକ ସ୍ବାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷାର ଆୟୋଜନ କରାଯାଇଥିଲା। ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡ଼ାକ୍ତର ବିଜୟ କୃଷ୍ଣ ମିଶ୍ର, ଡାକ୍ତର ଅରବିନ୍ଦ ଦାସ, ଚକ୍ଷୁ ବିଶେଷଜ୍ଞ, ଡାକ୍ତର ପ୍ରୀତମ କୁମାର ଦାସ,
ଗୁମାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ, ଏସ.କେ ବରାଡ, ଫାର୍ମାସିଷ୍ଟ ଦେବୀପ୍ରସାଦ ସାହୁ, ସି.ସି ମିଶ୍ର, ପଙ୍କଜ କୁମାର ବେହେରା, ଆଟେନଡ଼ାଣ୍ଟ ପ୍ରମୁଖ ମଣ୍ଡଳ କାରାଗାରରେ ଉପସ୍ଥିତ ରହି କାରାଗାର ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା କରିଥିଲେ। ପ୍ରିୟବ୍ରତ ଭୋଇ ଓ ମନୋରଂଜନ ପ୍ରଧାନ ଏମ୍ବୁଲେନ୍ସ ସହାୟକ ମଧ୍ୟ ଉପସ୍ଥିତ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷାରେ ସହଯୋଗ କରିଥିଲେ।
No Result
View All Result