• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ (ଏ.ଡି.ପି) ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ (ଏ.ବି.ପି) ସଂପର୍କିତ ସମୀକ୍ଷା ଏବଂ ସଚେତନତା କର୍ମଶାଳା ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
August 18, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ (ଏ.ଡି.ପି) ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ (ଏ.ବି.ପି) ସଂପର୍କିତ ସମୀକ୍ଷା ଏବଂ ସଚେତନତା କର୍ମଶାଳା ଅନୁଷ୍ଠିତ
Share on FacebookShare on TwitterWhatsapp

୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଭୁବନେଶ୍ୱର :-> ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟର ( ରାଜ୍ୟ ସମ୍ମିଳନୀ କେନ୍ଦ୍ର)ରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ (ଏ.ଡି.ପି) ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ (ଏ.ବି.ପି) ସଂପର୍କିତ ଏକ ସମୀକ୍ଷା ତଥା ସଚେତନତା କର୍ମଶାଳା ଆଜି ଅପରାହ୍ଣରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରମୁଖ ଅଂଶୀଦାରମାନେ ଅଂଶଗ୍ରହଣ କରିଥିଲେ ।

ଭାରତ ସରକାରଙ୍କ ଅତିରିକ୍ତ ସଚିବ ତଥା ଏ.ଡି.ପି ଓ ଏ.ବି.ପିର ମିଶନ ନିର୍ଦ୍ଦେଶକା ଗୀତାଞ୍ଜଳି ଗୁପ୍ତା, ଆଇ.ଏ.ଏସ୍ ଙ୍କ ନେତୃତ୍ୱରେ ନୀତି ଆୟୋଗର ଏ.ଡି.ପି ଏବଂ ଏ.ବି.ପି ସମ୍ପର୍କିତ ଅଧିକାରୀମାନେ ଯୋଗଦେଇ ଅଂଶଗ୍ରହଣକାରୀମାନଙ୍କୁ ସଚେତନ କରିବା ପାଇଁ ଦୁଇଟି କାର୍ଯ୍ୟକ୍ରମର ସମସ୍ତ ଦିଗକୁ ନେଇ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ । ଏହି ଅବସରରେ ନୀତି ଆୟୋଗର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ତଥା ଓଡ଼ିଶା ରାଜ୍ୟ ଉପଦେଷ୍ଟା ଡ. ପ୍ରଭାକର ସାହୁ ମଧ୍ୟ ଉପସ୍ଥିତ ଥିଲେ । ଏହି କର୍ମଶାଳାରେ ରାଜ୍ୟ କୃଷି ଏବଂ କୃଷକ ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମେତ ଓଡ଼ିଶା ସରକାରଙ୍କ ପ୍ରମୁଖ ବିଭାଗର ସଚିବମାନେ ଯୋଗ ଦେଇଥିଲେ ।

ଏଥିସହ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକର ୧୬ ଜଣ ଜିଲ୍ଲାପାଳଙ୍କ ସମେତ ସଂପୃକ୍ତ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଏବଂ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ୟୁନିଟ୍ (ଡିପିଏମ୍ୟୁ)ର ଉପ ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ । ଏଥିରେ ୨୯ଟି ଆକାଂକ୍ଷୀ ବ୍ଲକର ବ୍ଲକ ଉନ୍ନୟନ ଅଧିକାରୀମାନେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ । ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ୱାଗତ ଭାଷଣରେ ଏ.ଡି.ପି ଏବଂ ଏ.ବି.ପି ସୂଚକାଙ୍କଗୁଡ଼ିକର ସନ୍ତୁଳନ ହାସଲ ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ, ଏହା ବହୁମୁଖୀ ଦାରିଦ୍ର୍ୟ ହ୍ରାସ କରିବା ଏବଂ ନିରନ୍ତର ବିକାଶ ଲକ୍ଷ୍ୟ (ଏସ.ଡି.ଜି) ହାସଲ ଦିଗରେ ରାଜ୍ୟର ଅଗ୍ରଗତିକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ବିଭିନ୍ନ ବିଭାଗର ପ୍ରୟାସ ଓ ସମନ୍ୱୟରେ ଏସଡିଜିଗୁଡ଼ିକୁ ସ୍ଥାନୀୟକରଣ କରିବା, ଶେଷ ମାଇଲ ପର୍ଯ୍ୟନ୍ତ ସମନ୍ୱିତ ଏବଂ ପ୍ରଭାବଶାଳୀ ଲାଭ ପ୍ରଦାନ ସୁନିଶ୍ଚିତ କରିବାରେ ଏହି କାର୍ଯ୍ୟକ୍ରମଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ସେ ଆଲୋକପାତ କରିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ମୁଖ୍ୟବକ୍ତା ଭାବେ ଯୋଗଦେଇ ଏଡିପି ଓ ଏବିପିର ଇତିହାସ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଭୌଗୋଳିକ ବିବିଧତା, ଭିତ୍ତିଭୂମି ଅଭାବ ଏବଂ ସାମର୍ଥ୍ୟ ଅଭାବ ଭଳି ଅସୁବିଧା ଗୁଡ଼ିକୁ ଦୂର କରି ଅଭିବୃଦ୍ଧିର ସୁଯୋଗକୁ କାର୍ଯ୍ୟକାରୀ କରିବାକୁ ସେ ଅଂଶୀଦାରମାନଙ୍କୁ ଉତ୍ସାହିତ କରିଥିଲେ ।

ନୀତି ଆୟୋଗର ଏଡିପି ଏବଂ ଏବିପିର ମିଶନ ନିର୍ଦ୍ଦେଶିକା ଶ୍ରୀମତୀ ଗୁପ୍ତା କାର୍ଯ୍ୟକ୍ରମର ମୂଳ ରଣନୀତି ଉପସ୍ଥାପନ କରି ସମସ୍ତ ଅଂଶୀଦାରମାନଙ୍କୁ ଚୟନ କରାଯାଇଥିବା ସୂଚକାଙ୍କଗୁଡ଼ିକର ସନ୍ତୁଳନ ହାସଲ କରିବା ପାଇଁ ଚାଲିଥିବା ସମ୍ପୂର୍ଣ୍ଣତା ଅଭିଯାନ ସମୟରେ ସେମାନଙ୍କ ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଥିଲେ । ଯୋଜନା ଓ ସଂଯୋଜନ ବିଭାଗର ଏଡିପି ଓ ଏବିପିର ଅତିରିକ୍ତ ଶାସନ ସଚିବ ଶ୍ରୀ ମନୀଷ ଅଗ୍ରୱାଲ ରାଜ୍ୟର ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ । ତାଙ୍କ ଉପସ୍ଥାପନାରେ ସେ ପାଞ୍ଚଟି ବିଷୟଗତ କ୍ଷେତ୍ରରେ ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ବାର୍ଷିକ ପ୍ରଦର୍ଶନ, ଚାଲୁଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ଏବଂ ବ୍ଲକ ବିକାଶ ରଣନୀତିର କାର୍ଯ୍ୟକାରିତା ବୃଦ୍ଧି ପାଇଁ ଆକାଂକ୍ଷୀ ବ୍ଲକ କର୍ମଚାରୀ( ଫେଲୋମାନଙ୍କର) ଚାଲିଥିବା ନିଯୁକ୍ତି ଉପରେ ଆଲୋକପାତ କରିଥିଲେ ।

ଏହି କର୍ମଶାଳାରେ ଆସାମର ବାରପେଟା ଜିଲ୍ଲାର ଜିଲ୍ଲାପାଳ ଶ୍ରୀ ଆୟୁଷ ଗର୍ଗ ଉପସ୍ଥାପନା କରିଥିଲେ । ଷଢେଇକଳା,ଖରସୁଆଁ, ଝାଡ଼ଖଣ୍ଡ; ଏବଂ ଜାମ୍ମୁ-କଶ୍ମୀର ବାରମୁଳାର ପୂର୍ବତନ ଡେପୁଟୀ କମିଶନର ଯଥାକ୍ରମେ ଶ୍ରୀ ରବି ଶଙ୍କର ଶୁକ୍ଳା, ଡଃ. ସୟେଦ୍ ସେହରିଶ ଅସଗର (ବର୍ତ୍ତମାନ ଜାମୁ –କାଶ୍ମୀର ରାଜ୍ୟସ୍ତରରେ କାର୍ଯ୍ୟରତ) ଆକାଂକ୍ଷୀ ଜିଲ୍ଲା ଏବଂ ଆକାଂକ୍ଷୀ ବ୍ଲକ ସଂପର୍କରେ ସେମାନଙ୍କର ଅନୁଭୂତି ଏବଂ ସର୍ବୋତ୍ତମ ଅଭ୍ୟାସ ବାଣ୍ଟିଥିଲେ । ଏହା ବ୍ୟତୀତ, ଓଡ଼ିଶାର କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳମାନେ ଏଡିପି ଓ ଏବିପି ଅଧୀନରେ ନିଜ ନିଜ ଜିଲ୍ଲାରେ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ପ୍ରଦର୍ଶନ କରିଥିଲେ । ଡ. ପ୍ରଭାକର ସାହୁ ତାଙ୍କ ଉପସ୍ଥାପନାରେ ଓଡ଼ିଶାର ବିକାଶ ଏଜେଣ୍ଡାକୁ ଆଗକୁ ବଢ଼ାଇବାରେ ନୀତି ଆୟୋଗର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

June 15, 2026
ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

June 15, 2026
ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

ବାଲିପାଟଣା , ନିଆଳି ଅଞ୍ଚଳରେ ଧୁମଧାମରେ ରଜ ମହୋତ୍ସବ ପାଳିତ

June 15, 2026
‘ପ୍ରୟାସ’ ତରଫରୁ ରଜ ଉତ୍ସବ ପାଳିତ

‘ପ୍ରୟାସ’ ତରଫରୁ ରଜ ଉତ୍ସବ ପାଳିତ

June 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

June 15, 2026
ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱରରେ ସଫଳତାର ସହ ସମାପ୍ତ ହେଲା “କୋର ୪ ଚାମ୍ପିଅନ୍ସ କପ୍” ଅଣ୍ଡର-୧୬ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

June 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version