No Result
View All Result
୧୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆଜି ଆଶ୍ଵିନ ଶୁକ୍ଳଦଶମୀ I ପବିତ୍ର ବିଜୟା ଦଶମୀ ବା ଦଶହରା I ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ । ଏ ଅବସରରେ ଆଜି ଶ୍ରୀମନ୍ଦିର ରେ ପ୍ରାତଃ ଅବକାଶ ବଢିବା ପରେ ସର୍ବାଙ୍ଗ ଚନ୍ଦନ ଓ ନୂଆ ଲୁଗା ଲାଗି ହୋଇଥାଏ I ଏହା ପରେ ମହାପ୍ରଭୁଙ୍କ ସୁନା ବେଶ ଅନୁଷ୍ଠିତ ହୁଏ I
ଆୟୁଧ ପୂଜା :- ସକାଳଧୂପ ବଢିବା ପରେ ଭଣ୍ଡାର ଦୁଆର ଠାରେ ପୂଜା ରେ ବସିଥିବା ଆୟୁଧ ମାନଙ୍କୁ ମହାସ୍ନାନ କରାଯାଏ Iବରୁଣ ପୂଜା ପରେ ସହସ୍ରକୁମ୍ଭାଭିଷେକ ନୀତି ହୋଇ ଆୟୁଧ ମାନଙ୍କୁ ନେଇ ଘଣ୍ଟ କାହାଳୀ ଧ୍ୱନି ସହ ପଟୁଆର ରେ ମନ୍ଦିର ବେଢା ପରିକ୍ରମା ପରେ ରତ୍ନସିଂହାସନ କୁ ବିଜେ କରାଯାଇ ଶ୍ରୀ ବଳଭଦ୍ର ଙ୍କୁ ହଳ ମୂଷଳ, ମା ସୁଭଦ୍ରା ଙ୍କୁ ତଡକୀ ଓ ମହାପ୍ରଭୁ ଜଗନ୍ନାଥ ଙ୍କୁ ଶଙ୍ଖ ଚକ୍ର ଲାଗି କରାଯାଏ I
ଚଳନ୍ତି ପ୍ରତିମା ଙ୍କ ମହାଖଳା ବିଜେ :- ଦକ୍ଷିଣ ଘରେ ମଦନମୋହନ ଓ ରାମ କୃଷ୍ଣ ଙ୍କ ବୀର ବେଶ ହୋଇଥାଏ I ଭିତର ଆଳତୀ ପରେ ମଦନମୋହନ, ରାମ କୃଷ୍ଣ ଓ ମୂଳାଷ୍ଟମୀ ରୁ ରୁନ୍ଧା ହୋଇ ପୂଜିତ ହେଉଥିବା ଦୁର୍ଗାମାଧବ ରତ୍ନସିଂହାସନ କୁ ବିଜେ କରନ୍ତି I ମଙ୍ଗଳାର୍ପଣ ପରେ ଆଜ୍ଞାମାଳ ପାଇ ରଥ ରେ ଦୁର୍ଗାମାଧବ, ପାଲିଙ୍କି ରେ ରାମ କୃଷ୍ଣ ଓ ବିମାନ ରେ ମଦନମୋହନ ବିଜେ କରି ଘଣ୍ଟ, ଛତା, କାହାଳୀ, ବଜନ୍ତରୀ ପଟୁଆର ରେ ସିଂହଦ୍ୱାର ଦେଇ ମହାଖଳା ଜଗନ୍ନାଥ ବଲ୍ଲଭ ମଠ କୁ ବିଜେ କରନ୍ତି I 
No Result
View All Result