No Result
View All Result

୦୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ଭାରତୀୟ ନୌସେନା ତାଲିମ କେନ୍ଦ୍ର ଚିଲିକାରେ ୨୦୨୪ ମସିହା ର ପ୍ରଥମ ବ୍ଯାଚ ଅଗ୍ନିବୀର ଯବାନ ମାନେ ୧୬ ସପ୍ତାହର କଠିନ ପରିଶ୍ରମ ର ସହ ପ୍ରାରମ୍ଭିକ ନୌସେନା ପ୍ରଶିକ୍ଷଣ ର ସଫଳ ସମାପ୍ତି ପରେ ଶୁକ୍ରବାର ଚତୁର୍ଥ ବ୍ଯାଚ ଅଗ୍ନିବୀର ଯବାନ ମାନଙ୍କର ପାସିଂ ଆଉଟ୍ ପ୍ୟାରେଡ୍ ଅନୁଷ୍ଠିତ ହୋଇ ଯାଇଛି। ଚିଲିକାରେ ଅନୁଷ୍ଠିତ ଏହି ପାସିଂ ଆଉଟ ପ୍ଯାରେଡ୍ ରେ ୨୧୬ ଜଣ ମହିଳା ଅଗ୍ନିବୀରଙ୍କ ସମେତ ୧୩୮୯ ଜଣ ଅଗ୍ନିବୀର ଏବଂ ୩୩୦ ତଟରକ୍ଷୀ ନାବିକ ମଧ୍ୟ ସଫଳତା ର ସହ ଶାରୀରିକ ଓ ମାନସିକ ପ୍ରଶିକ୍ଷଣ ନେଇ ସୁଦକ୍ଷ ଭାବେ ଦେଶ ସେବା ପାଇଁ ଭାରତୀୟ ନୌସେନାରେ ନୂତନ ଯାତ୍ରା ଆରମ୍ଭ କରିଥିବାରୁ ଏହି ଭବ୍ୟ ସମାରୋହରେ ସେମାନଙ୍କ ଅବଦାନକୁ ସ୍ୱୀକାର କରି ଅଗ୍ନିବୀରଙ୍କ ପିତାମାତାଙ୍କୁ କୃତଜ୍ଞତା ଜଣାଯାଇଛି।
ଏହି ପାସିଂ ଆଉଟ୍ ପ୍ଯାରେଡ୍ ରେ ନାଭାଲ ଷ୍ଟାଫ ମୁଖ୍ୟ ଆଡମିରାଲ୍ ଦିନେଶ କେ. ତ୍ରିପାଠୀ ଯୋଗ ଦେଇ ଚତୁର୍ଥ ବ୍ୟାଚ୍ର ଅଗ୍ନିବୀର ମାନଙ୍କ ଚୂଡ଼ାନ୍ତ ପ୍ୟାରେଡ୍ ର ନିରୀକ୍ଷଣ କରିଥିଲେ । ଦକ୍ଷିଣ ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାଇସ୍ ଆଡମିରାଲ ଭି.ଶ୍ରୀନିବାସ ପ୍ୟାରେଡ୍ ର ପରିଚାଳନା ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ଉତ୍ସବରେ ଉତ୍ତୀର୍ଣ୍ଣ ହୋଇ ଥିବା ଅଗ୍ନିବୀରଙ୍କ ଗର୍ବିତ ପରିବାର ସଦସ୍ୟ, ବିଶିଷ୍ଟ ବ୍ୟକ୍ତି ବିଶେଷ ଓ କ୍ରୀଡ଼ାବିତ୍ ମାନେ ସାମିଲ ହୋଇ ଥିଲେ।
ଅଗ୍ନିବୀର ମାନଙ୍କ ପ୍ରଶିକ୍ଷଣ କର୍ତ୍ତବ୍ୟ, ସମ୍ମାନ ଓ ସାହସର ମୂଳ ମୂଲ୍ୟବୋଧ ଉପରେ ଆଧାରିତ ଶିକ୍ଷା, ସେବାର ବିଭିନ୍ନ ଦିଗ ଉପରେ ତାଲିମ ସହ ବାହ୍ୟ ପ୍ରଶିକ୍ଷଣ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଅଗ୍ନିବୀର ଙ୍କ ପାସିଂ ଆଉଟ ପ୍ଯାରେଡ୍ କେବଳ ଅଗ୍ନିବୀର ମାନଙ୍କ ଉତ୍ତୀର୍ଣ୍ଣ ନୁହିଁ, ବରଂ ଯୁଦ୍ଧ ପ୍ରସ୍ତୁତି, ଭବିଷ୍ୟତ ପାଇଁ ପ୍ରସ୍ତୁତ ଭାରତୀୟ ନୌସେନା ରେ ସେମାନଙ୍କର ନୂତନ ଯାତ୍ରାର ଶୁଭାରମ୍ଭ। ଏହି ପାସିଂ ଆଉଟ ପ୍ଯାରେଡ୍ ରେ ବିଭିନ୍ନ ବର୍ଗ ରେ କୃତିତ୍ବ ହାସଲ କରିଥିବା ଯୋଗ୍ୟ ଅଗ୍ନିବୀର ମାନଙ୍କୁ ମୁଖ୍ୟ ଅତିଥି ପଦକ ଏବଂ ଟ୍ରଫି ପ୍ରଦାନ କରିଥିଲେ। ଏହି ଅବସରରେ ‘ଅଙ୍କୁର’ ର ଗ୍ରୀଷ୍ମ ସଂସ୍କରଣ ଆଇଏନଏସ ଚିଲିକା ଦ୍ୱିଭାଷୀ ପ୍ରଶିକ୍ଷକଙ୍କ ପତ୍ରିକାକୁ ମଧ୍ୟ ଉନ୍ମୋଚନ କରା ଯାଇଥିଲା ।

No Result
View All Result