No Result
View All Result
୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେ ଅlଜି ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଏକ ସଭା ଅନୁଷ୍ଠିତ ହୋଇଯାଇଅଛି l ଏହି ସଭାକୁ ସଂଯୋଜନା କରିଥିଲେ ଏହି ଅନୁଷ୍ଠାନର ସଂଯୋଜକ ଜୟ ରାଉତ l ଏହି ସଭାର ମୁଖ୍ୟ ଉଦ୍ଦେଶ୍ୟ ହେଲା ବରିଷ୍ଠ ନାଗରିକ ମାନେ କିଭଳି ଭାବେ ସମାଜରେ ସଂମ୍ମାନ ସହ ବଞ୍ଚିବେ ଏବଂ ସେମାନଙ୍କର ହକ ପାଇବେ ଏହାକୁ ନେଇ ଏ ମଞ୍ଚ ଗଠନ କରାଯାଇଅଛି l
ସମାଜରେ ବରିଷ୍ଠ ନାଗରିକମାନେ କିଭଳି ଅବହେଳିତ ନହେବେ ଏହା ହେଉଛି ଏହି ମଞ୍ଚ ଗଠନ କରିବାର ମୁଖ୍ୟ ଉଦ୍ଦେଶ୍ୟ l ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ଏହି ମଞ୍ଚରେ ଯୋଗଦେଇଥିଲେ l ବାଚସ୍ପତି ସୁରମା ପାଢ଼ୀ ମଞ୍ଚରେ ବରିଷ୍ଠ ନାଗରିକମାନଙ୍କୁ ସମସ୍ତ ପ୍ରକାରର ସହଯୋଗ କରିବାର ପ୍ରତିଶୃତି ଦେଇଥିଲେ l
ଆଖ ପାଖ ଅଞ୍ଚଳ ଟାଙ୍ଗୀ, ଚିଲିକା, ରଣପୁର କୁହୁଡି ସମେତ କେତେ ଗୁଡିଏ ଗ୍ରାମର ୧୦୦ ରୁ ଉର୍ଦ୍ଧ ବରିଷ୍ଠ ନାଗରିକ ଏହି ସଭାରେ ଯୋଗଦେଇଥିଲେ l ଏହି ସଭାକୁ ସଂଯୋଜନା କରିଥିଲେ ସଂଯୋଜକ ଜୟ ରାଉତ l ବରିଷ୍ଠ ଆଇନଜୀବୀ ନାରାୟଣ ମହାପାତ୍ର ମଞ୍ଚରେ ବରିଷ୍ଠ ନାଗରିକଙ୍କ ପ୍ରତି କର୍ତ୍ତବ୍ୟ ପରାୟଣତl ଉପରେ ସମ୍ୟକ ସୂଚନା ଦେବା ସହ ସେମାନଙ୍କୁ ସାହାଯ୍ୟ ସହଯୋଗ କଲେ କିଭଳି ସମାଜର ଉର୍ନ୍ନତି ଘଟିବ ତାହା ଉପରେ ଚର୍ଚ୍ଚା କରିଥିଲେ l
No Result
View All Result