No Result
View All Result
୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବିଜୁ ଜନତା ଦଳର ସଦସ୍ୟତା ଅଭିଯାନ ଆସନ୍ତା ଅକ୍ଟୋବର ମାସ ୯ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ, ଏହି ପରିପେଖିରେ ଆଜି ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଧନ କ୍ରମେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ଵରେ ଆଗାମୀ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ନିମନ୍ତେ ଏକ ମତାମତ ସଂଗ୍ରହ କାର୍ଯ୍ୟକ୍ରମ ଓ ପ୍ରସ୍ତୁତି ବୈଠକ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ବୈଠକକୁ ପରିଚାଳନା କରିଥିଲେ। ଏହି ବୈଠକରେ ରେ ବିଜୁ ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା , ଜିଲ୍ଲା ସଭାପତି ସମେତ ସମସ୍ତ ଜିଲ୍ଲାର ଛାତ୍ର ନେତୃତ୍ବ ଯୋଗ ଦେଇଥିଲେ।
ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ବିଭିନ୍ନ ପ୍ରକାରର ମତାମତ ଦେବା ସହ କିପରି ଭାବେ ସୂଚାରୁ ରୂପେ ପ୍ରତି କ୍ୟାମ୍ପସରେ ସଦସ୍ୟତା ଅଭିଯାନକୁ ବ୍ୟାପକ ଭାବେ ସଫଳତାର ସହ ସମାପନ କରାଯାଇପାରିବ ସେଥିପ୍ରତି ମତ ପୋଷଣ କରିଥିଲେ। ସମସ୍ତ କ୍ୟାମ୍ପସ ସ୍ତରରେ କ୍ୟାମ୍ପସ କମିଟି କର୍ମକର୍ତ୍ତାଙ୍କୁ ଦାୟିତ୍ଵ ଦେବା ସହ ପ୍ରତି କଲେଜରେ କିପରି ବ୍ୟାପକ ଭାବେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସେଥିପ୍ରତି ବିଜୁ ଛାତ୍ର ଜନତା ଦଳ ପଦକ୍ଷେପ ଗ୍ରହଣ କରିବ।
ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ବିଜୁ ଜନତା ଦଳରେ କିପରି ଅଧିକରୁ ଅଧିକ ସଦସ୍ୟ ଯୋଗଦାନ କରିବେ ସେଥିପାଇଁ ଆମ ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମୀ ବଦ୍ଧପରିକର। ଏହା ସହ ସମସ୍ତ କଲେଜରେ କ୍ୟାମ୍ପସ କମିଟି କର୍ମକର୍ତ୍ତାଙ୍କୁ ଦାୟିତ୍ଵ ଦେବା ସହ ସମସ୍ତ କଲେଜର କନଭେନର ମାନଙ୍କୁ ସ୍ଵତନ୍ତ୍ର ପ୍ରଶିକ୍ଷଣ ଦିଆଯିବ ଏବଂ ନୂତନ ଭାବେ ସମସ୍ତ ବୈଷୟିକ ଶିକ୍ଷାଅନୁଷ୍ଠାନ ଗୁଡିକରେ ମଧ୍ୟ ନୂତନ ଭାବେ କଲେଜ କ୍ୟାମ୍ପସ କନଭେନର ନିଯୁକ୍ତି କରାଯାଇ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଭାବେ ତ୍ଵରାନିତ କରିବା ସହ ସମସ୍ତ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ଏହି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ର ପ୍ରମୁଖ ସାରଥୀ ସାଜିବେ ଏହା ମୋର ଦୃଢ଼ ବିଶ୍ୱାସ।
No Result
View All Result