No Result
View All Result
୦୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁମୁସର ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୬ ନମ୍ବର ୱାର୍ଡ଼ ଗୌଡ଼ସାହିର ବିଧବା ମହିଳା ରଞ୍ଜିତା ବେହେରା ଝାଟିମାଟି ଘରେ ରହୁଥିଲେ। ବିଗତ ଦିନରେ ଲଗାଣ ବର୍ଷାରେ ଏହି ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ଓଡ଼ିଶାକୁ ବିକଶିତ ରାଜ୍ୟ ନେଇ ସରକାରୀ ସ୍ତରରେ ଓ ଜନ ପ୍ରତିନିଧି ପ୍ରଚାର ପ୍ରସାର କରୁଥିବା ବେଳେ ଆଜିବି ଜରିପାଲ ତଳେ ବହୁ ପରିବାର ଜୀବନ ବିତାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ଏହିଭଳି ଦୃଶ୍ୟ ଦେଖିବା ପରେ ସରକାରୀ ଯୋଜନା ପ୍ରଚାର ପ୍ରସାର ସବୁ ଫିୟୁଜ ହେଲା ଭଳି ମନେ ହେଉଛି ।
ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖ ମାତ୍ର ୧୦୦ ମିଟର ଦୂର ଗୌଡ଼ସାହିରେ ଏକ ଝାଟିମାଟି ଘରେ ସ୍ଵାମୀ ଓ ପିଲାଛୁଆଙ୍କୁ ନେଇ ମୂଲ ଲାଗିଲେ ଘର ଚଳୁ ଥିବା ଏକ ପରିବାରର । ଦୁର୍ଭାଗ୍ୟ ବଶତଃ ୨୦୨୨ ମସିହା ଏପ୍ରିଲ ମାସ ୭ ତାରିଖରେ ସ୍ଵାମୀ ପ୍ରମୋଦ ବେହେରାଙ୍କ ଅକାଳ ବିୟୋଗରେ ପରିବାରର ସମସ୍ତ ଦାୟିତ୍ଵ ବିଧବା ମହିଳା ରୀତାଙ୍କ ଉପରେ ପଡ଼ିଲା । ସେହିଦିନ ଠାରୁ ମହିଳା ଜଣଙ୍କ ମୂଲ ଲାଗିଲେ ଘର ଚଳେ। ସରକାରଙ୍କ ଜାଗା ମିଶନ ଯୋଜନାରେ ଭୂମିହୀନଙ୍କୁ ଜାଗାପଟା ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ବିଧବା ମହିଳା ଆବେଦନ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ ।
ଅତି ଦୁର୍ଭାଗ୍ୟର ବିଷୟ ମହିଳା ଜଣକ ନିଜ ପିଲାଛୁଆଙ୍କୁ ଧରି ଯେଉଁ ଝାଟିମାଟି ଘରେ ରହୁଥିଲେ, ତାହା କିଛି ଦିନ ହେବ ବର୍ଷାରେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ବର୍ତ୍ତମାନ ନିଜ ପରିବାରକୁ ନେଇ ମହିଳା ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଥିବା କହିଛନ୍ତି । ଘର ଭାଙ୍ଗିଯିବା ପରେ ସ୍ଥାନୀୟ ରାଜସ୍ଵ ବିଭାଗ ତରଫରୁ ଜରି ପାଲ ଦିଆଯାଇଥିଲା ବର୍ତ୍ତମାନ ନିଜ ପିଲାଛୁଆଙ୍କୁ ନେଇ ବଞ୍ଚିବା ପାଇଁ ସଙ୍ଘର୍ଷ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ସରକାରଙ୍କ ତରଫରୁ ଘରଟିଏ ଦେବା ପାଇଁ ବହୁ ଥର ସ୍ଥାନୀୟ ଏନଏସି କାର୍ଯ୍ୟାଳୟରେ ଲିଖିତ ନିବେଦନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଘରଟିଏ ମିଳିଲା ନାହିଁ। ନିଜ ପିଲାଛୁଆଙ୍କୁ ନେଇ ସମ୍ମାନର ସହ ବଞ୍ଚିବା ପାଇଁ ଭୂମି ହୀନ ଉକ୍ତ ମହିଳାଙ୍କୁ ଉକ୍ତ ସ୍ଥାନରେ ଆବାସ ଯୋଜନା ମାଧ୍ୟମରେ ଘରଟିଏ ଯୋଗାଇଦେବା ଦେବା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ପରିବାର ବର୍ଗ । ତୁରନ୍ତ ଏହିଭଳି ଗରିବ ଅସହାୟ ବିଧବା ମହିଳାଙ୍କୁ ତୁରନ୍ତ ଗୃହ ଯୋଗେଇବାକୁ ଦାବି ହୋଇଛି ।
No Result
View All Result