No Result
View All Result
୧/ ୧୦ /୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ବାଲୁଗାଁ ଏନଏସି ଅନ୍ତର୍ଗତ ଅଶୋକ ନଗର ସ୍ଥିତ ଉମାମହେଶ୍ୱର ବଣିକ ସଙ୍ଘ ସଭାଗୃହରେ ବାଲୁଗାଁ ବାଣପୁର ରୋଟାରୀ କ୍ଳବ ତରଫରୁ ରାଷ୍ଟ୍ର ନିର୍ମାଣକାରୀ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରୋଟାରୀଆନ ପି. ପି. ଡ଼କ୍ଟର ଶ୍ରୀନିବାସ ମହାପାତ୍ର, ମୁଖ୍ୟ ବକ୍ତା ଭାବେ ଏସ.ଜେ.ଭିକାରି ଚରଣ ମହାପାତ୍ର,ଅତିଥି ଭାବେ ପି. ପି. ସରୋଜିନୀ ଦାସ, ପି. ପି. ଧୀରେନ୍ଦ୍ର ନାଥ ପାତ୍ର, ସଭାପତି ରୋଟାରୀଆନ ଶ୍ୟାମସୁନ୍ଦର ପୁଷ୍ଟି, ସମ୍ପାଦକ ଅଶୋକ କୁମାର ନାୟକ ଯୋଗ ଦେଇଥିଲେ l
ଅତିଥି ମାନେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳୀ ଦେବା ସହିତ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଅତିଥି ମାନଙ୍କୁ ରୋଟାରୀ କ୍ଳବ ବାଲୁଗାଁ ବାଣପୁର ତରଫରୁ ପୁଷ୍ପଗୁଚ୍ଛ ଦେଇ ସଂମ୍ମାନିତ କରାଯାଇଥିଲା l ଛାତ୍ର ଛାତ୍ରୀ ମାନଙ୍କୁ ଉର୍ନତ ମାନର ଶିକ୍ଷା ଦେବା, ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତର ଗଢିବାର ମୁଖ୍ୟ ବିନ୍ଧାଣି ସାଜି ଉଚିତ ମାର୍ଗ ଦର୍ଶନ ଶିକ୍ଷକ ମାନେ ବହନ କରିଥିବାରୁ ଚିଲିକା, 
ବାଣପୁର ଓ ଖଲିକୋଟ ବ୍ଲକର 18 ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ରାଷ୍ଟ୍ର ନିର୍ମାଣକାରୀ ପୁରସ୍କାର ବିତରଣ ଉତ୍ସବ ରେ ସଂମ୍ମାନିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ସମସ୍ତ କାର୍ଯ୍ୟରତ ରୋଟାରୀଆନ ସଭ୍ୟ ସମେତ ବହୁ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ l
No Result
View All Result