No Result
View All Result
୧୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ସାରା ପୃଥିବୀ ତଥା ଭାରତ ରେ ମଧ୍ୟ୍ୟ ମହାପୁରୁଷ ମହମ୍ମଦ ଙ୍କ ଜନ୍ମ ଜୟନ୍ତୀ ପାଳନ କରୁଥିବା ବେଳେ କନ୍ଧମାଳ ଜ଼ିଲ୍ଲା ଭାଇ ଚାରାର ସହର ଫୁଲବାଣୀ ରେ ମଧ୍ୟ ମୁସଲିମ ସମ୍ପ୍ରଦାୟର ଭାଇ ଓ ଭଉଣୀ ମାନେ ବେଶ ଧୁମ ଧାମ ରେ ମହମ୍ମଦ ଙ୍କ ଜନ୍ମ ଜୟନ୍ତୀ ପାଳନ କରିଥିଲେ l
ଫୁଲବାଣୀ ଜମିୟା ମସଜିଦ ର ସଭାପତି ଅବଦୁଲ ରାଜ଼ାକ ଖାଁଙ୍କ ଏଂବ ମସଜିଦ ଧର୍ମ ଗୁରୁ ହାଫିଜ଼ ଗୁଲାମ ମୁସ୍ତଫା ଙ୍କ ନେତୃତ୍ୱ ରେ ମୁସଲିମ ସମ୍ପ୍ରଦାୟର ଭାଇମାନେ ମହାପୁରୁଷ ମହମ୍ମଦ ଙ୍କ ବାଣୀ, ନୀତି ଆଦର୍ଶକୁ ଶ୍ରଦ୍ଧାଳୁ ଙ୍କୁ ଅବଗତ କରିବା ସଙ୍ଗେ ସହର ପରିକ୍ରମା କରିଥିଲେ,
ଏଂବ ବହୁତ ଆନନ୍ଦ ଉଲ୍ଲାସ ରେ ଏହି ଜନ୍ମ ଜୟନ୍ତୀ ପାଳନ କରିଥିବା ଦେଖିବାକୁ ମିଳିଥିଲା l ଏହି ଜନ୍ମ ଜୟନ୍ତୀ ପାଳନ ଅବସରରେ ଜ଼ାମା ମସଜିଦ ର ମୁଖ୍ୟ ଗୁରୁ ହାଫିଜ଼ ଗୁଲାମ ମୁସ୍ତଫା ମହାପୁରୁଷ ମହମ୍ମଦ ଙ୍କ ମହତ ବାଣୀ ବିଷୟରେ ଯାହା ସମାଜର ସମସ୍ତ ବର୍ଗ ଙ୍କ ପ୍ରତି ତାଙ୍କର ମହତ୍ୱ ଉଧେଶ୍ୟ ଥିଲା ସେ ବିଷୟରେ ଉପସ୍ଥିତ ଶ୍ରଦ୍ଧାଳୁ ଙ୍କୁ ବୁଝାଇ ଥିଲେ ଏଂବ ଜାମା ମସଜିଦ ସଭାପତି ଅବଦୁଲ ରଜ଼ାକ ଖାଁ ତାଙ୍କ ବକ୍ତବ୍ୟ ରେ ଜାତି,
ଧର୍ମ ନିର୍ବିଶେଷରେ ଆମେ ସମେସ୍ତେ ଭାଇ ଚାରା ସହ,ଶାନ୍ତି, ମୈତ୍ରୀ ଓ ପରସ୍ପର ସହ ସ୍ନେହ ପ୍ରେମ ରେ ରହିବା ବୋଲି ଗଣ ମଧ୍ୟ୍ୟମ ଆଗରେ ପ୍ରକାଶ କରିଥିଲେ l ଏହି ସହର ପରିକ୍ରମାରେ ବହୁ ସଂଖ୍ୟାରେ ମୁସଲିମ ସମ୍ପ୍ରଦାୟ ର ଭାଇମାନେ ଯୋଗ ଦେଇ ଏହି ଜନ୍ମ ଜୟନ୍ତୀ ଅତି ଉତ୍ସାହର ସହ ପାଳନ କରିଥିଲେ l

No Result
View All Result