No Result
View All Result
୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ଜାତୀୟ କୃମି ନାଶକ ଦିବସ ଉପଲକ୍ଷେ ନୟାଗଡ ଜିଲ୍ଲା ଭାପୁର ବ୍ଲକର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର, ବିଦ୍ୟାଳୟ ଓ ମହା ବିଦ୍ୟାଳୟ ମାନଙ୍କରେ ପିଲା ମାନଙ୍କୁ କୃମି ନାଶକ ଔଷଧ ସେବନ କରାଯାଇଛି। ୧ ରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ କୃମି ନାଶକ ସିରପ୍ ଏବଂ ୬ ବର୍ଷ ରୁ ୧୯ ବର୍ଷ ପର୍ଯ୍ୟନ୍ତ ପିଲା ମାନଙ୍କୁ କୃମି ନାଶକ ବଟିକା ସେବନ କରାଯାଇଛି ।

ପୁନଶ୍ଚ, ଏହି ଅବସରରେ ୨୦ ବର୍ଷ ରୁ ୨୪ ବର୍ଷ ପର୍ଯ୍ୟନ୍ତ ମହିଳା ମାନଙ୍କୁ ମଧ୍ଯ କୃମି ନାଶକ ବଟିକା ସେବନ କରାଯାଇଛି। ଏହି ଔଷଧ ସେବନ କରିବା ଦ୍ୱାରା ପିଲାମାନେ ପେଟ ଜନିତ ରୋଗ, ରକ୍ତହୀନତା ଭଳି ବିଭିନ୍ନ ପ୍ରକାର ରୋଗରୁ ଆରୋଗ୍ୟ ଲାଭ କରିପାରିବେ। ଯେଉଁ ମାନେ ଆଜିର ଦିବସରେ କୃମି ନାଶକ ଔଷଧ ସେବନ କରିବାରୁ ବଞ୍ଚିତ ଅଛନ୍ତି ସେମାନେ ଆସନ୍ତା ମପ୍ ଅପ୍ ଦିବସ ଅର୍ଥାତ ୧୯ ତାରିଖ ଦିନ ସେବନ କରିପାରିବେ ବୋଲି ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ। ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପ୍ରାୟ ୨୩ ହଜାର ପିଲା ଓ ମହିଳାମାନଙ୍କୁ ଉକ୍ତ କୃମି ନାଶକ ଔଷଧ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

No Result
View All Result