No Result
View All Result
୨୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ପୋଲିସ ପକ୍ଷରୁ ଆଗାମୀ ଦୂର୍ଗାପୂଜା ପାର୍ବଣକୁ ଲକ୍ଷ୍ୟ ରଖି ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ପାଞ୍ଚ ଜଣ ଓ୍ବାରେଣ୍ଟିଙ୍କୁ ଗିରଫ କରି କ.ନୂଆଗାଁ ପୋଲିସ କୋର୍ଟକୁ ପଠାଇଥିବା ଜଣାପଡିଛି। ସୂଚନା ଅନୁସାରେ ବିଭିନ୍ନ ମାମଲାରେ ଅଭିଯୁକ୍ତ ହୋଇ ୨୦୨୦ ମସିହା କେସରେ କୁଡୁତୁଲି ପଞ୍ଚାୟତ ଜମାପଦରର ପ୍ରଦେଶି ଦଳବେହେରା ଓ ସ୍ତ୍ରୀ କାଳୀ ଦଳବେହେରା,
୨୦୨୨ ମସିହା କେସରେ ସିର୍ତ୍ତିଗୁଡାର ଅବନୀ ବେହେରା ଓ ୨୦୨୩ ମସିହା ପୁରୁଣା କେସରେ ପ୍ରତାପ ଚୌଧୁରୀ ଏବଂ ସାଇନ୍ ପଡା ପଞ୍ଚାୟତ କିଲୁପଡାର ଦିବାକର ବେହେରା ୨୦୨୪ ମସିହା ପୁରୁଣା କେସ ବଳରେ କ.ନୂଆଗାଁ ଥାନା ଅଧିକାରୀ ପି. ସ୍ବରୂପ କ୍ରିଷନଙ୍କ ନେତୃତ୍ବରେ ଏସଆଇ ଅଶୋକ କୁମାର ତ୍ରିପାଠୀ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ଧରପଗଡ କରି ଉକ୍ତ ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ଥାନା ପକ୍ଷରୁ ଜଣାପଡ଼ିଛି ।
No Result
View All Result