No Result
View All Result
୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ କୋଟଗଡ଼଼ ବ୍ଳକ ଅନ୍ତର୍ଗତ ଦୁର୍ଗାପଙ୍ଗା ପଞ୍ଚାୟତର କାଣିବାରୁ ଓ ସିନ୍ଧିବାଲି ଗ୍ରାମରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀଙ୍କୁ ଭେଟିଛି ଜିଲା ସ୍ୱାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ଏକ ଉଚ୍ଚସ୍ତରୀୟ ଟିମ୍ ଗାଁରେ ପହଞ୍ଚି ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ସହ ଆଲୋଚନା କରିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼.ବିଜୟ କୁମାର ପଣ୍ଡା , ଏଡ଼ିଏମ୍ଓ ଡ଼.ପ୍ରସନ୍ନ କୁମାର ତ୍ରିପାଠୀ , ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼.କଲ୍ୟାଣି ମିଶ୍ରଙ୍କ ସମେତ ଦୁର୍ଗାପଙ୍ଗା ଓ କୋଟଗଡ଼଼ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନେ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଲୋକ ମାନଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଥିଲେ।
ପରିସ୍ଥିତିରେ ସୁଧାର ଆଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଇଥିବା ସିଡ଼ିଏମ୍ଓ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଆକ୍ରାନ୍ତ ମାନଙ୍କୁ ସ୍ୱତନ୍ତ୍ର ଭାବେ ଚିକିତ୍ସା ଆରମ୍ଭ କରାଯାଇଛି। କୋଟଗଡ଼଼ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଉଭୟ ଗ୍ରାମର ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିକିତ୍ସିତ ହେଉଥିବାର ଖବର ମିଳିଛି। କୋଟଗଡ଼଼ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆକ୍ରାନ୍ତଙ୍କ ପ୍ରତି ସ୍ୱତନ୍ତ୍ରଦୃଷ୍ଟି ଦିଆଯାଇ ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ପରିସ୍ଥିତି ସ୍ୱାଭାବିକ ଥିବା କୁହାଯାଇଛି।
ଏହାସହିତ ଲୋକଙ୍କୁ ସଚେତନ ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ବିଶେଷ କରି ଗ୍ରାମରେ ପାନୀୟ ଜଳ ସମସ୍ୟା ସହିତ ଗମନା ଗମନ ସମସ୍ୟା ଚିନ୍ତାର କାରଣ ହୋଇଛି। ଅନ୍ୟପକ୍ଷରେ ସିନ୍ଧିବାଲି ଗ୍ରାମ ସମ୍ପୂର୍ଣ୍ଣ ଶୂନ୍ୟ ହୋଇପଡ଼ିଥିବା ବେଳେ ଲୋକେ ପୁଣିଥରେ କିଭଳି ଭାବେ ନିଜ ନିଜ ଘରକୁ ଫେରିବେ ସେଥିପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ପଦକ୍ଷେପ ନେବା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି ।
No Result
View All Result